ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ଆକ୍ରମଣ: ୨ ମୃତ

ଲଣ୍ଡନ, ୧୮।୮:  ୟୁକ୍ରେନ୍‌ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ ଦେଶର ସର୍ବବୃହତ୍‌ ଷ୍ଟିଲ୍‌ କାରଖାନା ଉପରେ ରବିବାର ରାତିରେ ହୋଇଥିବା ଆକ୍ରମଣରେ ଶକ୍ତି ଏବଂ ବ୍ଲାଷ୍ଟ ଫର୍ନେସର ମୁଖ୍ୟ ଉପତ୍ାଦନ କେନ୍ଦ୍ରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଫଳରେ କାରଖାନାର ଉପତ୍ାଦନ ଆଂଶିକ ବାଧାପ୍ରାପ୍ତ ହୋଇଛି। କମ୍ପାନୀ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିବା ସହିତ ଏହା ଏକ ବେସାମରିକ ଶିଳ୍ପ ଭିତ୍ତିଭୂମି ବୋଲି ସ୍ପଷ୍ଟ କରିଛି।
ଆହତ କର୍ମଚାରୀଙ୍କୁ ସହରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ଯୋଗାଇ ଦିଆଯାଉଥିବାବେଳେ କମ୍ପାନୀ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛି।

Dharitri – Odisha’s No.1 Odia Daily

Share