WASHINGTON, DC - NOVEMBER 26: President Donald Trump speaks in the Diplomatic Room of the White House on Thanksgiving on November 26, 2020 in Washington, DC. Trump had earlier made the traditional call to members of the military stationed abroad through video teleconference. (Photo by Erin Schaff - Pool/Getty Images)
ଓ୍ବାଶିଂଟନ,୧୦ା୫(ପି.ଟି.):ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ୩ ଦିନ ଅସ୍ତ୍ରବିରତି ଏବଂ ବନ୍ଦୀ ବିନିମୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଇଥିବା ପ୍ରସ୍ତାବରେ ରୁଷିଆ ଓ ୟୁକ୍ରେନ୍ ନେତା ରାଜି ହୋଇଛନ୍ତି। ଟ୍ରମ୍ପ୍ ଏହା ଜଣାଇବା ସହ ଏହି ସୀମିତ ବିରତି ୨ ଦେଶ ମଧ୍ୟରେ ଦୀର୍ଘବର୍ଷ ଧରି ଲାଗିରହିଥିବା ଯୁଦ୍ଧ ବନ୍ଦର ଆରମ୍ଭ ବୋଲି କହିଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଏବଂ ୟୁରି ଉଷାକୋଭ୍, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଓ ବହିର୍ବ୍ୟାପାର ଉପଦେଷ୍ଟା ରାଜି ହୋଇଥିବା ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ୍ଙ୍କ କହିବା ଅନୁଯାୟୀ, ସେ ୩ ଦିନ ଅସ୍ତ୍ରବିରତି ପାଇଁ କହିଥିଲେ, ଯେଉଁଥିରେ ପୁଟିନ୍ ଓ ଜେଲେନ୍ସ୍କି ସହମତ ହୋଇଛନ୍ତି। ଏହି ସ୍ବଳ୍ପ ସମୟରେ ସେମାନେ ଲୋକଙ୍କୁ ମାରିବେ ନାହିଁ। ଏହା ବହୁତ ଭଲ ବୋଲି ଟ୍ରମ୍ପ୍ କହିଛନ୍ତି।
ଶନିବାରରୁ ସୋମବାର ଯାଏ ଅସ୍ତ୍ରବିରତି ଜାରି ରହିବ। ଶନିବାର ରୁଷିଆର ବିଜୟ ଦିବସ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନାଜି ଜର୍ମାନୀ ଉପରେ ବିଜୟକୁ ସ୍ମରଣୀୟ କରିବା ପାଇଁ ଏହିଦିନକୁ ଛୁଟି କରାଯାଇଥାଏ। ୟୁକ୍ରେନ୍ ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ବଡ଼ ଅଂଶ ଓ କାରଣ ରହିଥିଲା ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଅସ୍ତ୍ରବିରତି ସମୟରେ ସମସ୍ତ ଗତିଶୀଳ କାର୍ଯ୍ୟ ବନ୍ଦ ରହିବ ଏବଂ ୨ ଦେଶ ପରସ୍ପର ମଧ୍ୟରେ ୧,୦୦୦ ବନ୍ଦୀ ବିନିମୟ କରିବେ।
୨୦୨୨ ଫେବୃଆରୀ ୨୪ରୁ ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗିରହିଥିବାବେଳେ ଏଥିରେ ଅନେକ ସାଧାରଣ ନାଗରିକଙ୍କ ଜୀବନ ଗଲାଣି ଓ ୟୁକ୍ରେନ୍ ପର୍ଯ୍ୟାପ୍ତ ଅଞ୍ଚଳ ହରାଇଲାଣି। ୟୁକ୍ରେନ୍କୁ ରୁଷିଆର ପ୍ରଭାବ କ୍ଷେତ୍ର ମଧ୍ୟରେ ରଖିତ୍ବା ଏବଂ ଏହାକୁ ନାଟୋ ଭଳି ପାଶ୍ଚାତ୍ୟ ଅନୁଷ୍ଠାନଗୁଡ଼ିକ ସହ ସମ୍ପର୍କ ରଖିବାକୁ ନ ଦେବା ଲକ୍ଷ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ୟୁକ୍ରେନ୍ ଆକ୍ରମଣ କରିଥିଲେ। ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକରୁ ସହଯୋଗ ପାଇ ୟୁକ୍ରେନ୍ ଶକ୍ତିଶାଳୀ ରୁଷିଆ ବିରୋଧରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଯୁଦ୍ଧ ଜାରି ରଖିଛି। ଯୁଦ୍ଧ ବନ୍ଦ ଲାଗି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଦୀର୍ଘଦିନ ହେଲା ଉଦ୍ୟମ ଚଳାଇ ଆସୁଛନ୍ତି।