ରୁଷିଆକୁ ‘ଡାର୍ଟି ବମ୍‌’ଭୟ

ମସ୍କୋ/କିଭ୍‌, ୨୭ା୧୦: ୟୁକ୍ରେନ୍‌ ଉପରେ ରୁଷିଆ ୮ ମାସ ଧରି ଆକ୍ରମଣ ଜାରି ରଖିଥିବାବେଳେ କିଭ୍‌ ରେଡିଓଆକ୍ଟିଭ୍‌ ବିକିରଣ ପାଇଁ ‘ଡାର୍ଟି ବମ୍‌’ ବ୍ୟବହାର କରିପାରେ ବୋଲି ମସ୍କୋ ଅଭିଯୋଗ ଆଣିଛି। ଏହି ପ୍ରସଙ୍ଗକୁ ରୁଷିଆ ମଙ୍ଗଳବାର ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଉଠାଇଛି। ୟୁକ୍ରେନ୍‌ ସୈନ୍ୟ ରୁଷିଆ ଦଖଲରୁ ଖେରସୋନ୍‌କୁ ମୁକ୍ତ କରିବା ପାଇଁ ଲଢ଼େଇ ଜାରି ରଖିଥିବାବେଳେ ସେଠାରେ ଥିବା କେତେକ ଅଞ୍ଚଳକୁ ମସ୍କୋ କବଳରୁ ଛଡ଼ାଇନେଇଥିବା ଦାବି ମଧ୍ୟ କରିଛି। ଖେରସୋନ୍‌ ସହରକୁ ରୁଷିଆର ଅଂଶ ବୋଲି କହି ୟୁକ୍ରେନ୍‌ ସେଠାରେ କ୍ଷତିକାରକ ଗ୍ୟାସ୍‌ ପ୍ରୟୋଗ କରିବା ପାଇଁ ଯୋଜନା କରୁଥିବା କ୍ରେମ୍‌ଲିନ ଅଭିଯୋଗ କରିଛି। ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‌ଙ୍କୁ ଲେଖିଥିବା ଚିଠିରେ ଜାତିସଂଘରେ ଥିବା ରୁଷିଆ ରାଷ୍ଟ୍ରଦୂତ ଭାସିଲି ନେବେଞ୍ଜିଆ କହିଛନ୍ତି, କିଭ୍‌ ‘ଡାର୍ଟି ବମ୍‌’ ବ୍ୟବହାର କଲେ ତାହାକୁ ମସ୍କୋ ନ୍ୟୁକ୍ଲିୟର ଆତଙ୍କବାଦ ବୋଲି ବିଚାର କରିବ। ଅପରପକ୍ଷେ ଖେରସୋନ୍‌ରେ ଥିବା ଜନସାଧାରଣ ତୁରନ୍ତ ସେହି ସ୍ଥାନ ଛାଡ଼ିବାକୁ ରୁଷିଆ କହିଛି।
ଏହି ଅଭିଯୋଗକୁ ୟୁକ୍ରେନ୍‌ ଖଣ୍ଡନ କରିଛି।

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି, ଯଦି ରୁଷିଆ କହୁଛି ଆମେ ଏପରି କରିବାକୁ ଯୋଜନା କରିଛୁ, ତେବେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏହାର ନକ୍ସା ପ୍ରସ୍ତୁତ କରିସାରିଛନ୍ତି। ୟୁକ୍ରେନ୍‌ରେ ଏପରି ବିସ୍ଫୋରଣ କରି ନିରୀହ ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ରୁଷିଆ ପ୍ଲାନ୍‌ କରିଛି। ନିଜେ ‘ଡାର୍ଟି ବମ୍‌’ କିମ୍ବା ଅନ୍ୟ କୌଣସି ବିପଜ୍ଜନକ ଆକ୍ରମଣ କରି ମସ୍କୋ କିଭ୍‌ ଉପରେ ଦୋଷ ଲଦିଦେବାକୁ ଚାହୁଁଛି। ଏହାର ମସ୍କୋର ଫଲ୍‌ସ ଫ୍ଲାଗ୍‌ ଆଟାକ୍‌ ଯୋଜନା। ବିଶ୍ୱ ତୁରନ୍ତ ରୁଷିଆକୁ ଏପରି କରିବାରୁ ରୋକିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଜେଲେନ୍‌ସ୍କି ନିବେଦନ କରିଛନ୍ତି। ୟୁକ୍ରେନ୍‌ ପୂର୍ବରୁ ଆଣବିକ ଅସ୍ତ୍ର ବିସ୍ତାର ନ କରିବା ପାଇଁ ଚୁକ୍ତିବଦ୍ଧ। ଏଥିସହ କିଭ୍‌ ପାଖରେ କୌଣସି ‘ଡାର୍ଟି ବମ୍‌’ ନାହିଁ କିମ୍ବା କାହାଠାରୁ ଆଣିବା ଯୋଜନା ମଧ୍ୟ ହୋଇନାହିଁ। ତେଣୁ ରୁଷିଆ ନିଜେ ଏପରି କରି ୟୁକେନ୍‌ରେ ରେଡିଓଆକ୍ଟିଭ୍‌ ବିକିରଣ କରିବାକୁ ଯାଉଛି ବୋଲି ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି। ସେହିପରି କିଭ୍‌ର ସହଯୋଗୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ରୁଷିଆର ଏହି ଅଭିଯୋଗ ସତ ନୁହେଁ ବୋଲି କହିଛନ୍ତି। ୟୁକ୍ରେନ୍‌ ଉପରେ ଆକ୍ରମଣ ଯଥାର୍ଥ ବୋଲି ଦର୍ଶାଇବାକୁ ରୁଷିଆ ଏପରି କରୁଥିବା ସେମାନେ କହିଛନ୍ତି।

ଡାର୍ଟି ବମ୍‌ କ’ଣ

ରେଡିଓଆକ୍ଟିଭ୍‌ ସାମଗ୍ରୀ ଯଥା ୟୁରାନିୟମ ଓ ଅନ୍ୟ ବିସ୍ଫୋରକକୁ ନେଇ ‘ଡାର୍ଟି ବମ୍‌’ ପ୍ରସ୍ତୁତ କରାଯାଇଥାଏ। ଆଣବିକ ବୋମା ଭଳି ଏଥିରେ ଅଧିକ ରିଫାଇନ୍‌ଡ ରେଡିଓଆକ୍ଟିଭ୍‌ ମ୍ୟାଟେରିଆଲ ରହିବା ଆବଶ୍ୟକ ପଡ଼ି ନ ଥାଏ। ହସ୍ପିଟାଲ, ନ୍ୟୁକ୍ଲିୟର ପାଓ୍ବାର ଷ୍ଟେଶନ କିମ୍ବା ରିସର୍ଚ୍ଚ ଲାବରେଟୋରିରୁ ଏହାକୁ ସଂଗ୍ରହ କରାଯାଇ ଡାର୍ଟି ବମ୍‌ରେ ବ୍ୟବହାର କରାଯାଇପାରିବ। ନ୍ୟୁକ୍ଲିୟର ଅସ୍ତ୍ର ଅପେକ୍ଷା ଏହାକୁ ପ୍ରସ୍ତୁତ କରିବା ସହଜ ଏବଂ କମ୍‌ ବ୍ୟୟବହୁଳ। କୌଣସି ଗାଡ଼ିର ପଛରେ ଏହାକୁ ପରିବହନ କରାଯାଇପାରିବ। ଡାର୍ଟି ବମ୍‌ ବିସ୍ଫୋରଣ ଦ୍ୱାରା ଏଥିରୁ ନିର୍ଗତ ବିଷାକ୍ତ ରେଡିଓଆକ୍ଟିଭ୍‌ ଗ୍ୟାସ୍‌ ଦ୍ୱାରା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। ବିକିରଣ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ କ୍ୟାନ୍‌ସର ଭଳି ରୋଗ ମଧ୍ୟ ହୋଇପାରେ। ଡାର୍ଟି ବମ୍‌୍‌ରେ ଡିନାମାଇଟ୍‌ ଭଳି ପାରମ୍ପରିକ ବିସ୍ଫୋରକ ବ୍ୟବହାର କରାଯାଏ। ତେବେ ଏହା ଅଣୁଅସ୍ତ୍ର ପରି ଘାତକ ନୁହେଁ।
ଅଦ୍ୟାବଧି କୌଣସି ରାଷ୍ଟ୍ର ଡାର୍ଟିବମ୍‌୍‌ର ସଫଳ ପ୍ରୟୋଗ କରିନାହାନ୍ତି।

ବାଲିଷ୍ଟିକ୍‌ ମିଶାଇଲ ଲଞ୍ଚ୍‌ କଲେ ପୁଟିନ

ୟୁକ୍ରେନ୍‌ରେ ଆଣବିକ ଯୁଦ୍ଧ ଆଶଙ୍କା ଭିତରେ ରୁଷିଆର ନ୍ୟୁକ୍ଲିୟର ଫୋର୍ସ ବୁଧବାର ବାଲିଷ୍ଟିକ୍‌ ମିଶାଇଲ ଉତ୍‌କ୍ଷେପଣ ଅଭ୍ୟାସ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏହି ମିଶାଇଲ୍‌ ଲଞ୍ଚ୍‌ ପ୍ରାକ୍ଟିସ୍‌ର ତଦାରଖ କରିଛନ୍ତି। ଦେଶ ଉପରେ କୌଣସି ଆଣବିକ ବିପଦ ଆସିଲେ ତାହାର ଜବାବ ଦେବା ପାଇଁ ଏହି ଅଭ୍ୟାସ କରାଯାଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସେରେଗି ଶୋଇଗୁ କହିଛନ୍ତି। ଅଭ୍ୟାସବେଳେ ଟିୟୁ-୯୫ ଷ୍ଟ୍ରାଟେଜିକ୍‌ ବମ୍ବର କ୍ରୁଜ୍‌ ମିଶାଇଲ ଲଞ୍ଚ କରିବା ସହ ଏହା ଟାର୍ଗେଟକୁ ସଫଳତାର ସହ ମାଡ଼ କରିଥିବା କ୍ରେମଲିନ ପକ୍ଷରୁ କୁହାଯାଇଛି। ଉତ୍ତରପଶ୍ଚିମ ୟୁରୋପରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ନାଟୋର ବାର୍ଷିକ ନ୍ୟୁକ୍ଲିୟର ଡ୍ରିଲ ‘ଷ୍ଟିଡ୍‌ଫାଷ୍ଟ ନୁନ୍‌’ ଚାଲିବାକୁ ଥିବାବେଳେ ରୁଷିଆ ଏହି ସମରାଭ୍ୟାସ ଆରମ୍ଭ କରିଛି। ୟୁକ୍ରେନ୍‌ ବିରୋଧରେ ଅଣୁଅସ୍ତ୍ର ବ୍ୟବହାର କଲେ ତାହା ରୁଷିଆର ସବୁଠୁ ବଡ଼ ଭୁଲ ହେବ। ଏହାର ପରିଣତି ଭୟଙ୍କର ହେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚେତାବନୀ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri