Posted inଜାତୀୟ

କ୍ରିମିୟା ବିଜ୍‌ ବିସ୍ଫୋରଣ ପାଇଁ ୟୁକ୍ରେନ୍‌କୁ ଦାୟୀ କଲା ରୁଷିଆ, କହିଲା ଏହା ଆତଙ୍କବାଦୀ କାର୍ଯ୍ୟ…

ମସ୍କୋ,୧୦।୧୦ : ରୁଷିଆ-କ୍ରିମିୟାକୁ ସଂଯୋଗ କରୁଥିବା କର୍ଚ ରେଳ-ରୋଡ ବ୍ରିଜ ବିସ୍ଫୋରଣକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅନୁସନ୍ଧାନକାରୀ ଦଳଙ୍କ ସହ ଏକ ବୈଠକ କରିଛନ୍ତି। ପୁଟିନ ଏହି ଆକ୍ରମଣର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଅନୁସନ୍ଧାନ କମିଟିର ଅଧ୍ୟକ୍ଷ ଆଲେକ୍ସଜାଣ୍ଡାର୍‌ ବସ୍ତ୍ରିକିନଙ୍କ ସହ ଆଲୋଚନା କରିଛନ୍ତି। ପୁଟିନ କହିଛନ୍ତି ଯେ ବ୍ରିଜକୁ ବିସ୍ଫୋରଣ କରିବା ଏକ ଆତଙ୍କବାଦୀ ଆକ୍ରମଣ ସଦୃଶ।

ୟୁକ୍ରେନର ଗୁପ୍ତଚର ସଂଗଠନ ପୁରା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଏହି ଘଟଣା ଘଟାଯାଇଥିବା ସେ ଅଭିଯୋଗ କରିବା ସହିତ ଏଥି ପାଇଁ ୟୁକ୍ରେନ୍‌କୁ ଦାୟୀ କରିଛନ୍ତି। ପୁଟିନ କହିଛନ୍ତି ଯେ ଏଭଳି ଆତଙ୍କବାଦୀ ଆକ୍ରମଣ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ନାଗରିକ ଭିତ୍ତିଭୂମି ନଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି।

ପୁଟିନ କ୍ରିମିୟା ନିକଟରେ ଥିବା କର୍ଚ ବ୍ରିଜ ଏବଂ ଶକ୍ତି ଭିତ୍ତିଭୂମି ପାଇଁ ସୁରକ୍ଷାକୁ କଡାକଡି କରିଛନ୍ତି। ଏହାର ତଦାରଖ ଦାୟିତ୍ୱ ସୁରକ୍ଷା ସେବା ବାହିନୀଙ୍କୁ ଦିଆଯାଇଛି। କ୍ରିମିୟା ରୁଷିଆ ସହ ସଂଯୋଗ କରୁଥିବା ଗ୍ୟାସ ପାଇପଲାଇନ ସୁରକ୍ଷିତ ରଖିବାକୁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି।

କ୍ରିମିୟା ଗଭର୍ନର ସର୍ଗେଇ ଆକ୍ସିଓନୋଭ କହିଛନ୍ତି ଯେ ବ୍ରିଜ ଉପରେ ଟ୍ରେନର ଚଳାଚଳ ଆରମ୍ଭ ହୋଇଛି। ଦୁଇଟି ଯାତ୍ରୀବାହୀ ଟ୍ରେନ ଇତିମଧ୍ୟରେ ଗନ୍ତବ୍ୟ ପଥରେ ଯାଇଛି। ଏହି ବ୍ରିଜ୍‌ ଶୀଘ୍ର ମରାମତି ହୋଇ ସମସ୍ତ ଯାନ ପାଇଁ ଖୋଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri