ରୁଷିଆ ଉପରେ କମିବ ପାଶ୍ଚାତ୍ୟର ନିର୍ଭରଶୀଳତା

ବ୍ରସେଲ୍ସ,୨୬ା୩: ରୁଷିଆ ଉପରେ ଶକ୍ତି କ୍ଷେତ୍ରରେ ପାଶ୍ଚାତ୍ୟର ନିର୍ଭରଶୀଳତା ହ୍ରାସ କରିବା ପାଇଁ ଶୁକ୍ରବାର ଆମେରିକା ଓ ୟୁରୋପୀୟ ସଂଘ (ଇୟୁ) ସହଭାଗିତାର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ବେଲ୍‌ଜିୟମ୍‌ର ବ୍ରସେଲ୍ସରେ ଉଭୟ ପକ୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଗ୍ୟାସ୍‌ ଡିଲ୍‌ ସ୍ବାକ୍ଷର ହୋଇଛି। ଚୁକ୍ତି ମୁତାବକ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ୟୁରୋପକୁ ଚଳିତବର୍ଷ ୧୫ ବିଲିୟନ୍‌ କ୍ୟୁବିକ୍‌ ମିଟର ଲିକ୍ୱିଫାଏଡ୍‌ ନାଚୁରାଲ ଗ୍ୟାସ୍‌ ରପ୍ତାନି ବଢ଼ାଇବେ। ଏପରି କି ଆବଶ୍ୟକ ହେଲେ ଭବିଷ୍ୟତରେ ଅଧିକ ଗ୍ୟାସ୍‌ ଯୋଗାଇ ଦିଆଯାଇପାରେ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ୟୁକ୍ରେନ୍‌ ଆକ୍ରମଣକୁ ମାସେ ପୂରିବା ପରିପ୍ରେକ୍ଷୀରେ ମସ୍କୋକୁ ଏକଘରିକିଆ କରିବା ପାଇଁ ଏହି ପଦକ୍ଷେପକୁ ତାତ୍ପର୍ଯ୍ୟପୂର୍ଣ୍ଣ ବିବେଚନା କରାଯାଉଛି।
ସଂଘ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଗୃହଗୁଡ଼ିକୁ ଉଷୁମ ରଖିବା ଏବଂ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା ଗ୍ୟାସ୍‌ ଚାହିଦାର ପ୍ରାୟ ୪୦% ରୁଷିଆ ପୂରଣ କରିଥାଏ। ଏଥିରୁ ମିଳୁଥିବା ଅର୍ଥ ମସ୍କୋ ପାଇଁ ଆୟର ଏକ ବଡ଼ ଉତ୍ସ। ଏପରି ସ୍ଥଳେ ୟୁକ୍ରେନ୍‌ ଆକ୍ରମଣର ଜବାବ ଦେବା ପାଇଁ ରୁଷିଆଠାରୁ ଗ୍ୟାସ୍‌ ଆମଦାନୀ ହ୍ରାସ କରିବ ବୋଲି ୨୭ ରାଷ୍ଟ୍ରକୁ ନେଇ ଗଠିତ ଏହି ବ୍ଲକ୍‌ ପୂର୍ବରୁ ଘୋଷଣା କରିସାରିଛି। ଆମେରିକାର ଯୋଜନା ମୁତାବକ ୟୁରୋପୀୟ ସଂଘକୁ ଅତିରିକ୍ତ ଗ୍ୟାସ୍‌ ଯୋଗାଇଦିଆଯିବ, ଯାହାକି ରୁଷିଆଠାରୁ ମିଳୁଥିବା ଗ୍ୟାସ୍‌ର ପ୍ରାୟ ୧୦%। ତେବେ ଇୟୁକୁ ବାର୍ଷିକ ପ୍ରାୟ ୫୦ ବିଲିୟନ୍‌ କ୍ୟୁବିକ୍‌ ମିଟର ପର୍ଯ୍ୟନ୍ତ ଗ୍ୟାସ୍‌ ଯୋଗାଇବା ପାଇଁ ଆମେରିକା ଲକ୍ଷ୍ୟ ରଖିଛି। ରୁଷିଆ ଉପରେ ନିର୍ଭରଶୀଳତା ହ୍ରାସ କରିବାର ତାତ୍ପର୍ଯ୍ୟ ହେଉଛି ଅଧିକ ନବୀକରଣୀୟ ଶକ୍ତି ଉତ୍ପାଦନ ଏବଂ ଶକ୍ତି ଦକ୍ଷତାରେ ଉନ୍ନତି ଆଣିବା। ୩ ଦିନିଆ ବ୍ରସେଲ୍ସ ଗସ୍ତରେ ଥିବା ବାଇଡେନ୍‌ ଏବଂ ୟୁରୋପୀୟ କମିଶନ ପ୍ରେସିଡେଣ୍ଟ ଉସୁଲା ଭୋନ୍‌ ଡେର ଲେୟେନ୍‌ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌କୁ ଅତିରିକ୍ତ ସହାୟତା ଦେବା ନେଇ ଆଲୋଚନା କରିଛନ୍ତି। ଖବରଦାତା ସମ୍ମିଳନୀରେ ବାଇଡେନ୍‌ କହିଛନ୍ତି, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଦାଉ ସାଧିବା ପାଇଁ ଏନର୍ଜି ଉତ୍ସକୁ ଅସ୍ତ୍ର କରୁଛନ୍ତି। ଏନର୍ଜି ବିକ୍ରି କରି ଏଥିରୁ ମିଳୁଥିବା ଲାଭକୁ ସେ ନିଜ ଯୁଦ୍ଧ ମେଶିନର ଇନ୍ଧନ ଭାବେ ବ୍ୟବହାର କରୁଛନ୍ତି। ରୁଷିଆର ଗ୍ୟାସ୍‌ ଯୋଗାଣ ହ୍ରାସଜନିତ ସାମୟିକ କଷ୍ଟକୁ ଆମେରିକା-ଇୟୁ ଡିଲ୍‌ରୁ ମିଳିବାକୁ ଥିବା ଦୀର୍ଘମିଆଦୀ ଲାଭ ଲାଘବ କରିବ। ସେହିପରି ଇୟୁ ପ୍ରେସିଡେଣ୍ଟ ଭୋନ୍‌ ଡେର ଲେୟେନ୍‌ କହିଛନ୍ତି, ୟୁରୋପୀୟ ହିସାବରେ ଆମେ ରୁଷିଆଠାରୁ ଦୂରେଇଯାଇ ନିଜ ବନ୍ଧୁ ଓ ବିଶ୍ୱସ୍ତରାଷ୍ଟ୍ରଗୁଡ଼ିକଠାରୁ ଗ୍ୟାସ୍‌ ନେବାକୁ ପସନ୍ଦ କରିବୁ। ରୁଷିଆ ଯୋଗାଇଦେଉଥିବା ଗ୍ୟାସ୍‌ର ଏକତୃତୀୟାଂଶ ଚାହିଦାକୁ ବାର୍ଷିକ ୫୦ ବିଲିୟନ୍‌ କ୍ୟୁବିକ୍‌ ମିଟର ଟାର୍ଗେଟ ପୂରଣ କରିବ। ତେଣୁ ଆମେ ଏବେ ଠିକ୍‌ ବାଟରେ ଯାଉଛୁ। ପ୍ରକାଶ ଯେ, ୟୁକ୍ରେନ୍‌ ଆକ୍ରମଣକୁ ନେଇ କ୍ଷୁବ୍ଧ ଆମେରିକା ସମସ୍ତ ରୁଷୀୟ ତୈଳ ଓ ଗ୍ୟାସ୍‌ ଆମଦାନୀ ଉପରେ କଟକଣା ଲଗାଇଥିବାବେଳେ ୨୦୨୨ ଶେଷ ସୁଦ୍ଧା ପର୍ଯ୍ୟାୟକ୍ରମେ ଇମ୍ପୋର୍ଟ ବନ୍ଦ କରିବାକୁ ବ୍ରିଟେନ ନିଷ୍ପତ୍ତି ନେଇଛି। ସେହିପରି ୨୦୩୦ ପୂର୍ବରୁ ରୁଷୀୟ ଏନର୍ଜିଠାରୁ ୟୁରୋପକୁ ମୁକ୍ତ କରିବା ପାଇଁ ବିକଳ୍ପ ଯୋଗାଣ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେବାକୁ ଇୟୁ ସ୍ଥିର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri