ଜାପାନକୁ ଘେରିଲେ ରୁଷିଆ-ଚାଇନା, ୨୦ ଯୁଦ୍ଧପୋତ ସାମିଲ…

ଟୋକିଓ, ୨୧।୬ : ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଚାଇନା ଜାପାନକୁ ଘେରିବା ଆରମ୍ଭ କରିଛନ୍ତି। ରୁଷିଆ ଏବଂ ଚାଇନାର ୨୦ଟି ଯୁଦ୍ଧପୋତ ଜାପାନ ଏବଂ ଏହାର ଦ୍ୱୀପପୁଞ୍ଜର ସାମୁଦ୍ରିକ ଅଞ୍ଚଳରେ ବୁଲୁଛି। ଜାପାନର ସେନା ଏସବୁ ଯୁଦ୍ଧପୋତ ଉପରେ ନଜର ରଖିଛି । ଗତ ୪ ଦିନ ମଧ୍ୟରେ ଏହି ଅଞ୍ଚଳରେ ୪ ଟି ଚାଇନା ଯୁଦ୍ଧପୋତ ଏବଂ ୧୬ ଟି ରୁଷିଆ ଯୁଦ୍ଧପୋତ ପଇଁତରା ମାରୁଛି। ଏହି ଯୁଦ୍ଧପୋତଗୁଡ଼ିକ ପ୍ରଶାନ୍ତ ମହାସାଗରରେ ହନସୁ ଦ୍ୱୀପର ଦକ୍ଷିଣରୁ ପଶ୍ଚିମକୁ ଯାଉଛି।

ଜାପାନର ସୈନ୍ୟବାହିନୀ ପ୍ରଥମେ ଜୁନ ୧୨-୧୩ ରେ ପୂର୍ବ ଚାଇନା ସାଗରରେ ଯୁଦ୍ଧପୋତଗୁଡ଼ିକୁ ଚିହ୍ନଟ କରିଥିଲେ । ସେମାନଙ୍କ ସହିତ ଏକ ଇଲେକ୍ଟ୍ରୋନିକ ଗୁପ୍ତଚର ନୀରିକ୍ଷଣ ଯୁଦ୍ଧପୋତ ମଧ୍ୟ ସାମିଲ ରହିଥିଲା।ଦୁଇଟି ଚାଇନା ଯୁଦ୍ଧପୋତ ଉତ୍ତର ଦିଗକୁ ଯାଇ ସୋୟା ଷ୍ଟ୍ରାଇଟ ଦେଇ ପ୍ରଶାନ୍ତ ମହାସାଗର ମୁହାଁ ହୋଇଥିଲା। ସୋୟା ଷ୍ଟ୍ରେଟ ଜାପାନର ମୁଖ୍ୟ ହକ୍କାଇଡୋ ଦ୍ୱୀପକୁ ସାଖାଲିନ ଦ୍ୱୀପରୁ ଉତ୍ତରକୁ ପୃଥକ କରିଥାଏ। ସେହି ସମୟରେ, ଚକୋଟସ୍‌ ସାଗରରେ ଗୁପ୍ତଚର ଏବଂ ଇନ୍ଧନ ଯୋଗାଣ କରୁଥିବା ଏକ ଯୁଦ୍ଧପୋତ ପ୍ରଶାନ୍ତ ମହାସାଗର ଦେଇ ଗତି କରିଥିଲା।

ଜାପାନର ସୈନ୍ୟ ବିଭାଗ କହିଛି ଯେ ଫିଲିପାଇନ୍ସ ସାଗରରୁ ୫ ଟି ରୁଷିଆ ଯୁଦ୍ଧପୋତ ପୂର୍ବ ଚାଇନା ସାଗରରେ ପ୍ରବେଶ କରିଛି। ରୁଷିଆର ଯୁଦ୍ଧପୋତଗୁଡ଼ିକ ଜାପାନର ଓକିନାୱା ଏବଂ ମିୟାକୋଜିମା ଦ୍ୱୀପପୁଞ୍ଜ ଦେଇ ଗତି କରିଛି। ରୁଷିଆର ଯୁଦ୍ଧପୋତରେ ବିନାଶକାରୀ ଆଡମିରାଲ ପାଣ୍ଟେଲିଭ ପ୍ରୋଜେକ୍ଟ ୧୧୫୫ ଉଦାଲୋଇ ଶ୍ରେଣୀର ମାର୍ଶଲ କାରିଲୋଭ, କ୍ଷେପଣାସ୍ତ୍ର ସୂଚନା ପ୍ରଦାନକାରୀ ଉପକରଣ ଏବଂ ଅନ୍ୟ ତିନୋଟି ଯୁଦ୍ଧପୋତ ଅନ୍ତର୍ଭୁକ୍ତ ଥିଲା। ମାର୍ଶଲ କାରିଲୋଭକୁ ପ୍ରଶାନ୍ତ ମହାସାଗରର କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ଭାବରେ ସ୍ଥାନିତ କରାଯାଇଛି। ଗତ ବର୍ଷ ଆମେରିକାର ହାୱାଇ ଦ୍ୱୀପପୁଞ୍ଜ ନିକଟରେ ଏହି ଯୁଦ୍ଧପୋତ ମଧ୍ୟ ଦେଖାଯାଇଥିଲା।

ଏହା ବ୍ୟତୀତ ଅନ୍ୟ ୧୧ ଟି ରୁଷିଆ ଯୁଦ୍ଧପୋତ ଜାପାନ ନିକଟ ସମୁଦ୍ର ଅଞ୍ଚଳରେ ପାଟ୍ରୋଲିଂ କରୁଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯଦିଓ ଚୀନ ଏବଂ ରୁଷିଆର ଯୁଦ୍ଧପୋତ ଏକତ୍ର ପାଟ୍ରୋଲିଂ କରିବାର ସଙ୍କେତ ଦେଇ ନାହାନ୍ତି। ତଥାପି ଉଭୟ ଦେଶ ଜାପାନକୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ତାଇୱାନ ଏବଂ କିଛି ଦ୍ୱୀପପୁଞ୍ଜକୁ ନେଇ ଚାଇନା ଏବଂ ଜାପାନ ମଧ୍ୟରେ ବିବାଦ ଲାଗି ରହିଛି। ଏଥି ସହିତ, କୁରିଏଲ ଦ୍ୱୀପପୁଞ୍ଜକୁ ନେଇ ରୁଷିଆ ଏବଂ ଜାପାନ ମଧ୍ୟରେ ତିକ୍ତତା ଦେଖାଦେଇଛି। ଆମେରିକାର ଜାପାନରେ ନୌସେନା ବେସ ଅଛି ଏବଂ ଚାଇନା ଦ୍ୱାରା ଆକ୍ରମଣ କରାଗଲେ ଏହା ପ୍ରଥମ ଆକ୍ରମଣର ଶିକାର ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri