‘ପ୍ରାଇସ୍‌ କ୍ୟାପ’କୁ ନେଇ ପୁଟିନ୍‌ ସରକାରଙ୍କ ବଡ଼ ବୟାନ: ଏହି ଦେଶକୁ ବିକ୍ରି କରିବ ନାହିଁ ତେଲ

ମସ୍କୋ,୧।୧୨: ୟୁକ୍ରେନ ସହିତ ଯୁଦ୍ଧ ଲଢ଼ୁଥିବା ରୁଷିଆର ତୈଳ ଉପରେ ‘ପ୍ରାଇସ୍‌ କ୍ୟାପ’ ଲାଗୁ କରିବା ମାମଲାରେ ମସ୍କୋ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ‘ପ୍ରାଇସ୍‌ କ୍ୟାପ’ ଧାର୍ଯ୍ୟ କରିବାକୁ ପାଶ୍ଚାତ୍ୟ ଦେଶଗୁଡିକର ଏହି ପ୍ରସ୍ତାବ ବଜାର ବିରୋଧୀ ତଥା ନିୟମ ବିରୁଦ୍ଧ ଅଟେ। ଏହାର ବୃହତ ପ୍ରଭାବ ତେଲ ଯୋଗାଣ ଶୃଙ୍ଖଳା ଉପରେ ପଡ଼ିବ। ଏଥିସହ ଏହା ବିଶ୍ୱ ଶକ୍ତି ବଜାରର ସ୍ଥିତିକୁ ମଧ୍ୟ ଆହୁରି ଅଧିକ ଗମ୍ଭୀର କରିପାରେ ବୋଲି ରୁଷିଆର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜଖାରୋଭା କହିଛନ୍ତି। ଅନ୍ୟପଟେ ରୁଷିଆ ପୁଣି ଥରେ ସ୍ପଷ୍ଟ କରିଛି ଯେ, ଯେଉଁ ଦେଶ ଏହି ‘ପ୍ରାଇସ୍‌ କ୍ୟାପ୍‌’କୁ ସମର୍ଥନ କରିବ ତା’କୁ ମସ୍କୋ ତୈଳ ଯୋଗାଣ କରିବ ନାହିଁ। ଏହି ପ୍ରସ୍ତାବ ରୁଷିଆର ସମ୍ପୂର୍ଣ୍ଣ ବିରୋଧୀ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି। ଏହାପୂର୍ବରୁ ରୁଷିଆର ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ନୋଭାକ କହିଥିଲେ ଯେ, ରୁଷିଆ ପାଇଁ ଯେତେ ଲାଭଦାୟକ ହେଉ ନା କାହିଁକି ସେହି ଦେଶକୁ ତେଲ ବିକ୍ରି କରାଯିବ ନାହିଁ ଯିଏ ଏହି ପ୍ରାଇସ୍‌ କ୍ୟାପକୁ ସମର୍ଥନ କରିବ। ବଜାର ସ୍ଥିତି ଅନୁଯାୟୀ ଆମେ ଅଗକୁ ବଢ଼ିବୁ ବୋଲି ଆଲେକ୍ସଜାଣ୍ଡାର୍‌ ନୋଭାକ କହିଥିଲେ। ସୂଚନାଯୋଗ୍ୟ, ଗତ କିଛି ମାସରୁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି କାରଣରୁ ରୁଷିଆକୁ ଆମେରିକା, ବ୍ରିଟେନ ସମେତ ବହୁ ପ୍ରମୁଖ ପାଶ୍ଚାତ୍ୟ ଦେଶର ପ୍ରତିବନ୍ଧକକୁ ସାମ୍ନା କରିବାକୁ ପଡ଼ୁଛି। ତେବେ ରୁଷିଆକୁ ଝଟ୍‌କା ଦେବା ପାଇଁ ଆମେରିକାର ପ୍ରାଧାନ୍ୟ ବିସ୍ତାରିତ ଜି-୭ ଗୋଷ୍ଠୀ ଏବଂ ୟୁରୋପୀୟ ୟୁନିଅନ ଏକ ‘ପ୍ରାଇସ୍‌ କ୍ୟାପ’ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ମାଧ୍ୟମରେ ରୁଷିଆ ତୈଳର ମୂଲ୍ୟ ସ୍ଥିର କରାଯାଇପାରିବ ଏବଂ ଏହାର ଆଧାରରେ ରୁଷିଆ ନିଜର ତେଲ ବିକ୍ରି କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ

ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

ମନମୁତାବକ ପୋଷ୍ଟିଂ ପାଇଁ ବଢୁଛି ପୋଲିସ ଅଧିକାରୀଙ୍କ ଲବି

ଭୁବନେଶ୍ୱର,୯ା୨(ତ୍ରିନାଥ ମହାନ୍ତି): କମିଶନରେଟ୍‌ ପୋଲିସରେ କାମ କରିବାକୁ ଅଧିକାଂଶ ପୋଲିସ ବାବୁଙ୍କ ଇଚ୍ଛା। ସବୁକିଛି ସୁବିଧା ମିଳୁଥିବାରୁ ସେମାନେ ଜିଲାକୁ ଯିବାକୁ ଚାହୁଁନାହାନ୍ତି। ନିଜ ମନମୁତାବକପୋଷ୍ଟିଂ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri