Posted inଜାତୀୟ

ମହାକାଶରୁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ଗୁପ୍ତଚରୀ, ପୁଟିନ୍‌ଙ୍କ ଯୋଜନାର ହେଉଛି ପର୍ଦ୍ଦାଫାଶ୍‌…

ନ୍ୟୁୟର୍କ/ମସ୍କୋ/କ୍ୱିଭ୍‌, ୨୮।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଗୁପ୍ତଚରୀ ମହକାଶରୁ କରାଯାଉଛି। ସାଟେଲାଇଟ୍‌ ଦ୍ୱାରା ଫଟୋ ଏବଂ ଭିଡ଼ିଓ ରେକର୍ଡିଂ କରାଯାଉଛି। ରୁଷିଆ ୟୁକ୍ରେନ୍‌ ଯୁଦ୍ଧରେ ସାଟେଲାଇଟ କ୍ୟାମେରା ପାଲଟିଛି ତୃତୀୟ ନୟନ। ଫଳରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ସମସ୍ତ ଯୋଜନାର ପର୍ଦ୍ଦାଫାଶ୍‌ କରାଯାଇ ବିରୋଧୀ ରଣନୀତି ପ୍ରସ୍ତୁତ କରାଯାଉଛି।

ଫଳରେ ପୁଟିନ୍‌ଙ୍କ ଯୁଦ୍ଧ ଯୋଜନା ସଫଳ ହୋଇ ପାରୁନାହିଁ। ୨୦୨୧ରେ ହୋଇଥିବା ଏକ ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଥିଲେ ଯେ ଗୁପ୍ତଚର ଉପଗ୍ରହ ଥିବା ଦେଶଗୁଡିକ ଉପରେ ଅନ୍ୟ ଦେଶ ତୁଳନାରେ ଆକ୍ରମଣ ହେବାର ଆଶଙ୍କା କମ ରହିଥାଏ।

ସାଟେଲାଇଟ ଟେକ୍ନୋଲୋଜି ବ୍ୟବହାର କରି ମହାକାଶରୁ ଗୁପ୍ତଚରୀ କରି ଯୁଦ୍ଧ ବିଜୟ ଫର୍ମୂଲା ଏବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପାଲଟିଛି। ଉପଗ୍ରହ ମାଧ୍ୟମରେ ଏବେ ଚିତ୍ର ଉତ୍ତୋଳନ କରିବା ସାଧାରଣ ଯୁଦ୍ଧ ରଣନୀତିର ଅଂଶବିଶେଷ ପାଲଟିଛି।

୨୦୦୦ରେ ଏହା ଆରମ୍ଭ ହୋଇଥିଲା। ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୨୦୨୧ର ଶେଷ ଭାଗରେ ୟୁକ୍ରେନ ଏବଂ ଏହାର ଆଖପାଖରେ ରୁଷୀୟ ସୈନ୍ୟମାନଙ୍କୁ ନିୟୋଜିତ କରିବା ଆରମ୍ଭ କଲେ। ତେବେ ଏହାର ସାଟେଲାଇଟ ଚିତ୍ର ଉତ୍ତୋଳନ କରାଯାଇ ପୁଟିନ କଣ କରିବାକୁ ଯାଉଛନ୍ତି ତାହା ପାଶ୍ଚାତ୍ୟ ଦେଶ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା।

ପାଶ୍ଚାତ୍ୟ ଦେଶଗୁଡ଼ିକ ମହାକାଶରୁ ସାଟେଲାଇଟ୍‌ ଦ୍ୱାରା ଗୁପ୍ତଚରୀ କରି ରୁଷିଆର ଗୁପ୍ତ ଆକ୍ରମଣ ଯୋଜନାକୁ ପ୍ରକାଶ କରିଦେଉଥିବାରୁ ୟୁକ୍ରେନ୍‌ ମୁଣ୍ଠନୋଇବାକୁ ପ୍ରସ୍ତୁତ ହେଉନାହିଁ। ଉପଗ୍ରହ ଗୁପ୍ତଚରୀ ଦ୍ୱାରା ପାଶ୍ଚାତ୍ୟ ଦେଶଗୁଡ଼ିକ ଯୁଦ୍ଧରେ ରୁଷିଆକୁ ପଛରେ ପକାଇ ଦେଇଛନ୍ତି ବୋଲି ଅନ୍ତଜାର୍ତୀୟସ୍ତରରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri