ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭୟାଭୟତା ବଢିଯାଇଛି। ଏହି ଅଭିଯୋଗକୁ ୟୁକ୍ରେନ ପ୍ରଥମେ ଖଣ୍ଡନ କରିଦେବା ପରେ ରୁଷିଆ ଏହାର ଭିଡିଓ ଜାରି କରିଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ୟୁକ୍ରେନ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣର ଦୃଶ୍ୟ ରହିଛି। ଏହି ଘଟଣାକୁ ନେଇ ବିଶ୍ୱସ୍ତରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି।
This is the video footage of Ukrainian drone attack on Putin’s residence. If one of these drones had slipped through and harmed Putin, it would have triggered a nuclear war. What a crazy man this guy Zelensky is. pic.twitter.com/8E3iFZxOdX
— Divya Kumar Soti (@DivyaSoti) December 31, 2025
ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ଅନୁଯାୟୀ, ମସ୍କୋ ଏବଂ ସେଣ୍ଟ ପିଟର୍ସବର୍ଗ ମଧ୍ୟରେ ଥିବା ନୋଭଗୋରୋଡ୍ ଅଞ୍ଚଳରେ ଅବସ୍ଥିତ ପୁଟିନଙ୍କ ବାସଭବନକୁ ଟାର୍ଗେଟ କରି ପ୍ରାୟ ୯୧ଟି ଡ୍ରୋନ୍ ପଠାଯାଇଥିଲା।
କ୍ରେମଲିନ୍ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ଖସାଇ ଦିଆଯାଇଥିବା ଏକ ଡ୍ରୋନରେ ପ୍ରାୟ ୬ କିଲୋଗ୍ରାମ ବିସ୍ଫୋରକ ରହିଥିଲା।
ଏହି ଖବର ମିଳିବା ପରେ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, “ରୁଷିଆ ରାଷ୍ଟ୍ରପତିଙ୍କ ବାସଭବନକୁ ଟାର୍ଗେଟ କରାଯିବା ଖବର ଶୁଣି ମୁଁ ଗଭୀର ମର୍ମାହତ। କୂଟନୈତିକ ପ୍ରୟାସ ହିଁ ଶାନ୍ତିର ଏକମାତ୍ର ପଥ।” ସେ ସମସ୍ତ ପକ୍ଷଙ୍କୁ ସଂଯମତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି।
ୟୁକ୍ରେନ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ରୁଷିଆ ପାଖରେ କୌଣସି ବିଶ୍ୱସନୀୟ ପ୍ରମାଣ ନାହିଁ। ଭାରତ, ପାକିସ୍ତାନ ଓ ୟୁଏଇ ଭଳି ଦେଶ ଏହି ମିଥ୍ୟା ଘଟଣା ଉପରେ ଚିନ୍ତା ପ୍ରକଟ କରିଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି।
ଏହାରି ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ପରେ ଜେଲେନସ୍କି କହିଛନ୍ତି ଯେ, ଶାନ୍ତି ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିବା ଏବଂ ୟୁକ୍ରେନ ଉପରେ ଅଧିକ ଆକ୍ରମଣ ପାଇଁ ରୁଷିଆ ଏଭଳି ମିଥ୍ୟା କାହାଣୀ ରଚନା କରୁଛି।


