କ୍ୱିଭ୍‌ ଉପାନ୍ତରୁ ରୁଷିଆ ବେଦଖଲ

କ୍ୱିଭ୍‌, ୨୩ା୩: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଙ୍ଗଳବାର ୨୭ ଦିନରେ ପହଞ୍ଚିଥିବା ବେଳେ ଲଢ଼େଇ ଥମିବାର କୌଣସି ଉପାୟ ବାହାରିପାରିନାହିଁ। ଉଭୟ ପକ୍ଷଙ୍କ ପ୍ରତିନିଧି ପୂର୍ବରୁ ସ୍ଥଗିତ ଥିବା ଆଲୋଚନା ସୋମବାର ଆଗେଇ ନେଇଥିଲେ ହେଁ
ଯୁଦ୍ଧବିରତି ଦିଗରେ ଏହା ସଫଳ ହୋଇପାରିନାହିଁ। ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ ସମେତ ପୂର୍ବ ଭାଗରେ ଥିବା ବନ୍ଦର ସହର ମାରିଉପୋଲ, ଓଡେଶା ଆଦି ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ଦଖଲ କରିବାକୁ ରୁଷିଆ ନିଜର ବଳ ପ୍ରୟୋଗ କରିଚାଲିଛି। ରୁଷୀୟ ସୈନ୍ୟଙ୍କୁ ରୋକିବା ପାଇଁ ୟୁକ୍ରେନ୍‌ ସୁରକ୍ଷାବଳ ରାସ୍ତାଘାଟରେ ସେମାନଙ୍କ ସହ ଲଢ଼େଇ ଜାରି ରଖିଛନ୍ତି। ଏହା ଭିତରେ କ୍ୱିଭ୍‌ ପାଇଁ ଗୁରୁତ୍ୱ ରଖୁଥିବା ଏକ ଉପାନ୍ତ ଅଞ୍ଚଳ ମକାରିଭ୍‌କୁ ରୁଷୀୟ ସୈନ୍ୟ କବ୍‌ଜା କରିଥିବାବେଳେ ତାହାକୁ ମୁକ୍ତ କରାଯାଇଥିବା ୟୁକ୍ରେନ୍‌ ମଙ୍ଗଳବାର ଦାବି କରିଛି। ସେପଟେ ମାରିଉପୋଲରେ ଅସ୍ତ୍ର ଛାଡ଼ିବାକୁ ୟୁକ୍ରେନ୍‌ ମନା କରିବା ପରେ ରୁଷିଆ ସେଠାରେ ଧ୍ୱଂସଲୀଳା ଚଳାଇଛିି।
ମସ୍କୋ ସୈନ୍ୟଙ୍କୁ ହଟାଯିବା ପରେ ତାହାକୁ କ୍ୱିଭ୍‌ ସୁରକ୍ଷାବଳ ନିଜ ନିୟନ୍ତ୍ରଣରେ ରଖିଥିବା ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମକାରିଭ୍‌ ଦେଇ ଯାଇଥିବା ରାଜପଥରେ ୟୁକ୍ରେନ୍‌ ସୈନ୍ୟ ଜଗି ରହି କ୍ୱିଭ୍‌କୁ ଉତ୍ତର-ପଶ୍ଚିମ ପଟୁ ଘେରିବା ପାଇଁ ରୁଷିଆକୁ ରୋକିପାରିବେ। ତେବେ କ୍ୱିଭ୍‌ର ଉତ୍ତର-ପଶ୍ଚିମରେ ଥିବା ଉପାନ୍ତ ଅଞ୍ଚଳ ବୁଚା, ହୋଷ୍ଟୋମେଲ, ଇର୍‌ପିନ୍‌ର କେତେକ ଅଂଶକୁ ରୁଷିଆ ମାଡ଼ି ବସିଥିବା ଜଣାପଡ଼ିଛି। ସେଠାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଫୋର୍ସ ଏୟାର ପାଓ୍ବାର ଏବଂ ଆର୍ଟିଲାରୀ ବ୍ୟବହାର କରି ୟୁକ୍ରେନ୍‌ ସହରଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ଆମେରିକାର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ଗତ ୨ ଦିନରେ ରୁଷିଆ ୟୁକ୍ରେନ୍‌ରେ ଏୟାର ଷ୍ଟ୍ରାଇକ୍‌ ବଢ଼ାଇଛି। କେବଳ ୨୪ ଘଣ୍ଟାରେ ପ୍ରାୟ ୩୦୦ ଥର ଏୟାର ଷ୍ଟ୍ରାଇକ୍‌ କରିଛି। ଆକ୍ରମଣ ଦିନଠାରୁ ମସ୍କୋ ୧,୧୦୦ରୁ ଅଧିକ କ୍ଷେପଣାସ୍ତ୍ର ଛାଡ଼ି ସାରିଲାଣି। ଆଗକୁ ଆହୁରି ଖରାପ ସ୍ଥିତି ଉପୁଜିବ ବୋଲି ଆମେରିକା ରାଷ୍ଟ୍ରପତି ଜେ ବାେଇଡନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri