ପାକିସ୍ତାନକୁ ଧମକ ଦେଲା ରୁଷିଆ

ମସ୍କୋ,୨୧।୪: ପାକିସ୍ତାନରୁ ଆସୁଥିବା ଚାଉଳକୁ ନିଷିଦ୍ଧ କରିବ ବୋଲି ରୁଷିଆ ପାକିସ୍ତାନକୁ ଚେତାବନୀ ଦେଇଛି। ରୁଷିଆର ଏହି ଧମକ ଦେବାର କାରଣ ପାକିସ୍ତାନରୁ ଯୋଗାଣ ହେଉଥିବା ଚାଉଳରେ ଏମିତି ଏକ କିଟାଣୁ ଦେଖିବାକୁ ମିଳିଛି, ଯାହା ଅନିୟନ୍ତ୍ରିତ ହେଲେ ଫସଲରେ ବ୍ୟାପକ କ୍ଷତି ଘଟାଇପାରେ। ଏହି କାରଣରୁ ରୁଷିଆ ଧମକ ଦେଇଛି ଯେ ଯଦି ପୂର୍ଣ୍ଣ ଯତ୍ନ ଏବଂ ପରିଷ୍କାର ପରିଚ୍ଛନ୍ନତା ବିନା ଚାଉଳ ପଠାଯାଏ ତେବେ ଏହାକୁ ବାରଣ କରାଯିବ।
ରୁଷିଆର ଫେଡେରାଲ ଏଜେନ୍ସି ପ୍ରାଣୀ ଚିକିତ୍ସା ଏବଂ ଫାଇଟୋସାନିଟାରୀ ସର୍ଭିଲାନ୍ସ ପାକିସ୍ତାନରୁ ଆସୁଥିବା ଚାଉଳ ଦୂଷିତ ହୋଇଥିବା ଜାଣିବାକୁ ପାଇଛି ଏବଂ ଏ ସମ୍ପର୍କରେ ବିଜ୍ଞପ୍ତି ମଧ୍ୟ ଜାରି କରିଛି। ରୁଷିଆ ପାକିସ୍ତାନକୁ ଆନ୍ତର୍ଜାତୀୟ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି ଏବଂ ଯଦି ସତର୍କତା ଅବଲମ୍ବନ ନହୁଏ ତେବେ ରୁଷିଆ ପାକିସ୍ତାନରୁ ଚାଉଳ ଆମଦାନୀ ବନ୍ଦ କରିବ ବୋଲି ଚେତାବନୀ ଦେଇଛି। ପାକିସ୍ତାନର ବାଣିଜ୍ୟ ପ୍ରତିନିଧୀଙ୍କୁ ରୁଷିଆ ଅସନ୍ତୋଷ ବ୍ୟକ୍ତ କରି ଏହି ଘଟଣାର ତଦନ୍ତ କରିବାକୁ କହିଛି।
ଭବିଷ୍ୟତରେ ଅନ୍ତର୍ଜାତୀୟ ରପ୍ତାନି ନିୟମ ଉଲ୍ଲଂଘନ ବନ୍ଦ କରିବାକୁ ପାକିସ୍ତାନ ଦୂତାବାସକୁ ରୁଷିଆର ବରିଷ୍ଠ ଅଧିକାରୀମାନେ ମଧ୍ୟ ଚିଠି ଲେଖିଛନ୍ତି। ରୁଷିଆର ପାକିସ୍ତାନୀ ଦୂତାବାସ ରୁଷ ସରକାରଙ୍କ ଚିଠିକୁ ପାକିସ୍ତାନର ଖାଦ୍ୟ ସୁରକ୍ଷା ମନ୍ତ୍ରଣାଳୟର ଉଦ୍ଭିଦ ସୁରକ୍ଷା ବିଭାଗକୁ ପଠାଇଛି। ଚିଠିରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ ଭବିଷ୍ୟତରେ ଚାଉଳରେ ଯଦି କୌଣସି ସ୍ବଚ୍ଛତା ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ, ତେବେ ପାକିସ୍ତାନରୁ ଚାଉଳ କ୍ରୟ ଉପରେ ପ୍ରତିବନ୍ଧକ ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri