ୟୁକ୍ରେନ୍‌ ବ୍ରହ୍ମାସ୍ତ୍ର ମାଡ଼ରେ ରୁଷିଆ ଯୁଦ୍ଧପୋତ ଜଳିଗଲା…

କ୍ୱିଭ୍‌, ୯।୫ : ଗତ ୭୪ ଦିନ ଧରି ରୁଷିଆ-ୟୁକ୍ରେନ ଯୁଦ୍ଧ ଚାଲିଛି। ୟୁକ୍ରେନ ଦାବି କରିଛି ଯେ କୃଷ୍ଣସାଗରରେ ଆଉ ଏକ ରୁଷିଆ ଯୁଦ୍ଧପୋତକୁ ଯୁଦ୍ଧ ଜାହାଜକୁ ଧ୍ୱଂସ କରିଦେଇଛି। ୟୁକ୍ରେନ୍‌ର ବ୍ରହ୍ମାସ୍ତ୍ର ମାଡ଼ରେ ୟୁକ୍ରେନ ଏଭଳି ଘଟିଛି। ୟୁକ୍ରେନ୍‌ ସୌନ୍ୟବାହିନୀ ମଧ୍ୟ ଏହି ଘଟଣାର ଥର୍ମାଲ ଡ୍ରୋନ ଭିଡିଓ ଜାରି କରିଛି। ଯେଉଁଥିରେ ଯୁଦ୍ଧପୋତରେ ବିସ୍ଫୋରଣ ଯୋଗୁ ଏହା ଜଳି ଯାଉଥିବା ଦେଖିବାକୁ ମିଳୁଛି।

ୟୁକ୍ରେନ ଦାବି କରିଛି ଯେ ଏହା ସ୍ନେକ୍‌ ଆଇଲାଣ୍ଡ ନିକଟରେ ରୁଷିଆ ଯୁଦ୍ଧପୋତ ଜଳି ଯାଇଥିବା ୟୁକ୍ରେନ୍‌ କହିଛି। ତୁର୍କୀରୁ କିଣାଯାଇଥିବା ବାଇରାକ୍ଟର ଟିବି-୨ ଡ୍ରୋନରୁ ମିଜାଇଲ ଦ୍ୱାରା ଯୁଦ୍ଧପୋତକୁ ନଷ୍ଟ ହୋଇଯାଇଥିବା ୟୁକ୍ରେନ୍‌ କହିଛି। ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନ ବନ୍ଦରର ଓଡେସା ଠାରୁ ୮୦ ମାଇଲ ଦୂରରେ ଅବସ୍ଥିତ ଦ୍ୱୀପରେ ଏକ ସଶସ୍ତ୍ର ବାଇରାକ୍ଟର ଡ୍ରୋନ ଦ୍ୱାରା ରୁଷିଆର କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ଧ୍ୱଂସ କରାଯାଇଛି।

ଆମେରିକାର ପବ୍ଲିକ୍‌ ଆର୍ଥ ଇମେଜିଂ କମ୍ପାନୀ ପ୍ଲାନେଟ ଲ୍ୟାବ ଦ୍ୱାରା ନିଆଯାଇଥିବା ସାଟେଲାଇଟ ଚିତ୍ରଗୁଡ଼ିକ ସ୍ନେକ୍‌ ଆଇଲାଣ୍ଡର ଉତ୍ତର ଉପକୂଳରେ ସର୍ନା-ଶ୍ରେଣୀ ଅବତରଣ ଜାହାଜକୁ ଦର୍ଶାଉଛି। ଏହା ୟୁକ୍ରେନ ସୈନ୍ୟବାହିନୀ ଦ୍ୱାରା ଜାରି ହୋଇଥିବା ଭିଡିଓ ସହିତ ମେଳ ଖାଉଛି। ଜାହାଜରେ ନିଆଁ ଲାଗି ଏହା ଧ୍ୱଂସ ହୋଇଥିବା ସ୍ପଷ୍ଟ ଦେଖାଯାଉଛି। ତେବେ ଏହି ଆକ୍ରମଣ ନେଇ ରୁଷିଆ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri