Categories: ବାଣିଜ୍ୟ

ଭାରତୀୟ କମ୍ପାନୀ ସହ ଚୁକ୍ତି କରିବନି ରୁଷିଆ

ନୂଆଦିଲ୍ଲୀ,୯।୬: ରୁଷ୍‌ର ସର୍ବବୃହତ୍ତ ଅଏଲ୍‌ କମ୍ପାନୀ ରୋସ୍‌ନେଫ୍ଟ ଭାରତର ଦୁଇ ସରକାରୀ ତୈଳ କମ୍ପାନୀ ସହିତ ଅଶୋଧିତ ତୈଳ କାରବାର ସମ୍ବନ୍ଧୀୟ ଚୁକ୍ତି କରିବାରୁ ପଛକୁ ହଟିଯାଇଛି। ପୂର୍ବରୁ ରୋସ୍‌ନେଫ୍ଟ ଅନ୍ୟ କିଛି ଗ୍ରାହକଙ୍କ ସହିତ ତୈଳ ଯୋଗାଣ ପାଇଁ ଚୁକ୍ତି କରିସାରି ଥିବାରୁ ଭାରତୀୟ କମ୍ପାନୀ ସହିତ ଡିଲ୍‌ କରିବକୁ ତା’ ନିକଟରେ ଯଥେଷ୍ଟ ତୈଳ ଉପଲବ୍ଧ ନାହିଁ। ଖବର ଏଜେନ୍ସି ରୟଟର୍ସ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ଭାରତୀୟ ତୈଳ କମ୍ପାନୀଗୁଡ଼ିକ ଫେବୃଆରୀ ୨୪ ପରଠାରୁ ରିହାତିରେ ରୁଷ୍‌ଠାରୁ ଅଶୋଧିତ ତୈଳ କ୍ରୟ କରିବା ପାଇଁ ପ୍ରୟାସ ଚଳାଇ ଆସୁଥିଲେ। ଏହି ଚୁକ୍ତି ବାତିଲ୍‌ ହେବା ପରେ ଆଗାମୀ ଦିନରେ ଭାରତୀୟ କମ୍ପାନୀଗୁଡ଼ିକ ମହଙ୍ଗା ଦରରେ ତୈଳ କିଣିବା ନେଇ ଆଶଙ୍କା ଦେଖା ଦେଇଛି। ଏହାଛଡ଼ା ପାଶ୍ଚାତ୍ୟ ଦେଶଗୁଡ଼ିକର ପ୍ରତିବନ୍ଧକ ସତ୍ତ୍ୱେ ରୁଷ୍‌ ସଫଳତାର ସହିତ ଅନ୍ୟ ଦେଶକୁ ତୈଳ ବିକ୍ରି କରୁଥିବା ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି।

Share