ୟୁକ୍ରେନ୍‌ ଆଣବିକ କେନ୍ଦ୍ରରେ ରୁଷିଆର ଡ୍ରୋନ୍‌ ଆକ୍ରମଣ

କିଭ୍‌,୧୫ା୨: ମ୍ୟୁନିକ୍‌ ସିକ୍ୟୁରିଟି କନ୍‌ଫରେନ୍ସର ଅବ୍ୟବହିତ ପୂର୍ବରୁ ୟୁକ୍ରେନ୍‌ ପାଓ୍ବାର ପ୍ଲାଣ୍ଟ ଉପରେ ରୁଷିଆ ଡ୍ରୋନ୍‌ ଆକ୍ରମଣ କରିଛି। ଗୁରୁବାର ରାତି ୨ଟା ୨ ମିନିଟ୍‌ରେ ବିଶ୍ୱକୁ ବିକିରଣରୁ ସୁରକ୍ଷା ଦେଉଥିବା ଚେର୍ନୋବିଲ୍‌ ଆଣବିକ କେନ୍ଦ୍ର ଉପରେ ରୁଷିଆ ପକ୍ଷରୁ ଉଚ୍ଚ ବିସ୍ଫୋରକଯୁକ୍ତ ଏକ ଡ୍ରୋନ୍‌ ଆକ୍ରମଣ କରାଯାଇଛି ବୋଲି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ସୂଚନା ଦେଇଛନ୍ତି। ଚେର୍ନୋବିଲ୍‌ ଆଣବିକ କେନ୍ଦ୍ରର ଚତୁର୍ଥ ପାଓ୍ବାର ୟୁନିଟ୍‌କୁ ଆକ୍ରମଣ କରାଯିବା ପରେ ସେଠାରେ ବଡ଼ ବିସ୍ଫୋରଣ ହୋଇଛି। ଏଥିରେ ୟୁନିଟ୍‌ର ଛାତରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଜେଲେନ୍‌ସ୍କି ଏହାକୁ ସାରା ବିଶ୍ୱର ଉପରେ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଛନ୍ତି। ରୁଷୀୟ ସୈନ୍ୟ ସାରା ଦେଶର ବିଭିନ୍ନ ଭାଗରେ ୧୦୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଥିବା ୟୁକ୍ରେନୀୟ ବାୟୁସେନା ପକ୍ଷରୁ କୁହାଯାଇଛି।
୨୦୨୨ ଫେବୃଆରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନିର୍ଦ୍ଦେଶକ୍ରମେ ରୁଷୀୟ ସୈନ୍ୟ ପଡ଼ୋଶୀ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲେ। ସେତେବେଳେ ପୁଟିନ୍‌ ମନେକରିଥିଲେ, ରୁଷୀୟ ସେନା ସ୍ବତନ୍ତ୍ର ସାମରିକ ଅଭିଯାନରେ ଖୁବ୍‌ଶୀଘ୍ର ସମଗ୍ର ୟୁକ୍ରେନ୍‌ ଭୂଖଣ୍ଡକୁ ଦଖଲ କରିବ। ଏହି ଯୁଦ୍ଧ ୭ ଦିନ ଭିତରେ ଶେଷ ହୋଇଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ଦିନ କେଇଟା ପରେ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଆସିଛନ୍ତି। ଏପରି କି ଆମେରିକା ସମେତ ଅନେକ ୟୁରୋପୀୟ ରାଷ୍ଟ୍ର ରୁଷିଆ ବିରୋଧରେ ଅନେକ ଆର୍ଥିକ ଓ କୂଟନୈତିକ କଟକଣା ଜାରି କରିବା ସହ ୟୁକ୍ରେନ୍‌କୁ ସାମରିକ ତଥା ମାନବୀୟ ସହାୟତା ପ୍ରଦାନ କରିଛନ୍ତି। କିନ୍ତୁ ୨୦୨୫ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ସହ ଯୁଦ୍ଧାବସାନର ସଙ୍କେତ ମିଳିଥିଲା। ଫେବୃଆରୀ ୧୨ରେ ରୁଷୀୟ ପ୍ରତିପକ୍ଷ ପୁଟିନ୍‌ଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ୍‌ ଏହି ପ୍ରସଙ୍ଗ ଉଠାଇଥିଲେ। ଏହି ପୃଷ୍ଠଭୂମିରେ ଜର୍ମାନୀର ମ୍ୟୁନିକ୍‌ ସହରରେ ଶୁକ୍ରବାର ସୁରକ୍ଷା ସମ୍ମିଳନୀ ଆରମ୍ଭ ହୋଇଛି। ୧୬ ତାରିଖ ଯାଏ ଚାଲିବାକୁ ଥିବା ମ୍ୟୁନିକ୍‌ ସିକ୍ୟୁରିଟି କନ୍‌ଫରେନ୍ସର ଫୋକସ୍‌ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଉପରେ ରହିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏହି ଅବସରରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଏଭଳି ସମୟରେ ୟୁକ୍ରେନ୍‌ର ଚେର୍ନୋବିଲ୍‌ ଆଣବିକ ପ୍ଲାଣ୍ଟକୁ ରୁଷୀୟ ସୈନ୍ୟ ଟାର୍ଗେଟ କରିଛନ୍ତି। ଇଣ୍ଟରନ୍ୟାଶନାଲ ଆଟୋମିକ୍‌ ଏନର୍ଜି ଏଜେନ୍ସି (ଆଇଏଇଏ) କହିଛି, ଆକ୍ରମଣ ଯୋଗୁ ପ୍ଲାଣ୍ଟ ଭିତରେ ଓ ବାହାରେ ବିକିରଣ ସ୍ତର ସ୍ବାଭାବିକ ଏବଂ ସ୍ଥିର ରହିଛି। ପ୍ରକାଶ ଯେ, ୟୁକ୍ରେନ୍‌ରେ ଥିବା ନ୍ୟୁକ୍ଲିୟର ପ୍ଲାଣ୍ଟଗୁଡ଼ିକ ଉପରେ ରୁଷିଆ ଆକ୍ରମଣର ସମ୍ଭାବ୍ୟ ବିପଦକୁ ନେଇ ଯୁଦ୍ଧ ଆରମ୍ଭରୁ ଆଇଏଇଏ ସତର୍କ କରାଇଆସୁଛି। ଏହା ପୂର୍ବରୁ ମଧ୍ୟ ରୁଷିଆ ଦକ୍ଷିଣ ୟୁକ୍ରେନ୍‌ସ୍ଥିତ ଜାପୋରିଝିଝିଆ ଆଣବିକ କେନ୍ଦ୍ରକୁ ଜବରଦସ୍ତ ଦଖଲ କରି ଏହାର ନିୟନ୍ତ୍ରଣ ନିଜ ହାତକୁ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri