ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଯିବ ରୁଷିଆର କରୋନା ଭ୍ୟାକ୍ସିନ

ମସ୍କୋ,୧୮।୮: ପ୍ରଶ୍ନ ଘେରରେ ପୋତିହୋଇ ପଡିଥିବା ରୁଷିଆର କରୋନା ଭ୍ୟାକ୍ସିନ ‘ସ୍ପୁଟନିକ-ଭି’ ଏବେ ଫେଜ୍‌ ଥ୍ରି ହ୍ୟୁମାନ ଟ୍ରାଏଲ ପାଇଁ ଯିବ ବୋଲି ଜଣାପଡିଛି। ଆଗାମୀ ୭ ଦିନ ମଧ୍ୟରେ ଏହା ଆରମ୍ଭ କରାଯାଇପାରେ। ରୁଷିଆ ଏହି ଭ୍ୟାକ୍ସିନର ଏକ ଭିଡିଓ ଜାରି କରିଛି। ଯେଉଁଥିରେ ଦାବି କରାଯାଇଛି କି ଏହି ଟିକା କରୋନା ଭାଇରସକୁ ଶେଷ କରିବାକୁ ସମ୍ପୂର୍ଣ୍ଣ ଭାବେ ସକ୍ଷମ। ଅନ୍ୟପଟେ ମେକ୍ସିକୋର ରାଷ୍ଟ୍ରପତି ଆନ୍ଦ୍ରିଜ ମେନଓ୍ବଲ ଲୋପେଜ ଓବରାଡୋର କହିଛନ୍ତି ଯଦି ରୁଷିଆର କରୋନା ଭ୍ୟାକ୍ସିନ ପ୍ରଭାବିତ ବୋଲି ପ୍ରମାଣିତ ହେଲା ତେବେ ସେ ନିଜେ ଏହି ଟିକା ନେବେ। ରୁଷିଆର ଏହି ଟିକାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଓ ଆଉ କେତେଜଣ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି। ରୁଷିଆର ଏହି ଭ୍ୟାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ମାତ୍ର ଦୁଇ ମାସ ମଧ୍ୟରେ ହୋଇଥିବାରୁ ଏହା ଉପରେ ଏବେ ପ୍ରଶ୍ନ ଉଠୁଛି। ଅନ୍ୟପଟେ ଫେଜ୍‌ ଥ୍ରି ଟ୍ରାଏଲ ପୂର୍ବରୁ ସରକାର ଏହାକୁ ମଞ୍ଜୁରୀ ପ୍ରଦାନ କରଦେଇଥିଲେ। ଏହାପରେ ଗତ ସପ୍ତାହରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିତ ପୁଟିନ ମଧ୍ୟ ଦାବି କରିଥିଲେ କି ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଗାମେଲୟା ଇନଷ୍ଟିଚ୍ୟୁଟର ମିଳିତ ସଯୋଗରେ ଏହି ଟିକା ଉତ୍ପାଦନ କରାଯାଇଛି। ଏହା ଶରୀରରେ କୋଭିଡ-୧୯ ମହାମାରୀ ବିରୋଧରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ।

Share