ଆଉ ଲକ୍ଷେ ସୈନ୍ୟ ପଠାଇଲା ରୁଷିଆ

ଓ୍ବାଶିଂଟନ୍‌/କ୍ୱିଭ୍‌, ୧୧ା୨:ୟୁକ୍ରେନ ସୀମା ନିକଟରେ ରୁଷିଆ ପୂୂର୍ବରୁ ଲକ୍ଷାଧିକ ସୈନ୍ୟ ମୁତୟନ କରି ଯୁଦ୍ଧ ସ୍ଥିତି ଉପୁଜାଇଥିବାବେଳେ ଏବେ ଉତ୍ତର ସୀମାକୁ ଆଉ ଲକ୍ଷେ ସୈନ୍ୟ ପଠାଇଥିବା ଆମେରିକା କହିଛି। ବେଲାରୁଷ୍‌କୁ ଲାଗିଥିବା ୟୁକ୍ରେନ ସୀମାଠାରେ ମସ୍କୋ ନିଜ ସ୍ଥିତି ମଜଭୁତ କରିବାରେ ଲାଗିଛି। ଏପରି କରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କ୍ରମାଗତ ଭାବେ ସେଠାରେ ଉତ୍ତେଜନା ବଢ଼ାଇବାରେ ଲାଗିଛନ୍ତି। କୌଣସି କୂଟନୈତିକ ରାସ୍ତା ଆପଣାଇ ୟୁକ୍ରେନ ସୀମା ନିକଟରୁ ସୈନ୍ୟ ପ୍ରତ୍ୟାହାର କରିବା ପରିବର୍ତ୍ତେ ପୁଟିନ ଉତ୍ତେଜନା ବୃଦ୍ଧି କରୁଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍‌ରଁ ଏହି ସପ୍ତାହରେ ପୁଟିନ୍‌ ଓ ୟୁକ୍ରେନ ପ୍ରତିପକ୍ଷ ଭୋଲୋଡିଭିର ଜେଲେନ୍‌ସ୍କିଙ୍କୁ ସାକ୍ଷାତ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ନିମନ୍ତେ ଆଲୋଚନା କରିଥିଲେ। ଏ ବାବଦରେ ମାକ୍‌ରଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ବିବରଣୀ ଦେବା ପରେ ପେଣ୍ଟାଗନ୍‌ ପକ୍ଷରୁ ଏପରି ପ୍ର୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ରୁଷିଆ ଏବଂ ବେଲାରୁସ୍‌ ୧୦ ଦିନିଆ ଯୁଗ୍ମ ସମରାଭ୍ୟାସ ଚଳାଇଛନ୍ତି। ବେଲାରୁଷ୍‌ ରୁଷିଆର ନିକଟ ସହଯୋଗୀ ହୋଇଥିବାବେଳେ ୟୁକ୍ରେନ ସହ ଏହାର ଦୀର୍ଘ ସୀମା ଲାଗିଛି। ତେଣୁ ୟୁକ୍ରେନ ସମସ୍ୟା ବଢ଼ାଇବାକୁ ରୁଷିଆ ବେଲାରୁସ୍‌ ସୀମା ନିକଟରେ ସୈନ୍ୟଠୁଳ କରିବା ସହ ସେଠାରେ ସମରାଭ୍ୟାସ ଚଳାଇଛି। ଶୀତଳ ଯୁଦ୍ଧ ପରଠାରୁ ବେଲାରୁଷ୍‌ରେ ରୁଷିଆ ଏତେ ସଂଖ୍ୟାରେ ସୈନ୍ୟ ମୁତୟନ କରିବା ପ୍ରଥମ ବୋଲି ଫ୍ରାନ୍ସ କହିଛି। ମାନସିକ ସ୍ତରରେ ଚାପ ପକାଇବାକୁ କ୍ରେମେଲିନ ଏପରି କରୁଥିବା ୟୁକ୍ରେନ କହିଛି। ୟୁକ୍ରେନ ସପକ୍ଷରେ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ବାହାରିଥିବାବେଳେ କ୍ୱିଭ୍‌କୁ ନିଜ ନିଜର ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ପଠାଇବା ଜାରି ରଖିଛନ୍ତି। ୟୁକ୍ରେନ ପ୍ରସଙ୍ଗ ଉପରେ କୌଣସି ବୁଝାମଣା ନ କରିବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଗୁରୁବାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri