ଫିନଲାଣ୍ଡ ମୁହାଁ ରୁଷିଆ କ୍ଷେପଣାସ୍ତ୍ର…

ମସ୍କୋ, ୧୩।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫିନଲାଣ୍ଡ ନାଟୋ ଦେଶଗୁଡ଼ିକର ନିକଟତର ହେବାରେ ଲାଗିଛି। ଫଳରେ ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ନଜର ରହିଛି। ପୁଟିନ୍‌ ସରକାର ଫିନଲାଣ୍ଡକୁ ଚେତାବନୀ ଦେବା ପରେ ନିଜର କ୍ଷେପଣାସ୍ତ୍ର ପ୍ରଣାଳୀକୁ ଏହାର ସୀମା ମୁହାଁ କରିଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ରୁଷିଆ ଫିନଲାଣ୍ଡ୍‌ ଉପରେ ଆକ୍ରମଣ କରିବାର ଆଶଙ୍କା କରାଯାଉଛି।

ଏହା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଫିନଲାଣ୍ଡ ସଂସଦକୁ ସମ୍ବୋଧିତ କରୁଥିବା ସମୟରେ ଫିନଲାଣ୍ଡ ଉପରେ ସାଇବର ଆକ୍ରମଣ ହୋଇଥିଲା। ଏହା ସହିତ ରୁଷିଆ ବିମାନ ଫିନଲାଣ୍ଡ ଆକାଶ ମାର୍ଗ ସୀମାକୁ ଉଲ୍ଲଂଘନ କରିଥିଲା। ଫିନଲାଣ୍ଡର ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ୍‌ କରି କହିଛି ଯେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ପ୍ରତିରକ୍ଷା ମନ୍ତ୍ରଣାଳୟର ୱେବସାଇଟ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣ ଖବର ପାଇବା ପରେ ୱେବସାଇଟ ବନ୍ଦ ହୋଇଯାଇଥିଲା।

ସମଗ୍ର ଘଟଣାର ତଦନ୍ତ ଚାଲିଛି। ଘଟଣାର ତଦନ୍ତ ପରେ ୱେବସାଇଟ ପୁଣି କାର୍ଯ୍ୟ ଆରମ୍ଭ କରିଛି। ସରକାରୀ ୱେବସାଇଟରେ ସାଇବର ଆକ୍ରମଣ ପୂର୍ବରୁ ଫିନଲାଣ୍ଡ ରିପୋର୍ଟ କରିଛି ଯେ ରୁଷିର ଏକ ଆଇଏଲ୍‌-୯୬-୩୦୦ ତିନି ମିନିଟ ପାଇଁ ଆକାଶ ସୀମାକୁ ଉଲ୍ଲଂଘନ କରିଛି। ଫିନଲାଣ୍ଡର ଆକାଶ ମାର୍ଗରେ ପହଞ୍ଚିବାର କିଛି ସମୟ ପରେ ବିମାନଟି ଫେରି ଯାଇଛି। ଫିନଲାଣ୍ଡ ରୁଷିଆ ମଧ୍ୟରେ ୧୩୦୦ କିଲୋମିଟର ସୀମା ରହିଛି। ଫିନଲାଣ୍ଡ ୟୁକ୍ରେନ ସହିତ ବନ୍ଧୁ ଭାବେ ଛିଡା ହୋଇଛି।

ଆଗାମୀ କିଛି ମାସ ମଧ୍ୟରେ ଫିନଲାଣ୍ଡ ନାଟୋ ଦେଶମାନଙ୍କ ସହିତ ଯୋଗ ଦେଇପାରେ। ଫିନଲାଣ୍ଡ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ପୁଟିନ୍‌ କ୍ରୋଧ ପ୍ରକାଶ କରି ସାଇବର ଆକ୍ରମଣ ଏବଂ ବାୟୁସୀମା ଉଲ୍ଲଂଘନ କରାଇ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ବିଶେଷଜ୍ଞମାନଙ୍କ ଅନୁସାରେ ଫିନଲାଣ୍ଡ ନାଟୋ ଦେଶଗୁଡିକର ନିକଟତର ହେବା ଦ୍ୱାରା ରୁଷିଆର ପରବର୍ତ୍ତୀ ଶିକାର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଖବରକାଗଜ ଡେଲି ମେଲ ଅନୁସାରେ ଅପଲୋଡ ହୋଇଥିବା ଏକ ଭିଡ଼ିଓରେ ରୁଷିଆ କ୍ଷେପଣାସ୍ତ୍ର ପ୍ରଣାଳୀ ଫିନଲାଣ୍ଡ ସୀମାକୁ ସଂଯୋଗ କରୁଥିବା ରାସ୍ତାରେ ଯାଉଥିବାର ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri