ରୁଷୀୟ ସୈନ୍ୟଙ୍କ ଛତ୍ରଭଙ୍ଗ

କିଭ୍‌/ମସ୍କୋ,୧୨ା୯: ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ୍‌ ଆକ୍ରମଣର ନିର୍ଦ୍ଦେଶ ଦେଇଥିଲେ ନିଜ ସୈନ୍ୟଙ୍କୁ। ସାମରିକ ଅପରେଶନ ବଳରେ ୨ ଦିନ ମଧ୍ୟରେ ୟୁକ୍ରେନ୍‌କୁ ସମ୍ପୂର୍ଣ୍ଣ ଦଖଲ କରିବେ ବୋଲି ସେତେବେଳେ ବାହୁସ୍ଫୋଟ ମାରିଥିଲେ। ହେଲେ ୟୁକ୍ରେନ୍‌ରେ ମସ୍କୋର ଧ୍ୱଂସଲୀଳାକୁ ରବିବାର ୨୦୦ ଦିନ ପୂରିଥିବାବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଅସୀମ ଧୈର୍ଯ୍ୟ ଓ ସାହସ ଆଗରେ ହାର ମାନିଛି ରୁଷିଆ ସେନା। ଖର୍କିଭ୍‌ ତଥା ଆଖପାଖ ଅଞ୍ଚଳକୁ ପୁନଃ ଦଖଲ କରିଛନ୍ତି ୟୁକ୍ରେନୀୟ ସୈନ୍ୟ। ଅନେକ ସ୍ଥାନରେ ରୁଷିଆର ଶକ୍ତିଶାଳୀ ସଶସ୍ତ୍ର ବଳ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମରିକ ଉପକରଣ ଛାଡ଼ି ପଳାୟନ କରୁଥିବା ଦେଖିବାକୁ ମିଳିଛି। ଫଳରେ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ପୁଟିନ୍‌ଙ୍କ ସ୍ବପ୍ନ ଧୂଳିସାତ୍‌ ହୋଇଯାଇଥିବା ଅନ୍ତର୍ଜାତୀୟ ବ୍ୟାପାର ବିଶେଷଜ୍ଞମାନେ ମତ ଦେଇଛନ୍ତି।

ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣକୁ ରବିବାର ୨୦୦ ଦିନ ପୂରିଛି। ୟୁକ୍ରେନୀୟ ସୈନ୍ୟମାନେ ରୁଷିଆ ପ୍ରତିପକ୍ଷଙ୍କୁ ମୁହଁତୋଡ଼ ଜବାବ ଦେଇ ଦେଶର ଉତ୍ତର, ଦକ୍ଷିଣ ଓ ପୂର୍ବ ଭାଗରେ ଅନେକ ଅଞ୍ଚଳକୁ ପୁନଃ ଦଖଲ କରିଛନ୍ତି। ଫଳରେ ରୁଷୀୟ ସୈନ୍ୟ ଛତ୍ରଭଙ୍ଗ ଦେଇ ସମ୍ପୃକ୍ତ ଅଞ୍ଚଳରୁ ପଳାୟନ କରିଛନ୍ତି। ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ତୁହାକୁ ତୁହା ରକେଟ ଓ ମିଶାଇଲ ମାଡ଼ କରି ରୁଷିଆ ଯେଉଁ ଅଞ୍ଚଳଗୁଡ଼ିକୁ ଦଖଲ କରିଥିଲା ଏବେ ସେସବୁକୁ ପୁଟିନ୍‌ଙ୍କ ସଶସ୍ତ୍ର ବଳ ହାତରୁ ପୁଣି ଛଡ଼ାଇ ଅଣାଯିବ ବୋଲି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏକ ଟେଲିଭିଜନ୍‌ ବାର୍ତ୍ତାରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଜେଲେନ୍‌ସ୍କିଙ୍କ ଏହି ପରାକ୍ରମକୁ ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପ୍ରଶଂସା କରିଛନ୍ତି।

ବିଶେଷକରି ବିଗତ ୨୪ ଘଣ୍ଟା ମଧ୍ୟରେ ଖର୍‌କିଭ୍‌ ରିଜିୟନ୍‌ରେ ୟୁକ୍ରେନ୍‌ ହାସଲ କରିଥିବା ସଫଳତା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କୁପିଆନସ୍କ ଓ ଇଜିୟମ୍‌ ଭଳି ଅନ୍ୟ ଅଞ୍ଚଳଗୁଡ଼ିକରେ ରୁଷିଆ ସେନା ୟୁକ୍ରେନ୍‌ ସୁରକ୍ଷା ବଳଠାରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଖେରାସନ ଅଞ୍ଚଳର ନିପର ନଦୀ ପଶ୍ଚିମ ପଟେ ଥିବା ରୁଷିଆ ସୈନ୍ୟଙ୍କ ଦୁର୍ଗ ମଧ୍ୟ ଭୁଶୁଡ଼ିବାରେ ଲାଗିଛି। ୟୁକ୍ରେନ୍‌ ସେନାମୁଖ୍ୟ ଭାଲେରି ଜାଲୁଝନି କହିଛନ୍ତି, ଖରକିଭ୍‌ ଅଞ୍ଚଳରେ ଆମେ ତିନିପଟୁ ମାଡ଼ିସାରିଲୁଣି। ଚଳିତ ମାସ ଆରମ୍ଭରୁ ଅଦ୍ୟାବଧି ୩,୦୦୦ ବର୍ଗ କି.ମି. (୧,୧୫୮ ବର୍ଗ ମାଇଲ) ଅଞ୍ଚଳ ନିଜ ଦଖଲକୁ ଫେରାଇ ଆଣିଛୁ। ଏନେଇ ଜେଲେନ୍‌ସ୍କି ନିଜ ସେନାକୁ ପ୍ରଶଂସା କରିଛନ୍ତି। ଏଥିସହ ଆଗକୁ ଅଧିକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ମିଳିଲେ ଶୀତରେ ଆହୁରି ଅଧିକ ଅଞ୍ଚଳକୁ ମୁକ୍ତ କରିବାରେ କିଭ୍‌ ସକ୍ଷମ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

ରୁଷିଆ ପକ୍ଷରୁ ଜର୍ମାନୀ ସମେତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ଗ୍ୟାସ୍‌ ଯୋଗାଣ ବନ୍ଦ କରାଯାଇଥିବାବେଳେ ପାଶ୍ଚାତ୍ୟରେ ଶକ୍ତି ସଙ୍କଟ ବଢ଼ିବାରେ ଲାଗିଛି। ଏଭଳି ସମୟରେ ଜେଲେନ୍‌ସ୍କି ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଅଧିକ ଆର୍ଥିକ ଓ ସାମରିକ ସହାୟତା ଆଶା କରିଛନ୍ତି। ଦଖଲକାରୀମାନେ କିପରି ପଳାୟନ କରିବାରେ ଲାଗିଛନ୍ତି ତାହା ଆମେ ଦେଖୁଛୁ। ଆମେ ଯଦି ସାମରିକ ଦୃଷ୍ଟିରୁ ଆଉ ଟିକେ ଅଧିକ ବଳୁଆ ହୋଇପାରନ୍ତୁ ତେବେ ଶୀତଋତୁରେ ସେମାନଙ୍କୁ ଘଉଡ଼ାଇବା ପ୍ରକ୍ରିୟା ଆହୁରି ତ୍ୱରିତ ହୋଇପାରନ୍ତା ବୋଲି ସେ କହିଛନ୍ତି। ଏନେଇ ୟୁକ୍ରେନ୍‌ ସେନା ରୁଷିଆକୁ କଟାକ୍ଷ କରି ସୋସିଆଲ ମିଡିଆରେ କେତେକ ପୋଷ୍ଟ କରିଛି। କିଭ୍‌ର ସାମରିକ ବିଶ୍ଳେଷକ ଓଲେହ ଝଡନୋଭ୍‌ କହିଛନ୍ତି, ବର୍ତ୍ତମାନର ସଫଳତା ଆଗକୁ ଲୁହାନସ୍କ ଅଞ୍ଚଳରେ ମଧ୍ୟ ରୁଷୀୟ ସୈନ୍ୟଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିବ, ଯହାକୁ ମସ୍କୋ ଗତ ଜୁଲାଇ ପ୍ରାରମ୍ଭରେ ଦଖଲ କରିଥିବା ଦାବି କରିଥିଲା।

ସେପଟେ ଶନିବାର ରୁଷିଆର ରାତିଅଧିଆ ଆକ୍ରମଣରେ ଇଷ୍ଟର୍ନ ଡୋନେସ୍କରେ ୧୦ ନାଗରିକଙ୍କ ମୃତ୍ୟୁ ଘଟିଥିବା ପ୍ରୋଭିନ୍ସ ଗଭର୍ନର ପଭ୍‌ଲୋ କିରିଲେନ୍‌କୋ ଟେଲିଗ୍ରାମରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଖରକିଭ୍‌ ରିଜିୟନ୍‌ର ୟୁକ୍ରେନ୍‌ ସେନାଘାଟିଗୁଡ଼ିକ ଉପରେ ଆକ୍ରମଣ ଜାରି ରହିଥିବା ନେଇ ରବିବାର ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।
ରୁଷିଆ ଦଖଲରେ ଥିବା ୟୁକ୍ରେନ୍‌ର ଜାପୋରିଝିଆ ଆଣବିକ କେନ୍ଦ୍ରରେ ବିକିରଣ ବିପର୍ଯ୍ୟୟ ଆଶଙ୍କା କରି କିଭ୍‌ ପକ୍ଷରୁ ୟୁରୋପର ସର୍ବବୃହତ୍‌ ତଥା ବିଶ୍ୱ ଦଶମ ବଡ଼ ଆଟମିକ୍‌ ପାଓ୍ବାର ଷ୍ଟେଶନକୁ ବନ୍ଦ କରି ଦିଆଯାଇଥିଲା। ତେବେ କିଛି ସମୟ ପରେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିବା ନେଇ ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) ଏକ ବିବୃତିରେ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri