ଓ୍ବାରସ (ପୋଲାଣ୍ଡ), ୧।୭(ଏପି): ଗୁପ୍ତଚର କାର୍ଯ୍ୟକଳାପରେ ଲିପ୍ତ ଥିବା ସନ୍ଦେହରେ ପୋଲାଣ୍ଡ କର୍ତ୍ତୃପକ୍ଷ ରୁଷିଆର ଜଣେ ହକି ଖେଳାଳିଙ୍କୁ ଅଟକ ରଖିଛନ୍ତି। ଏହି ଖେଳାଳି ଜଣକ ପୋଲାଣ୍ଡର ଏକ ପ୍ରଥମ ଶ୍ରେଣୀ ଲିଗ୍ କ୍ଲବରୁ ଖେଳନ୍ତି। ଦେଶର ବିଚାର ବିଭାଗ ମନ୍ତ୍ରୀ ତଥା ଚିଫ୍ ପ୍ରସିକ୍ୟୁଟର ଜିବିଗ୍୍ନ୍ୟୁ ଜିଓବ୍ରୋ ଏ ସୂଚନା ଦେଇଛନ୍ତି। ଖେଳାଳି ଜଣଙ୍କୁ ଜୁନ୍ ୧୧ରେ ଗିରଫ କରାଯାଇଛି। ସେ ଏକ ସ୍ପାଏ ନେଟ୍ଓ୍ବର୍କର ୧୪ତମ ସଦସ୍ୟ ବୋଲି ସନ୍ଦେହ କରାଯାଉଛି। ସେ ପୋଲାଣ୍ଡର ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ବିଦେଶୀ ଗୋଇନ୍ଦା ସଂସ୍ଥା ଏବଂ ଏକ ସଂଗଠିତ ଅପରାଧ ଗୋଷ୍ଠୀର ସଦସ୍ୟ ଭାବେ କାର୍ଯ୍ୟ କରିଥାନ୍ତି। ଏଭଳି କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ୧୦ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ଦେଶର ନ୍ୟୁଜ୍ ଏଜେନ୍ସି ‘ପାପ୍’ର କହିବା ଅନୁସାରେ, ରୁଷିଆ ସଂଗଠିତ ଅପରାଧ ଗୋଷ୍ଠୀକୁ ୟୁକ୍ରେନ୍କୁ ସଂଯୋଗ କରୁଥିବା ରେଳପଥ ଉପରେ ନଜର ରଖିବା କ୍ଷେତ୍ରରେ ବ୍ୟବହାର କରୁଛି। ରୁଷିଆର ଆକ୍ରମଣ ବିରୋଧରେ ୟୁକ୍ରେନକୁ ସହାୟତା କରିବାକୁ ଯାଇ ପାଶ୍ଚାତ୍ୟ ଦେଶଗୁଡ଼ିକ ପୋଲାଣ୍ଡରେ ଅସ୍ତ୍ରଶସ୍ତ୍ର ଠୁଳ କରୁଛନ୍ତି।
ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ
ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍ର ଏକ ଲିଗ୍ ମ୍ୟାଚ୍ରେ…
ବିଷାକ୍ତ ଗ୍ୟାସ୍ ଲିକ୍: ଚାଲିଗଲା ୩୭ ଜୀବନ
ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍ ଲିକ୍ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…
ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ
କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍ରେ ଇଟାଲିକୁ ୪୨ ରନରେ ପରାସ୍ତ…
ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି
ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…
Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…
ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…
ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…
ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…
ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…
T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ
ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…
Archives

