ୟୁକ୍ରେନ୍‌ ଆଣବିକ କେନ୍ଦ୍ରରେ ରୁଷିଆର ଡ୍ରୋନ୍‌ ଆକ୍ରମଣ

କିଭ୍‌,୧୫ା୨: ମ୍ୟୁନିକ୍‌ ସିକ୍ୟୁରିଟି କନ୍‌ଫରେନ୍ସର ଅବ୍ୟବହିତ ପୂର୍ବରୁ ୟୁକ୍ରେନ୍‌ ପାଓ୍ବାର ପ୍ଲାଣ୍ଟ ଉପରେ ରୁଷିଆ ଡ୍ରୋନ୍‌ ଆକ୍ରମଣ କରିଛି। ଗୁରୁବାର ରାତି ୨ଟା ୨ ମିନିଟ୍‌ରେ ବିଶ୍ୱକୁ ବିକିରଣରୁ ସୁରକ୍ଷା ଦେଉଥିବା ଚେର୍ନୋବିଲ୍‌ ଆଣବିକ କେନ୍ଦ୍ର ଉପରେ ରୁଷିଆ ପକ୍ଷରୁ ଉଚ୍ଚ ବିସ୍ଫୋରକଯୁକ୍ତ ଏକ ଡ୍ରୋନ୍‌ ଆକ୍ରମଣ କରାଯାଇଛି ବୋଲି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ସୂଚନା ଦେଇଛନ୍ତି। ଚେର୍ନୋବିଲ୍‌ ଆଣବିକ କେନ୍ଦ୍ରର ଚତୁର୍ଥ ପାଓ୍ବାର ୟୁନିଟ୍‌କୁ ଆକ୍ରମଣ କରାଯିବା ପରେ ସେଠାରେ ବଡ଼ ବିସ୍ଫୋରଣ ହୋଇଛି। ଏଥିରେ ୟୁନିଟ୍‌ର ଛାତରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଜେଲେନ୍‌ସ୍କି ଏହାକୁ ସାରା ବିଶ୍ୱର ଉପରେ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଛନ୍ତି। ରୁଷୀୟ ସୈନ୍ୟ ସାରା ଦେଶର ବିଭିନ୍ନ ଭାଗରେ ୧୦୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଥିବା ୟୁକ୍ରେନୀୟ ବାୟୁସେନା ପକ୍ଷରୁ କୁହାଯାଇଛି।
୨୦୨୨ ଫେବୃଆରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନିର୍ଦ୍ଦେଶକ୍ରମେ ରୁଷୀୟ ସୈନ୍ୟ ପଡ଼ୋଶୀ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲେ। ସେତେବେଳେ ପୁଟିନ୍‌ ମନେକରିଥିଲେ, ରୁଷୀୟ ସେନା ସ୍ବତନ୍ତ୍ର ସାମରିକ ଅଭିଯାନରେ ଖୁବ୍‌ଶୀଘ୍ର ସମଗ୍ର ୟୁକ୍ରେନ୍‌ ଭୂଖଣ୍ଡକୁ ଦଖଲ କରିବ। ଏହି ଯୁଦ୍ଧ ୭ ଦିନ ଭିତରେ ଶେଷ ହୋଇଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ଦିନ କେଇଟା ପରେ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଆସିଛନ୍ତି। ଏପରି କି ଆମେରିକା ସମେତ ଅନେକ ୟୁରୋପୀୟ ରାଷ୍ଟ୍ର ରୁଷିଆ ବିରୋଧରେ ଅନେକ ଆର୍ଥିକ ଓ କୂଟନୈତିକ କଟକଣା ଜାରି କରିବା ସହ ୟୁକ୍ରେନ୍‌କୁ ସାମରିକ ତଥା ମାନବୀୟ ସହାୟତା ପ୍ରଦାନ କରିଛନ୍ତି। କିନ୍ତୁ ୨୦୨୫ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ସହ ଯୁଦ୍ଧାବସାନର ସଙ୍କେତ ମିଳିଥିଲା। ଫେବୃଆରୀ ୧୨ରେ ରୁଷୀୟ ପ୍ରତିପକ୍ଷ ପୁଟିନ୍‌ଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ୍‌ ଏହି ପ୍ରସଙ୍ଗ ଉଠାଇଥିଲେ। ଏହି ପୃଷ୍ଠଭୂମିରେ ଜର୍ମାନୀର ମ୍ୟୁନିକ୍‌ ସହରରେ ଶୁକ୍ରବାର ସୁରକ୍ଷା ସମ୍ମିଳନୀ ଆରମ୍ଭ ହୋଇଛି। ୧୬ ତାରିଖ ଯାଏ ଚାଲିବାକୁ ଥିବା ମ୍ୟୁନିକ୍‌ ସିକ୍ୟୁରିଟି କନ୍‌ଫରେନ୍ସର ଫୋକସ୍‌ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଉପରେ ରହିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏହି ଅବସରରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଏଭଳି ସମୟରେ ୟୁକ୍ରେନ୍‌ର ଚେର୍ନୋବିଲ୍‌ ଆଣବିକ ପ୍ଲାଣ୍ଟକୁ ରୁଷୀୟ ସୈନ୍ୟ ଟାର୍ଗେଟ କରିଛନ୍ତି। ଇଣ୍ଟରନ୍ୟାଶନାଲ ଆଟୋମିକ୍‌ ଏନର୍ଜି ଏଜେନ୍ସି (ଆଇଏଇଏ) କହିଛି, ଆକ୍ରମଣ ଯୋଗୁ ପ୍ଲାଣ୍ଟ ଭିତରେ ଓ ବାହାରେ ବିକିରଣ ସ୍ତର ସ୍ବାଭାବିକ ଏବଂ ସ୍ଥିର ରହିଛି। ପ୍ରକାଶ ଯେ, ୟୁକ୍ରେନ୍‌ରେ ଥିବା ନ୍ୟୁକ୍ଲିୟର ପ୍ଲାଣ୍ଟଗୁଡ଼ିକ ଉପରେ ରୁଷିଆ ଆକ୍ରମଣର ସମ୍ଭାବ୍ୟ ବିପଦକୁ ନେଇ ଯୁଦ୍ଧ ଆରମ୍ଭରୁ ଆଇଏଇଏ ସତର୍କ କରାଇଆସୁଛି। ଏହା ପୂର୍ବରୁ ମଧ୍ୟ ରୁଷିଆ ଦକ୍ଷିଣ ୟୁକ୍ରେନ୍‌ସ୍ଥିତ ଜାପୋରିଝିଝିଆ ଆଣବିକ କେନ୍ଦ୍ରକୁ ଜବରଦସ୍ତ ଦଖଲ କରି ଏହାର ନିୟନ୍ତ୍ରଣ ନିଜ ହାତକୁ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri