ରୁଷିଆ ଉପରେ କମିବ ପାଶ୍ଚାତ୍ୟର ନିର୍ଭରଶୀଳତା

ବ୍ରସେଲ୍ସ,୨୬ା୩: ରୁଷିଆ ଉପରେ ଶକ୍ତି କ୍ଷେତ୍ରରେ ପାଶ୍ଚାତ୍ୟର ନିର୍ଭରଶୀଳତା ହ୍ରାସ କରିବା ପାଇଁ ଶୁକ୍ରବାର ଆମେରିକା ଓ ୟୁରୋପୀୟ ସଂଘ (ଇୟୁ) ସହଭାଗିତାର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ବେଲ୍‌ଜିୟମ୍‌ର ବ୍ରସେଲ୍ସରେ ଉଭୟ ପକ୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଗ୍ୟାସ୍‌ ଡିଲ୍‌ ସ୍ବାକ୍ଷର ହୋଇଛି। ଚୁକ୍ତି ମୁତାବକ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ୟୁରୋପକୁ ଚଳିତବର୍ଷ ୧୫ ବିଲିୟନ୍‌ କ୍ୟୁବିକ୍‌ ମିଟର ଲିକ୍ୱିଫାଏଡ୍‌ ନାଚୁରାଲ ଗ୍ୟାସ୍‌ ରପ୍ତାନି ବଢ଼ାଇବେ। ଏପରି କି ଆବଶ୍ୟକ ହେଲେ ଭବିଷ୍ୟତରେ ଅଧିକ ଗ୍ୟାସ୍‌ ଯୋଗାଇ ଦିଆଯାଇପାରେ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ୟୁକ୍ରେନ୍‌ ଆକ୍ରମଣକୁ ମାସେ ପୂରିବା ପରିପ୍ରେକ୍ଷୀରେ ମସ୍କୋକୁ ଏକଘରିକିଆ କରିବା ପାଇଁ ଏହି ପଦକ୍ଷେପକୁ ତାତ୍ପର୍ଯ୍ୟପୂର୍ଣ୍ଣ ବିବେଚନା କରାଯାଉଛି।
ସଂଘ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଗୃହଗୁଡ଼ିକୁ ଉଷୁମ ରଖିବା ଏବଂ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା ଗ୍ୟାସ୍‌ ଚାହିଦାର ପ୍ରାୟ ୪୦% ରୁଷିଆ ପୂରଣ କରିଥାଏ। ଏଥିରୁ ମିଳୁଥିବା ଅର୍ଥ ମସ୍କୋ ପାଇଁ ଆୟର ଏକ ବଡ଼ ଉତ୍ସ। ଏପରି ସ୍ଥଳେ ୟୁକ୍ରେନ୍‌ ଆକ୍ରମଣର ଜବାବ ଦେବା ପାଇଁ ରୁଷିଆଠାରୁ ଗ୍ୟାସ୍‌ ଆମଦାନୀ ହ୍ରାସ କରିବ ବୋଲି ୨୭ ରାଷ୍ଟ୍ରକୁ ନେଇ ଗଠିତ ଏହି ବ୍ଲକ୍‌ ପୂର୍ବରୁ ଘୋଷଣା କରିସାରିଛି। ଆମେରିକାର ଯୋଜନା ମୁତାବକ ୟୁରୋପୀୟ ସଂଘକୁ ଅତିରିକ୍ତ ଗ୍ୟାସ୍‌ ଯୋଗାଇଦିଆଯିବ, ଯାହାକି ରୁଷିଆଠାରୁ ମିଳୁଥିବା ଗ୍ୟାସ୍‌ର ପ୍ରାୟ ୧୦%। ତେବେ ଇୟୁକୁ ବାର୍ଷିକ ପ୍ରାୟ ୫୦ ବିଲିୟନ୍‌ କ୍ୟୁବିକ୍‌ ମିଟର ପର୍ଯ୍ୟନ୍ତ ଗ୍ୟାସ୍‌ ଯୋଗାଇବା ପାଇଁ ଆମେରିକା ଲକ୍ଷ୍ୟ ରଖିଛି। ରୁଷିଆ ଉପରେ ନିର୍ଭରଶୀଳତା ହ୍ରାସ କରିବାର ତାତ୍ପର୍ଯ୍ୟ ହେଉଛି ଅଧିକ ନବୀକରଣୀୟ ଶକ୍ତି ଉତ୍ପାଦନ ଏବଂ ଶକ୍ତି ଦକ୍ଷତାରେ ଉନ୍ନତି ଆଣିବା। ୩ ଦିନିଆ ବ୍ରସେଲ୍ସ ଗସ୍ତରେ ଥିବା ବାଇଡେନ୍‌ ଏବଂ ୟୁରୋପୀୟ କମିଶନ ପ୍ରେସିଡେଣ୍ଟ ଉସୁଲା ଭୋନ୍‌ ଡେର ଲେୟେନ୍‌ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌କୁ ଅତିରିକ୍ତ ସହାୟତା ଦେବା ନେଇ ଆଲୋଚନା କରିଛନ୍ତି। ଖବରଦାତା ସମ୍ମିଳନୀରେ ବାଇଡେନ୍‌ କହିଛନ୍ତି, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଦାଉ ସାଧିବା ପାଇଁ ଏନର୍ଜି ଉତ୍ସକୁ ଅସ୍ତ୍ର କରୁଛନ୍ତି। ଏନର୍ଜି ବିକ୍ରି କରି ଏଥିରୁ ମିଳୁଥିବା ଲାଭକୁ ସେ ନିଜ ଯୁଦ୍ଧ ମେଶିନର ଇନ୍ଧନ ଭାବେ ବ୍ୟବହାର କରୁଛନ୍ତି। ରୁଷିଆର ଗ୍ୟାସ୍‌ ଯୋଗାଣ ହ୍ରାସଜନିତ ସାମୟିକ କଷ୍ଟକୁ ଆମେରିକା-ଇୟୁ ଡିଲ୍‌ରୁ ମିଳିବାକୁ ଥିବା ଦୀର୍ଘମିଆଦୀ ଲାଭ ଲାଘବ କରିବ। ସେହିପରି ଇୟୁ ପ୍ରେସିଡେଣ୍ଟ ଭୋନ୍‌ ଡେର ଲେୟେନ୍‌ କହିଛନ୍ତି, ୟୁରୋପୀୟ ହିସାବରେ ଆମେ ରୁଷିଆଠାରୁ ଦୂରେଇଯାଇ ନିଜ ବନ୍ଧୁ ଓ ବିଶ୍ୱସ୍ତରାଷ୍ଟ୍ରଗୁଡ଼ିକଠାରୁ ଗ୍ୟାସ୍‌ ନେବାକୁ ପସନ୍ଦ କରିବୁ। ରୁଷିଆ ଯୋଗାଇଦେଉଥିବା ଗ୍ୟାସ୍‌ର ଏକତୃତୀୟାଂଶ ଚାହିଦାକୁ ବାର୍ଷିକ ୫୦ ବିଲିୟନ୍‌ କ୍ୟୁବିକ୍‌ ମିଟର ଟାର୍ଗେଟ ପୂରଣ କରିବ। ତେଣୁ ଆମେ ଏବେ ଠିକ୍‌ ବାଟରେ ଯାଉଛୁ। ପ୍ରକାଶ ଯେ, ୟୁକ୍ରେନ୍‌ ଆକ୍ରମଣକୁ ନେଇ କ୍ଷୁବ୍ଧ ଆମେରିକା ସମସ୍ତ ରୁଷୀୟ ତୈଳ ଓ ଗ୍ୟାସ୍‌ ଆମଦାନୀ ଉପରେ କଟକଣା ଲଗାଇଥିବାବେଳେ ୨୦୨୨ ଶେଷ ସୁଦ୍ଧା ପର୍ଯ୍ୟାୟକ୍ରମେ ଇମ୍ପୋର୍ଟ ବନ୍ଦ କରିବାକୁ ବ୍ରିଟେନ ନିଷ୍ପତ୍ତି ନେଇଛି। ସେହିପରି ୨୦୩୦ ପୂର୍ବରୁ ରୁଷୀୟ ଏନର୍ଜିଠାରୁ ୟୁରୋପକୁ ମୁକ୍ତ କରିବା ପାଇଁ ବିକଳ୍ପ ଯୋଗାଣ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେବାକୁ ଇୟୁ ସ୍ଥିର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri