Posted inଖେଳ

ଓ୍ବିମ୍ବେଲଡନକୁ ଫେରିଲେ ରୁଷିଆ, ବେଲାରୁଷ ଖେଳାଳି

ଓ୍ବିମ୍ବେଲଡନ (ଇଂଲଣ୍ଡ), ୪ା୭ (ଏପି): ୟୁକ୍ରେନ୍‌ରେ ଯୁଦ୍ଧ ଜାରି ରହିଛି। ରୁଷିଆ ଓ ଏହାର ସହଯୋଗୀ ରାଷ୍ଟ୍ର ବେଲାରୁଷର ଖେଳାଳିମାନେ କିନ୍ତୁ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାକୁ ବର୍ଷକ ପରେ ଫେରିଛନ୍ତି। ୟୁକ୍ରେନ୍‌ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଅଲ୍‌ ଇଂଲଣ୍ଡ କ୍ଲବରେ ଖେଳିବା ଲାଗି ରୁଷିଆ ଓ ବେଲାରୁଷ ଖେଳାଳିଙ୍କ ଉପରେ କଟକଣା ଜାରି କରାଯାଇଥିଲା। ତେବେ ଇତିମଧ୍ୟରେ ତାହା ହଟାଇ ଦିଆଯାଇଛି। ସୋମବାର ସକାଳେ ଦୁଇ ବର୍ଷରେ ପ୍ରଥମ ଓ୍ବିମ୍ବେଲଡନ ମ୍ୟାଚ ଖେଳିଥିଲେ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କା। କୋର୍ଟ ୧୫ରେ ଦର୍ଶକମାନେ ଭଦ୍ର କରତାଳି ସହ ତାଙ୍କୁ ସ୍ବାଗତ କରିଥିଲେ। ପ୍ରଥମ ରାଉଣ୍ଡରେ ସେ ୟୁଆନ୍‌ ୟୁଇଙ୍କୁ ଭେଟିଥିଲେ। ୩ ସେଟ୍‌ ବିଶିଷ୍ଟ ଏହି ମ୍ୟାଚରେ ଚାଇନାର ଏହି ଖେଳାଳିଙ୍କୁ ହରାଇବା ଲାଗି ତାଙ୍କୁ ଅଢେଇ ଘଣ୍ଟା ସମୟ ଲାଗିଥିଲା। ମ୍ୟାଚ ଜିତିବା ପରେ ଦୁଇଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଆଜାରେଙ୍କା ଏକ ସାକ୍ଷାତ୍‌କାରରେ କହିଛନ୍ତି, ସ୍କୋର ବୋର୍ଡରେ ବିପକ୍ଷ ଖେଳାଳି ୟୁଆନ୍‌ଙ୍କ ନାମ ସହ ତାଙ୍କ ଦେଶର ନାମ ସ୍ଥାନ ପାଇଥିଲା। ମାତ୍ର ତାଲିକାରେ ତାଙ୍କ ନାମ ରହିଥିଲେହେଁ ଦେଶର ନାମ ଉଲ୍ଲେଖ ନ ଥିଲା। ଅନ୍ୟ କେତେକ କ୍ରୀଡ଼ାରେ ମଧ୍ୟ ଏହି ଭଳି କିଛି ନୀତି ଅନୁସରଣ କରାଯାଉଛି। ରୁଷିଆ କିମ୍ବା ବେଲାରୁଷରେ ଓ୍ବିମ୍ବେଲଡନ ପ୍ରସାରଣ ପାଇଁ ଅନୁମତି ନାହିଁ। ଅଫିସିଆଲ କାର୍ଯ୍ୟସୂଚୀ ହେଉ ଅବା ଅଲ୍‌ ଇଂଲଣ୍ଡ କ୍ଲବ ଦ୍ୱାରା ପ୍ରଦତ୍ତ ଫଳାଫଳ କିମ୍ବର ମ୍ୟାଚର ଟିଭି ବ୍ରଡକାଷ୍ଟ ସମୟରେ ଗ୍ରାଫିକ୍ସରେ ଦେଶର ନାମ ସ୍ଥାନ ପାଉ ନାହିଁ। ଆଜାରେଙ୍କା କହିଛନ୍ତି, ଏଠାକୁ ଆମେ ଖେଳିବାକୁ ଆସିଛୁ। ତୁମେ କେଉଁ ଦେଶରୁ ପ୍ରତିନିଧିତ୍ୱ କରୁଛ ସେଥିରେ କିଛି ଫରକ ପଡୁ ନାହିଁ। ନିଜଣ ଶ୍ରେଷ୍ଠ କ୍ରୀଡ଼ା ନୈପୁଣ୍ୟ ଦେଖବାକୁ ଆସିଛୁ। ୧୫ତମ ସିଡ୍‌ ରୁଷିଆର ଲୁଉଦମିଲା ସାମସୋନୋଭା କିନ୍ତୁ ରୁମାନିଆର ଆନା ବଗଦାନଙ୍କଠାରୁ ହାରିଯାଇଛନ୍ତି। ସୋମବାର ପ୍ରଥମ ଦିବସ ଖେଳରେ ଯେଉଁ ରୁଷୀୟ ଖେଳାଳିମାନେ ବିଜୟ ଲାଭ କରିଛନ୍ତି, ସେମାନେ ହେଲେ ପୁରୁଷ ସିଙ୍ଗଲ୍ସରେ ୭ମ ସିଡ୍‌ ଆନ୍ଦ୍ରେ ରୁବ୍ଲେଭ ଓ ଅଣସିଡ୍‌ ଅସ୍‌ଲାନ କରାଟସେଭ ଏବଂ ମହିଳା ସିଙ୍ଗଲ୍ସରେ ଭେରୋନିକା କୁଦରମେତୋଭା। ଲ୍ୟୁଦମିଲା କହିଛନ୍ତି, ଦର୍ଶକ ମହଲରେ ୟୁକ୍ରେନକୁ ସମର୍ଥନ କରି ହୋ ହଲ୍ଲା କିମ୍ବା ପ୍ରତିବାଦ ଦେଖିବାକୁ ମିଳି ନ ଥିଲା। ବରଂ ସେମାନେ ସ୍ବାଗତ କରିଥିଲେ। ମ୍ୟାଚ ବେଳେ ଉତ୍ସାହିତ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri