ଓଡେସା, ମାଇକୋଲିଭ ସହର ବି ଖୁବଶୀଘ୍ର ୟୁକ୍ରେନଠାରୁ ହୋଇଯିବ ଅଲଗା

କ୍ୱିଭ,୨୮ ।୭: ଥମିନି ରୁଷିଆ-ୟୁକ୍ରେନ ଯୁଦ୍ଧ । ପୂର୍ବପରି ଆଜିବି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ୟୁକ୍ରେନର ଦକ୍ଷିଣ ଭାଗରେ ରୁଷିଆ ଲଗାତାର ବୋମା ମାଡ କରି ଚାଲିଛି । ଇତିମଧ୍ୟରେ ଓଡେଶା ଓ ମାଇକୋଲିଭ ସହରକୁ ବି ଖୁବଶୀଘ୍ର ୟୁକ୍ରେନଠାରୁ ଅଲଗା କରିଦେବାକୁ ରୁଷିଆ ଦାବି କରିଛି । ଏହି ଦାବି ଖେରସନ ଅଞ୍ଚଳରେ ମସ୍କୋ ସମର୍ଥିତ ଜଣେ ଅଧିକାରି କରିଛନ୍ତି । କାରଣ ରୁଷିଆ ବ୍ଲାକ ସିର ଏହି ଅଞ୍ଚଳରେ ଆକ୍ରମଣକୁ ବଢାଇ ଦେଇଛି । ଏହାରି ଭିତରେ ଖେରସନରେ ଥିବା ଆମେରିକା ବେସକୁ ନଷ୍ଟ କରିବା ପରେ ନିପର ନଦୀ ଉପରେ ଥିବା ସହରର ଏକମାତ୍ର ପୋଲକୁ ବନ୍ଦ କରି ଦିଆଯାଇଛି ।
ଖେରସନରେ ୟୁକ୍ରେନର ବିଚ୍ଛିନ୍ନତାବାଦୀ ନେତା ଓ ମସ୍କୋ ସମର୍ଥିତ ଅଧିକାରୀ କିରିଲ ଷ୍ଟ୍ରେମୋସେବ କହିଛନ୍ତି ଏବେ ୟୁକ୍ରେନ୍ ନିକଟରେ ଏହି ଅଞ୍ଚଳକୁ ବଞ୍ଚାଇବାକୁ କୌଣସି ଉପାୟ ନାହିଁ । ସେ କହିଛନ୍ତି, ରୁଷିଆ ସେନା ଆମେରିକା ଦ୍ୱାରା ପଠାଯାଇଥିବା ଆର୍ଟିଲରି ରକେଟ ସିଷ୍ଟମ(ଏଚଆଇଏମଏଆର)କୁ ନଷ୍ଟ କରିଦେଇଛନ୍ତି ।

Share