ଲେଉଟି ମାରୁଛି ରୁଷିଆ

କିଭ୍‌/ମସ୍କୋ, ୩୧ା୩: ଗୋଟିଏ ପଟେ ଶାନ୍ତି ଆଲୋଚନାରେ ଆକ୍ରମଣ ହ୍ରାସ ପ୍ରତିଶ୍ରୁତି, ଅନ୍ୟପଟେ ସୈନ୍ୟ ଗତିବିଧି ବଢ଼ାଇ ଯୁଦ୍ଧର ତୀବ୍ରତା ବୃଦ୍ଧି। ତୁର୍କୀର ଇସ୍ତାନବୁଲରେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଶାନ୍ତି ଆଲୋଚନାରେ ଅଗ୍ରଗତି ହୋଇଥିବା କୁହାଯିବା ପରେ ଯାହା ଆଶା କରାଯାଉଥିଲା ତାହାର ଓଲଟା କରିଛି ମସ୍କୋ।

ୟୁକ୍ରେନ୍‌ର ଦାବି ବାସ୍ତବତା ଆଡ଼କୁ ଯାଇଥିବା କହି ପାରସ୍ପରିକ ବିଶ୍ୱାସ ବୃଦ୍ଧି ନିମନ୍ତେ କିଭ୍‌ ଓ ଚେର୍ନିହିଭ୍‌ରେ ମିଲିଟାରୀ ଅପରେଶନ କମାଇବାକୁ ରୁଷିଆ ପ୍ରତିନିଧି ମଙ୍ଗଳବାର କହିଥିଲେ। କିନ୍ତୁ ବୁଧବାର ସକାଳେ କିଭ୍‌ରେ ରୁଷୀୟ ସୈନ୍ୟ ପୁଣି ଆକ୍ରମଣ ଜାରି ରଖିଛନ୍ତି। ଦେଶର ସାର୍ବଭୌମତ୍ୱ ରକ୍ଷା, ସୁରକ୍ଷା ଗ୍ୟାରେଣ୍ଟି ବଦଳରେ ୟୁକ୍ରେନ୍‌ ନିରପେକ୍ଷ ରହିବାକୁ ରାଜି ହୋଇଥିଲେ ମଧ୍ୟ ବୈଠକରେ ସେପରି କିଛି ନିଷ୍କର୍ଷ ବାହାରି ନ ଥିବା କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ ଗଣମାଧ୍ୟମକୁ କହିଛନ୍ତି।
ସକାରାତ୍ମକ ଫଳାଫଳ ବାହାରିଥିବା କହି ରୁଷିଆ ଆକ୍ରମଣ କରୁଛି। ତେଣୁ ଏହି ଦେଶକୁ ବିଶ୍ୱାସ କରାଯାଇପାରିବ ନାହିଁ ବୋଲି ଜେଲେନ୍‌ସ୍କି କହିଛନ୍ତି। କୌଣସି ଠୋସ୍‌ ରେଜଲ୍ଟ ନ ବାହାରିବା ପର୍ଯ୍ୟନ୍ତ ୟୁକ୍ରେନ୍‌ ପ୍ରତିରୋଧ ଜାରି ରଖିବ ବୋଲି କହିବା ସହ ପାଶ୍ଚାତ୍ୟ ଦେଶ ରୁଷିଆ ଉପରୁ କଟକଣା ନ ହଟାଇବାକୁ ଜେଲେନ୍‌ସ୍କି ନିବେଦନ କରିଛନ୍ତି। ଏପରି ଜାରି ରହିଲେ ୩୫ ଦିନ ଧରି ଚାଲିଥିବା ଯୁଦ୍ଧରେ ରୋକ ଲାଗିବା କଷ୍ଟକର ହେବା ଆଶଙ୍କା ଦେଖାଦେଇଛି। ସେହିପରି ୟୁକ୍ରେନ୍‌ର ଧ୍ୟାନ ହଟାଇବାକୁ ରୁଷିଆର ଏହା ଏକ ଯୋଜନା ବୋଲି ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି। ସୈନ୍ୟ ହଟାଇବା ବଦଳରେ ରୁଷିଆ ନିଜ ଫୋର୍ସକୁ ପୁଣି ଯୋଜନାବଦ୍ଧ ଭାବେ ବିଭିନ୍ନ ସ୍ଥାନରେ ମୁତୟନ କରୁଛି। କିଭ୍‌କୁ କବ୍‌ଜା କରିବାରେ ବିଫଳ ହୋଇଥିବାରୁ ମସ୍କୋ ଆକ୍ରମଣ କମାଇବା କଥା କହି ନିଜର ନୂଆ ରଣନୀତି ପ୍ରସ୍ତୁତ କରୁଛି। ତେଣୁ ୟୁକ୍ରେନ୍‌ ଉପରୁ ବିପଦ ଟଳିନାହିଁ ବୋଲି ପେଣ୍ଟାଗନ୍‌ କହିଛି।
ସାମରିକ ଶକ୍ତି ବହୁମାତ୍ରାରେ ହ୍ରାସ ପାଇଥିବା କହି ପ୍ରଥମ ପର୍ଯ୍ୟାୟ ମିଲିଟାରୀ ଅପରେଶନ ସଫଳ ହୋଇଥିବା ରୁଷିଆ ଦାବି କରିଥିଲା। ତେଣୁ ଏବେ କେବଳ ଡୋନ୍‌ବାସ୍‌ ଅଞ୍ଚଳ ଉପରେ ମସ୍କୋ ଗୁରୁତ୍ୱ ଦେବ ବୋଲି କହିଥିଲା। କିନ୍ତୁ ଡୋନ୍‌ବାସ କ୍ଷେତ୍ର ସମେତ ୟୁକ୍ରେନ୍‌ର ଅନ୍ୟ ସହରରେ ମଧ୍ୟ ରୁଷିଆ ଆକ୍ରମଣ ଜାରି ରଖିଥିବାରୁ ଏହାର ପ୍ରତିଶ୍ରୁତିକୁ ଅନେକେ ଭରସାକୁ ନେଉନାହାନ୍ତି। ସେପଟେ ଦକ୍ଷିଣ ଓ ପୂର୍ବ ୟୁକ୍ରେନ୍‌ରେ ସେଲ୍‌, ବୋମା, ମିଶାଇଲ ମାଡ଼ ଜାରି ରଖିଛି ରୁଷିଆ। ମାରିଉପୋଲ, ଡୋନ୍‌ବାସ୍‌ ଅଞ୍ଚଳର ଡୋନେସ୍କ ଓ ଲୁହାନ୍‌ସ୍କରେ ଆକ୍ରମଣ ଥମିବାର ନାଁ ନେଉନି। ମାରିଉପୋଲରେ ୟୁକ୍ରେନ୍‌ ଆତ୍ମସମର୍ପଣ କଲେ ହିଁ ସେଠାରେ ସେଲ୍‌ମାଡ଼ ବନ୍ଦ ହେବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ଇମାନୁଏଲ୍‌ ମାକ୍‌ରଁଙ୍କୁ କହିଛନ୍ତି। ଏହାବାଦ୍‌ ଚତୁର୍ଥ ପର୍ଯ୍ୟାୟ ଶାନ୍ତି ବୈଠକରେ ୟୁକ୍ରେନ୍‌ କ୍ରିମିଆ ଉପଦ୍ୱୀପ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲା। ଏହାକୁ ନେଇ କ୍ରେମଲିନ୍‌ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। କ୍ରିମିଆ କେବଳ ରୁଷିଆର ଅଂଶ, ତେଣୁ ଏହା ଉପରେ କୌଣସି ଆଲୋଚନା ହୋଇପାରିବ ନାହିଁ ବୋଲି ପେସ୍‌କୋଭ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri