ବିଶ୍ୱ ରେକର୍ଡଧାରୀ ୟୁକ୍ରେନର ସ୍ୱପ୍ନକୁ ନଷ୍ଟ କରିଦେଲା ରୁଷିଆ

କ୍ୱିଭ,୨୮ ।୨: ରୁଷିଆ ବିଶ୍ୱର ସବୁଠାରୁ ବଡ ମାଲବାହୀ ବିମାନ ୟୁକ୍ରେନର ଧ୍ୱଜାବାହକ ବା ଫ୍ଲଗ କ୍ୟାରିୟର ବିମାନ ଏଏନ-୨୨୫ ମରିୟାକୁ ନଷ୍ଟ କରି ଦେଇଛି । ଏହି ସୂଚନା ୟୁକ୍ରେନର ରାଜ୍ୟ ପ୍ରତିରକ୍ଷା ଗୋଷ୍ଠୀ ଉକ୍ରୋକେରେନପ୍ରୋମ ଦ୍ୱାରା ଦିଆଯାଇଛି । ଉକ୍ରୋକେରେନପ୍ରୋମ କହିଛି କ୍ୱିଭ ବାହାରେ ହୋଷ୍ଟୋମେଲ ବିମାନ ବନ୍ଦରରେ ରୁଷିଆର ସେନା ଏହି ବିମାନକୁ ନଷ୍ଟ କରି ଦେଇଛନ୍ତି । ସୂଚନା ମୁତାବକ ଯଦି ବିମାନଟିକୁ ମରାମତି କରାଯାଏ ତେବେ ସେଥିରେ ୩ ଅରବ ଡଲାରରୁ ଅଧିକ ଅର୍ଥ ଖର୍ଚ୍ଚ ହେବା ସହ ଏହା ବହୁ ସମୟ ଲାଗିବ । ସମାଚାର ଏଜେନ୍ସି ସିହ୍ନୁଆର ସୂଚନା ଅନୁଯାୟୀ ୧୯୮୦ ଦଶକରେ ଡିଜାଇନ କରାଯାଇଥିବା ଏଏନ୍ -୨୨୫ ମରିୟା ଏବେ ପର୍ଯ୍ୟନ୍ତ ଥିବା ସବୁଠାରୁ ଲମ୍ବା ଓ ସବୁଠାରୁ ଓଜନିଆ ବିମାନ । ଏହା ୬୪୦ ଟନ କାର୍ଗୋ ନେଇଯିବାର କ୍ଷମତା ରଖେ ।

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ମାରିୟା ନଷ୍ଟ ଘଟଣାକୁ ନେଇ ନିଜର ଭାବନା ସୋସିଆଲ ମିଡିଆରେ ବ୍ୟକ୍ତ କରିଛନ୍ତି । ସେ ଟୁଇଟ କରି କହିଛନ୍ତି, ଏହା ବିଶ୍ୱର ସବୁଠାରୁ ବଡ ବିମାନ ଥିଲା ଏଏନ୍‌-୨୨୫ ‘ମରିୟା’ । ୟୁକ୍ରେନ୍ ଭାଷାରେ ଏହାର ଅର୍ଥ ହେଉଛି ସ୍ୱପ୍ନ । ରୁଷିଆ ଯଦିଓ ଆମ ‘ମରିୟା’କୁ ନଷ୍ଟ କରି ଦେଇଛି ହେଲେ ସେ କେବେବି ଏକ ମଜଭୁତ, ସ୍ୱତନ୍ତ୍ର ଓ ଲୋକତାନ୍ତ୍ରିକ ୟୁରୋପୀୟ ରାଜ୍ୟର ସ୍ୱପ୍ନକୁ ନଷ୍ଟ କରିପାରିବ ନାହିଁ । ଆମେ ଆହୁରି ଦୃଢ ହେବୁ । ବିମାନ ନଷ୍ଟ ହୋଇଥିବାରୁ ୟୁକ୍ରେନ୍ ଦୁଃଖ ପ୍ରକାଶ କରି ଏହାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍ କରିଛି, ‘ବିଶ୍ୱର ସବୁଠାରୁ ବଡ ବିମାନ ମରିୟା(ଦ ଡ୍ରିମ୍‌)କ୍ୱିଭ ନିକଟରେ ଏକ ବିମାନ ବନ୍ଦରରେ ରୁଷିଆ ସେନା ଦ୍ୱାରା ନଷ୍ଟ କରାଯାଇଛି । ଆମେ ବିମାନର ମରାମତି କରିବୁ, ଆମେ ଏକ ମଜଭୁତ, ସ୍ୱତନ୍ତ୍ର ଓ ଲୋକତାନ୍ତ୍ରିକ ୟୁକ୍ରେନ୍‌ର ସ୍ୱପ୍ନକୁ ପୁରଣ କରିବୁ ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri