ଟ୍ରମ୍ପଙ୍କ ନୂଆ ଟାରିଫ ଲିଷ୍ଟରେ ନାହିଁ ଋଷିଆ, ହେଲେ ଭାରତ ଉପରେ ଲାଗିଲା ୨୬%ର ଛାଟ, ଭିତିରିଆ ହୋଇଗଲା କି ବଡ଼ ଡିଲ୍‌!

ନୂଆଦିଲ୍ଲୀ,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଏକ ନୂଆ ଟାରିଫ ନୀତି ଘୋଷଣା କରିଛନ୍ତି। ଯେଉଁଥିରେ ୧୮୦ଟି ଦେଶ ଉପରେ ଭାରୀ ଶୁଳ୍କ ଲଗାଇବାର ନିଷ୍ପତ୍ତି ନିଆଯାଇଛି। ଏହି ତାଲିକାରେ ଆମେରିକାର ଅନେକ ସହଯୋଗୀ ଦେଶ ମଧ୍ୟ ସାମିଲ ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଟ୍ରମ୍ପଙ୍କ ଏହି ନୂଆ ଟାରିଫ ଯୋଜନାରେ ରୁଷିଆକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ରୁଷିଆକୁ ଏହି ଶୁଳ୍କରୁ ଛାଡ଼ ଦିଆଯାଇଥିବା ଖବର ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହା ପଛରେ କାରଣ କ’ଣ ରହିଛି, ଆସନ୍ତୁ ଜାଣିବା।

ଟ୍ରମ୍ପଙ୍କ ନୀତି ଅନୁସାରେ, ଭାରତ ଉପରେ ୨୭ ପ୍ରତିଶତ ଏବଂ ଚାଇନା ଉପରେ ୩୪ ପ୍ରତିଶତ ଟାରିଫ ଲାଗୁ କରାଯାଇଛି। ଏହା ସହିତ ଇଉରୋପୀୟ ସଂଘ (ଇଇଉ), ଜାପାନ ଏବଂ ଭିଏତନାମ ଭଳି ଦେଶମାନଙ୍କ ଉପରେ ମଧ୍ୟ ୨୦ ପ୍ରତିଶତରୁ ଅଧିକ ଶୁଳ୍କ ଲଗାଯାଇଛି। କିନ୍ତୁ ରୁଷିଆ ଏହି ତାଲିକାରୁ ବାଦ ପଡ଼ିଛି। ଏହାର ମୁଖ୍ୟ କାରଣ ହେଉଛି, ୨୦୧୪ରେ ରୁଷିଆ ଦ୍ୱାରା ୟୁକ୍ରେନ ଆକ୍ରମଣ ପରେ ଆମେରିକା ରୁଷିଆ ଉପରେ କଡ଼ା ଆର୍ଥିକ ପ୍ରତିବନ୍ଧକ (ସାଙ୍କସନ) ଲଗାଇଥିଲା। ଏହି ପ୍ରତିବନ୍ଧକ ଯୋଗୁଁ ଆମେରିକା ଓ ରୁଷିଆ ମଧ୍ୟରେ ବାଣିଜ୍ୟ ପ୍ରାୟ ଶୂନ୍ୟକୁ ଖସି ଆସିଛି। ୨୦୨୪ ସୁଦ୍ଧା ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ମୂଲ୍ୟ ମାତ୍ର ୩.୫ ବିଲିୟନ ଡଲାର ରହିଛି, ଯାହା ୨୦୨୧ରେ ୩୬ ବିଲିୟନ ଡଲାର ଥିଲା।

ହୱାଇଟ ହାଉସର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ରୁଷିଆ ସହ ବାଣିଜ୍ୟ ପୂର୍ବରୁ ହିଁ ନାମମାତ୍ର ରହିଛି। ତେଣୁ ଏହି ନୂଆ ଟାରିଫ ତାଲିକାରେ ରୁଷିଆକୁ ସାମିଲ କରିବାର କୌଣସି ଆବଶ୍ୟକତା ନାହିଁ। ଏହା ବ୍ୟତୀତ ବେଲାରୁଷ, କ୍ୟୁବା ଏବଂ ଉତ୍ତର କୋରିଆ ଭଳି ଦେଶମାନେ ମଧ୍ୟ ଏହି ଟାରିଫରୁ ବାଦ ପଡ଼ିଛନ୍ତି, କାରଣ ଏହି ଦେଶମାନଙ୍କ ସହ ଆମେରିକାର ବାଣିଜ୍ୟ ପୂର୍ବରୁ ହିଁ ଅତି କମ ରହିଛି। ଅନ୍ୟପକ୍ଷରେ, ଇରାନ ଏବଂ ସିରିଆ ଉପରେ ଅତିରିକ୍ତ ୧୦ ଓ ୪୦ ପ୍ରତିଶତ ଟାରିଫ ଲଗାଯାଇଛି।

ଅନେକ ବିଶେଷଜ୍ଞଙ୍କ ମତରେ, ଟ୍ରମ୍ପଙ୍କ ଏହି ନୀତିରେ ରୁଷିଆକୁ ଛାଡ଼ ଦେବା ପଛରେ ଆଉ ଏକ ରାଜନୈତିକ କାରଣ ମଧ୍ୟ ରହିପାରେ। ଟ୍ରମ୍ପ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା ଚାଲିଛି। ଯଦି ଏହି ଆଲୋଚନା ସଫଳ ହୁଏ, ତେବେ ଟ୍ରମ୍ପ ରୁଷିଆ ସହ ସମ୍ପର୍କ ସୁଧାରିବାକୁ ଚାହୁଁଥିବେ, ଏବଂ ଏହି ଟାରିଫ ଛାଡ଼ ତାହାର ଏକ ପ୍ରାରମ୍ଭିକ ସଙ୍କେତ ହୋଇପାରେ। ଏହି ନୀତି ଘୋଷଣା ପରେ ଅନେକ ଦେଶ ଆମେରିକା ବିରୁଦ୍ଧରେ ପ୍ରତିଶୋଧମୂଳକ ଶୁଳ୍କ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହା ବିଶ୍ୱ ବାଣିଜ୍ୟକୁ ଆହୁରି ଜଟିଳ କରିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri