ହାତ ମିଶାଇଲେ ରୁଷିଆ-ପାକିସ୍ତାନ: ଟେନସନରେ ଭାରତ 

ଇସଲାମାବାଦ୍,୩୦/୧୦:ପାକିସ୍ତାନ ଆଜିକାଲି ରୁଷିଆ ସହ ନିଜର ସମ୍ପର୍କକୁ ସୁଦୃଢ଼ କରିବାରେ ଲାଗିପଡିଛି । ଉପ ପ୍ରତିରକ୍ଷା ମନ୍ତ୍ରୀ କର୍ଣ୍ଣେଲ ଜେନେରାଲ ଆଲେକଜାଣ୍ଡର ଭି ଫୋମିନଙ୍କ ନେତୃତ୍ୱରେ ରୁଷିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପାକିସ୍ତାନ ଗସ୍ତରେ ଅଛନ୍ତି । ରୁଷିଆର ଉପସୁରକ୍ଷା ମନ୍ତ୍ରୀ କର୍ଣ୍ଣେଲ ଜେନେରାଲ ଆଲେକଜାଣ୍ଡର ଭି ଫୋମିନ୍ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପାକିସ୍ତାନର ତିନି ସେନା ମୁଖ୍ୟଙ୍କ ସହ ପୃଥକ ଭାବେ ସାକ୍ଷାତ କରିଥିଲେ।

ଏହି ବୈଠକରେ ଋଷିଆ ଓ ପାକିସ୍ତାନ ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ପରସ୍ପର ସହ ସହଯୋଗ ବଢ଼ାଇବାକୁ ସଂକଳ୍ପ ନେଇଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ତଳେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଥିଲା। ଋଷିଆର କଜାନରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୪ପାଇଁ ପାକିସ୍ତାନକୁ ନିମନ୍ତ୍ରଣ ମଧ୍ୟ ମିଳିନଥିଲା । ତେବେ ବ୍ରିକ୍ସ ଶିଖର ସମ୍ମିଳନୀର ମାତ୍ର କିଛି ଦିନ ପରେ ରୁଷୀୟ ପ୍ରତିନିଧି ମଣ୍ଡଳର ପାକିସ୍ତାନ ଗସ୍ତ ଚର୍ଚ୍ଚାର ବିଷୟ ପାଲଟିଛି।

 ରୁଷିଆ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ବୈଠକ କୁ ନେଇ ଏକ ବିବୃତି ଜାରି କରିଛି। ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ନେତୃତ୍ୱରେ ଋଷୀୟ ପ୍ରତିନିଧି ଦଳ ସହ ହୋଇଥିବା ବୈଠକରେ ଉଭୟ ପକ୍ଷ ଆଞ୍ଚଳିକ ନିରାପତ୍ତା ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗଉପରେ ଗଭୀର ମତ ବିନିମୟ କରିଥିଲେ । ଏଥିରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଛି।

ଅନ୍ୟପକ୍ଷରେ ଜେନେରାଲ ଅସୀମ ମୁନିର ରୁଷିଆ ସହ ପାରମ୍ପରିକ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପାକିସ୍ତାନର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମିଳିତ ସାମରିକ ଅଭ୍ୟାସ ଏବଂ ପିଏଏଫ୍ ଉପକରଣ ପାଇଁ ବୈଷୟିକ ସହାୟତା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ର ନୂତନ ଉପାୟ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ନିକଟ ଅତୀତରେ ଋଷିଆ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବ୍ୟାପକ ଭାବେ ବୃଦ୍ଧି ପାଇଛି। ଗତ ବର୍ଷ ୨୦୨୩ରେ ରୁଷିଆ ଓ ପାକିସ୍ତାନ ମଧ୍ୟରେ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି। ଯାହା କି ୧ ବିଲିୟନ ଡଲାର ଅତିକ୍ରମ କରିଛି ।

ଋଷିଆ-ୟୁକ୍ରେନ ଯୁଦ୍ଧର ଏକ ବର୍ଷରୁ ଅଧିକ ସମୟ ପରେ ରୁଷ୍ ଆର୍ଥିକ ସଙ୍କଟରେ ପଡ଼ିଥିଲା। ପାଶ୍ଚାତ୍ୟ ଦେଶଗୁଡ଼ିକ ଦ୍ୱାରା ଲାଗୁ କରାଯାଇଥିବା ଧାରା ଯୋଗୁଁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ରୁଷିଆ ଏବେ ଏହି ସମସ୍ୟାର ମୁକାବିଲା ପାଇଁ ନୂଆ ସହଯୋଗୀ ଖୋଜୁଛି।

୨୦୨୩ ଶେଷ ସୁଦ୍ଧା ପାକିସ୍ତାନକୁ ଋଷିଆର ରପ୍ତାନିରେ ଏହାର ଅଂଶ ୨୦ ପ୍ରତିଶତରୁ ଅଧିକ ହୋଇଛି। ଉଲ୍ଲେଖଯୋଗ୍ୟ, ଭାରତ ଓ ଋଷିଆ ମଧ୍ୟରେ ବନ୍ଧୁତା ଦଶନ୍ଧି ପୁରୁଣା ଏବଂ ଋଷିଆ ପାକିସ୍ତାନ ସହ ଏଭଳି କୌଣସି ପ୍ରତିରକ୍ଷା ଚୁକ୍ତି କରିନାହିଁ, ଯାହା କି ଭାରତ ପାଇଁ ଚିନ୍ତାର ବିଷୟ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri