୨୪ରେ ବଡ଼ ଆକ୍ରମଣ କରିବ ରୁଷିଆ

କିଭ୍‌, ୨୨ା୮: ସୋଭିଏଟ୍‌ ସଂଘଠାରୁ ଅଲଗା ହୋଇଥିବା ୟୁକ୍ରେନ୍‌ ଆସନ୍ତା ୨୪ ତାରିଖରେ ଏହାର ସ୍ବାଧୀନତା ଦିବସ ପାଳନ କରିବ। ପ୍ରାୟ ୬ ମାସ ଧରି ରୁଷିଆ ଆକ୍ରମଣର ମୁକାବିଲା କରୁଥିବା ଏହି ପୂର୍ବ ୟୁରୋପୀୟ ଦେଶର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୩୧ତମ ସ୍ବାଧୀନତା ଦିବସ ଉପଲକ୍ଷେ ଲୋକଙ୍କୁ ଅଧିକ ସତର୍କ ରହିବାକୁ ଅପିଲ୍‌ କରିଛନ୍ତି। ଏହି ଦିନ ରୁଷିଆ ବଡ଼ ଧରଣର ଆକ୍ରମଣ କରିପାରେ ବୋଲି ସେ କହିଛନ୍ତି।

ମସ୍କୋ ନିୟନ୍ତ୍ରଣରେ ଥିବା କ୍ରିମିଆ ଉପଦ୍ୱୀପରେ ନିକଟରେ ହୋଇଥିବା ବିସ୍ଫୋରଣ, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଅତି ନିକଟତମ ସହଯୋଗୀ ଆଲେକ୍‌ଜାଣ୍ଡର ଡଗିନ୍‌ଙ୍କ ଝିଅ ଏକ କାର୍‌ ବିସ୍ଫୋରଣରେ ନିହତ ହେବା ଘଟଣାର ରାଗ ଶୁଝାଇବା ପାଇଁ ୟୁକ୍ରେନ୍‌ ଉପରେ ଭୟଙ୍କର ଆକ୍ରମଣ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଆଶଙ୍କା କରାଯାଇଛି। ତେବେ ଏଥିରେ ୟୁକ୍ରେନ୍‌ର କୌଣସି ସମ୍ପୃକ୍ତି ନ ଥିବା କିଭ୍‌ କହିଛି। ୟୁକ୍ରେନ୍‌ବାସୀଙ୍କୁ ଟାର୍ଗେଟ କରି ସେମାନଙ୍କୁ ଭୟଭୀତ କରିବା ନିମନ୍ତେ ମସ୍କୋର ଏହି ଯୋଜନାକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଜେଲେନ୍‌ସ୍କି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି।

ସୀମା ନିକଟରେ ରୁଷିଆ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ ମିଶାଇଲ ଠୁଳ କରୁଥିବା କିଭ୍‌ର ଏକ ଏନ୍‌ଜିଓ ସେଣ୍ଟର ଫର୍‌ ଷ୍ଟ୍ରାଟେଜିକ୍‌ କମ୍ୟୁନିକେଶନ (ଷ୍ଟ୍ରାଟ୍‌କମ୍‌) ପୂର୍ବରୁ ସତର୍କ କରାଇଛି। ସୀମାରେ ଏସ୍‌-୩୦୦ କ୍ଷେପଣାସ୍ତ୍ର ମଧ୍ୟ ରହିଛି। ସ୍ବାଧୀନତା ଦିବସ ପୂର୍ବରୁ ରୁଷିଆରୁ କେତେକ ଟ୍ରେନ୍‌ ସେଠାକୁ ଆସିବାକୁ ଥିବା ଏବଂ ବହୁସଂଖ୍ୟାରେ ରୁଷୀୟ ସୈନ୍ୟ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା କିଭ୍‌ ପୋଷ୍ଟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ରୁଷିଆ ଏବେ ପୂର୍ବ ୟୁକ୍ରେନ୍‌କୁ ଦଖଲ କରିବାକୁ ଧ୍ୟାନ କେନ୍ଦ୍ରୀଭୂତ କରିଥିବାବେଳେ କିଭ୍‌ କ୍ରିମିଆକୁ ଫେରାଇଆଣିବାକୁ ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି।

ନିକଟରେ କ୍ରିମିଆ ଉପରେ ସିରିଜ୍‌ ବିସ୍ଫୋରଣ ନେଇ ଜେଲେନ୍‌ସ୍କି କହିଥିଲେ, ଏବେ କ୍ରିମିଆକୁ ସମସ୍ତେ ଅନୁଭବ କରିପାରୁଥିବେ। ଜୋରଜବରଦସ୍ତି କବ୍‌ଜା ଅସ୍ଥାୟୀ। ୟୁକ୍ରେନ୍‌ର ସେହି ଅଂଶ ଫେରୁଛି। ତେବେ ସ୍ବାଧୀନତା ଦିବସ ଅବସରରେ ରୁଷିଆର ଆକ୍ରମଣ ଆଶଙ୍କାକୁ ନେଇ ଚିନ୍ତା ଉପୁଜିଛି। ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହର ଖର୍କିଭରେ ବୁଧବାର ପର୍ଯ୍ୟନ୍ତ କର୍ଫ୍ୟୁ ବଢ଼ାଯାଇଛି। ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ସେପଟେ ଗତ ମାର୍ଚ୍ଚରୁ ରୁଷିଆ ନିୟନ୍ତ୍ରଣରେ ଥିବା ଜାପୋରିଜିଝିଆ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ ନିକଟରେ ସେଲ୍‌ମାଡ଼କୁ ନେଇ ମସ୍କୋ ଏବଂ କିଭ୍‌ ପରସ୍ପର ଉପରେ ଦୋଷାରୋପ କରିଚାଲିଛନ୍ତି। ୟୁରୋପର ସର୍ବବୃହତ ପାଓ୍ବାର ପ୍ଲାଣ୍ଟର ସୁରକ୍ଷା ପାଇଁ ଜେଲେନ୍‌ସ୍କି ଜାତିସଂଘକୁ ନିବେଦନ କରିଥିବାବେଳେ ଗତ ସପ୍ତାହରେ ଜାତିଂସଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌, ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ୍‌ଙ୍କ ସହ ସେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri