ରୁଷିଆର ଗୁପ୍ତ ମିଶନ ଆରମ୍ଭ

କ୍ୱିଭ୍‌,୧୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୭ଦିନରେ ପହଞ୍ଚିଛି। ଏବେ ବି ଯୁଦ୍ଧ ଜାରି ରହିଥିବା ବେଳେ ରୁଷିଆ ଆକ୍ରମଣ ଯୋଗୁ ୟୁକ୍ରେନରେ ନୀରିହ ନାଗରିକଙ୍କ ମୃତ୍ୟୁ ହେଉଛି। ରୁଷୀୟ ସୈନ୍ୟଙ୍କ ଗୁଳିଗୋଳା ଓ ମିଶାଇଲ ମାଡ଼ରେ ପ୍ରାୟ ୫୪୯ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୯୫୭ଜଣ ଆହତ ହୋଇଛନ୍ତି। ଇତିମଧ୍ୟରେ ରାଜଧାନୀ କ୍ୱିଭ୍‌କୁ କବ୍‌ଜା କରିବା ଲାଗି ରୁଷିଆ ଗୁପ୍ତ ମିଶନ ଆରମ୍ଭ କରିଛି। କ୍ରିମିଆ ରାସ୍ତା ଦେଇ କ୍ୱିଭ୍‌ ଭିତରକୁ ପ୍ରବେଶ କରିବା ଲାଗି ଯୋଜନା ଚଳାଇଛି ରୁଷିଆ। ଅନ୍ୟପଟେ ରୁଷୀୟ ସୈନ୍ୟମାନେ ୟୁକ୍ରେନର ରାଜଧାନୀ କ୍ୱିଭ୍‌କୁ ତିନି ପାର୍ଶ୍ୱରୁ ଘେରି ରହିଛନ୍ତି। ଉତ୍ତରରେ ଇରପିନ, ପଶ୍ଚିମରେ ବୁଚା ଏବଂ ମାରିୟୁପୋଲ ଏବଂ ପୂର୍ବରେ ବ୍ରୋଭାରୀ ଉପରେ ରୁଷିଆ ସୈନ୍ୟ ଲଗାତର ଆକ୍ରମଣ କରୁଛନ୍ତି। ଉତ୍ତରରେ ଥିବା ଇରପିନ ସହରରେ ରୁଷିଆ ଆକ୍ରମଣକୁ ଜୋରଦାର କରିଥିବା ବେଳେ ପୂର୍ବରେ ଥିବା ବ୍ରୋଭାରୀରେ ରୁଷିଆ ଓ ୟୁକ୍ରେନ ସୈନ୍ୟଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି। ବ୍ରୋଭାରୀର ଚାରିଆଡେ ବିନାଶର ଚିତ୍ର ଦେଖିବାକୁ ମିଳିଛି। କେଉଁଠି ରୁଷିଆ ଟ୍ୟାଙ୍କ ଜଳୁଛି ତ ଆଉ କେଉଁଠି ବିଲ୍ଡିଂଗୁଡ଼ିକ ଧ୍ୱଂସ ହୋଇଯାଇଛି। ତେବେ ୟୁକ୍ରେନ ସୈନ୍ୟ ମଧ୍ୟ ଏହାର ଜବାବ ଦେବା ସହ ରୁଷିଆ ସୈନ୍ୟଙ୍କୁ କ୍ୱିଭ୍‌ ଭିତରକୁ ପ୍ରବେଶ କରିବାକୁ ଦେଉନାହାନ୍ତି। କ୍ୱିଭ୍‌ ଅଞ୍ଚଳରେ ରୁଷିଆର ଆକ୍ରମଣକୁ ୟୁକ୍ରେନ ସୈନ୍ୟମାନେ ମୁହଁତୋଡ ଜବାବ ଦେଉଛନ୍ତି। ଏତଦ୍‌ ବ୍ୟତୀତ କ୍ୱିଭ୍‌ ସହରରେ ରୁଷିଆ ସୈନ୍ୟ ନ ପ୍ରବେଶ କରିବା ପାଇଁ ଏକ ଚକ୍ରବ୍ୟୁହ ମଧ୍ୟ ପ୍ରସ୍ତୁତ କରାଯାଇଛି। ଯାହାଫଳରେ ରୁଷିଆ ସୈନ୍ୟ ସେଠାରୁ ଆଉ ବାହାରିପାରିବେ ନାହିଁ। କିନ୍ତୁ ପ୍ରକୃତ କଥା ହେଉଛି, ଯଦି ରୁଷୀୟ ସୈନ୍ୟ କ୍ୱିଭରେ ପ୍ରବେଶ କରିଯାଆନ୍ତି, ତେବେ ରାଜଧାନୀକୁ କବ୍‌ଜାକୁ କରିବାରୁ ରୋକିବା କେବଳ କଷ୍ଟସାଧ୍ୟ ନୁହେଁ ବରଂ ଅସମ୍ଭବ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri