ଋଷିକେଶ ନୀଳକଣ୍ଠ ମହାଦେବ ମନ୍ଦିର

ଉତ୍ତରାଖଣ୍ଡର ଋଷିକେଶଠାରୁ ମାତ୍ର ୩୨ କି.ମି. ଦୂରରେ ପୌରୀ ଗଢୱାଲ ଜିଲାରେ ରହିଛି ପୁରାଣ ପ୍ରସିଦ୍ଧ ନୀଳକଣ୍ଠ ମହାଦେବଙ୍କ ମନ୍ଦିର। ସମୁଦ୍ରପତ୍ତନରୁ ପ୍ରାୟ ୧୩୩୦ ମିଟର ଉଚ୍ଚରେ ଥିବା ଏହି ମନ୍ଦିରଟି ନର-ନାରାୟଣ ପର୍ବତମାଳାରେ ପଙ୍କଜା ଏବଂ ମଧୁମତୀ ନଦୀତଟର ମଧ୍ୟବର୍ତ୍ତୀ ମଣିକୁଟ, ବ୍ରହ୍ମକୁଟ ଓ ବିଷ୍ଣୁକୁଟ ଉପତ୍ୟକାର ମିଳନସ୍ଥଳରେ ଅବସ୍ଥିତ।
ମନ୍ଦିରକୁ ନେଇ କିମ୍ବଦନ୍ତୀ
ଶ୍ରୁତି ସ୍ମୃତି ପୁରାଣରେ ବର୍ଣ୍ଣିତ ଅଛି ଯେ, ସତ୍ୟଯୁଗରେ ଅମୃତ ଫଳ ଆଶା ନେଇ ଦେବଗଣ ଓ ଦାନବଗଣ ମିଶି ଯେଉଁ ସମୁଦ୍ରମନ୍ଥନ କରିଥିଲେ; ସେଥିରୁ ହଳାହଳ ବିଷ ବି ବାହାରିଥିଲା। ସମଗ୍ର ବିଶ୍ୱକୁ ନଷ୍ଟ କରିଦେବାର କ୍ଷମତା ରଖିଥିବା ଏହି ବିଷ କୋପରୁ ରକ୍ଷା ପାଇବାକୁ ସମସ୍ତେ ଦେବ ଦେବ ମହାଦେବଙ୍କୁ ଗୁହାରି କରିବାରୁ, ଶେଷରେ ପ୍ରଭୁ ଶିବଶଙ୍କର ଉକ୍ତ ବିଷକୁ ନିଜେ ପାନ କରି ଦେଇଥିଲେ। ସେହି କ୍ଷଣି ମାତା ପାର୍ବତୀ ଆସି ପ୍ରଭୁଙ୍କର ବେକ ପାଖରେ ହାତ ରଖିଦେବାରୁ ବିଷ ପ୍ରଭୁଙ୍କର ଗର୍ଭକୁ ନ ଯାଇ କଣ୍ଠ ଦେଶରେ ଅଟକି ଯାଇଥିଲା। ଫଳରେ ତାଙ୍କ କଣ୍ଠଦେଶ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଧାରଣ କରିଗଲା। ତା’ପରେ ପ୍ରଭୁ ମହାଦେବ ବିଷ ଜ୍ୱାଳାରୁ ଉପଶମ ନିମନ୍ତେ ଏହିଠାରେ ଆସି ବିଶ୍ରାମ ନେଇଥିଲେ। ସେଥିପାଇଁ ପରବର୍ତ୍ତୀ ସମୟରେ ତାହାର ସ୍ମୃତି ସ୍ବରୂପ ଏଠାରେ ଗଢ଼ି ଉଠିଥିଲା ନୀଳକଣ୍ଠ ମହାଦେବ ମନ୍ଦିର। ସମୟକ୍ରମେ ଏହି ମନ୍ଦିରରେ ଅନେକ ପରିବର୍ତ୍ତନ ଘଟିଥିଲେ ମଧ୍ୟ ମୂଳ ଶିବଲିଙ୍ଗଟି ସେହିଭଳି ଅକ୍ଷୁଣ୍ଣ ରହିଥିବା ବିଶ୍ୱାସ ରହିଛି।
ମନ୍ଦିରର ନିର୍ମାଣ ଶୈଳୀ
ପାହାଡ଼ର ଶୀର୍ଷ ଦେଶରେ ପୁରାତନ ଦ୍ରାବିଡ଼ ଶୈଳୀରେ ନିର୍ମିତ ସୁଉଚ୍ଚ ଖୁମ୍ବ ଓ ଗମ୍ବୁଜ ଯୁକ୍ତ ପିରାମିଡ୍‌ ଆକୃତିର ବିଶାଳ ମନ୍ଦିରର ଗର୍ଭ ଗୃହରେ ଶୋଭା ପାଉଥିବା ଶିବଲିଙ୍ଗକୁ ଦର୍ଶନ କଲେ ମନରେ ସ୍ବତଃ ଭକ୍ତିଭାବ ଉଦ୍ରେକ ହୁଏ। ମନ୍ଦିର ଗାତ୍ରରେ ଦେବାସୁରମାନଙ୍କ ସମୁଦ୍ରମନ୍ଥନ ସମୟର ମୂର୍ତ୍ତି ଖୋଦିତ ହୋଇଛି। ମନ୍ଦିର ବେଢ଼ାରେ ଅନ୍ୟାନ୍ୟ ଦେବଦେବୀଙ୍କ ମୂର୍ତ୍ତିମାନ ପରବର୍ତ୍ତୀ ସମୟରେ ତିଆରି ହୋଇଛି। ଏଠାରେ ଭକ୍ତମାନେ ବିଭିନ୍ନ ଭୋଗରାଗ ସହ ନୀଳକଣ୍ଠ ମହାଦେବଙ୍କୁ ଚନ୍ଦନ ଓ କର୍ପୂର ଲାଗି କରି ଶୀତଳତା ପ୍ରଦାନ କରିଥାନ୍ତି।
ମୁଖ୍ୟ ପର୍ବପର୍ବାଣି
ନୀଳକଣ୍ଠ ମହାଦେବଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ଏଠାକୁ ଦୂରଦୂରାନ୍ତରୁ ଭକ୍ତଗଣଙ୍କର ସୁଅ ଛୁଟିଥାଏ। ଠାକୁରଙ୍କ ମୁଖ୍ୟ ପର୍ବ ହେଉଛି ଶିବରାତ୍ରି। ଶ୍ରାବଣ ମାସରେ ମଧ୍ୟ ଠାକୁରଙ୍କୁ ଜଳଲାଗି କରିବା ପାଇଁ ଭକ୍ତମାନେ ଏଠାକୁ ଧାଇଁ ଆସନ୍ତି। ଏଇ ଦୁଇଟି ସମୟରେ ଏଠାରେ ମେଳା ବସେ ଏବଂ ପ୍ରବଳ ଜନସମାଗମ ହେଇଥାଏ।
କେମିତି ଯିବେ
ନୀଳକଣ୍ଠ ମହାଦେବ ମନ୍ଦିରକୁ ଯିବାକୁ ହେଲେ ଋଷିକେଶରୁ ରାମ ଝୁଲା ପୋଲ ଦେଇ ଦୁଇଚକିଆ କିମ୍ବା ଚାରିଚକିଆ ଯାନରେ ପାହାଡ଼ର ପାଦଦେଶରେ ପହଞ୍ଚି ସେଠାରୁ ପାଦଚଲା ରାସ୍ତାରେ ଯିବାକୁ ହୁଏ। ଅଙ୍କାବଙ୍କା ସଂକୀର୍ଣ୍ଣ ପାହାଡ଼ି ରାସ୍ତାର ଦୁଇ ପଟରେ ପ୍ରକୃତିର ଅପରୂପ ଶୋଭା ଦର୍ଶନ କରି ପର୍ଯ୍ୟଟକ ମୁଗ୍ଧ ହୋଇଥାନ୍ତି। ପାହାଡ଼ ଉପରେ ଘଞ୍ଚ ଜଙ୍ଗଲ, ତହିଁରୁ ଝରିଆସୁଥିବା ଝରଣା, ସ୍ଥାନେ ସ୍ଥାନେ ପାହାଡ଼କୁ ସମତଳ କରି ସ୍ଥାନୀୟ ଅଧିବାସୀମାନେ କରିଥିବା ସବୁଜ କ୍ଷେତର ଶୋଭା ଅତି ରମଣୀୟ ଲାଗେ ଦେଖିବାକୁ। ମନ୍ଦିରର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଖୁବ୍‌ କଡାକଡି। ପାହାଡ଼ର ପାଦଦେଶରେ ଥିବା ଚେକ୍‌ ଗେଟ୍‌ରେ ପରିଚୟ ପତ୍ର ଯାଞ୍ଚ କରାଯାଇ ଯାତ୍ରୀମାନଙ୍କୁ ଅନୁମତି ଦିଆଯାଇଥାଏ ପାଦଚଲା ରାସ୍ତାରେ ଯିବା ପାଇଁ। ପ୍ରାୟ ୮/୧୦ କି.ମି. ଯିବା ପରେ ମନ୍ଦିର ପାହାଚରେ ଚଢିବା ପୂର୍ବରୁ ମଧ୍ୟ ପୁନଃ ପରିଚୟ ପତ୍ର ଯାଞ୍ଚ କରାଯାଇ ଯାତ୍ରୀମାନଙ୍କୁ ଅନୁମତି ଦିଆଯାଇଥାଏ। ପ୍ରଥମେ କାଳିକାମାତାଙ୍କ ଦରବାର ଦେଇ ପୁଣି ଆହୁରି ପାହାଚ ଚଢି ମନ୍ଦିରର ଗର୍ଭଗୃହକୁ ଯିବାକୁ ହୁଏ। ନିର୍ଦ୍ଦିଷ୍ଟ ଦୂରତାରେ ବାରିକେଡ୍‌ ଦେଇ ଆବଦ୍ଧ କରାଯାଇଛି ମୂଳ ଶିବଲିଙ୍ଗଙ୍କୁ। ଦୂରରୁ ଦର୍ଶନ କରି ପୂଜାସାମଗ୍ରୀ (ନଡ଼ିଆ, କ୍ଷୀର, ବେଲପତ୍ର, ଚନ୍ଦନ, କର୍ପୂର ଇତ୍ୟାଦି) ବଢେଇ ଦେବାକୁ ହୁଏ ସେଠାରେ ଉପସ୍ଥିତ ଥିବା ପୂଜାରୀମାନଙ୍କୁ। ବାରିକେଡ୍‌ର ଜଳା ଫାଙ୍କରେ ଖୁବ୍‌ ସୁନ୍ଦର ଦର୍ଶନ ହୋଇଥାଏ ପ୍ରଭୁଙ୍କର। ଭକ୍ତମାନଙ୍କ ଯାତ୍ରା କଷ୍ଟ ନିମିଷକ ମଧ୍ୟରେ ଦୂର ହୋଇଯାଇଥାଏ। ସଡ଼କପଥରେ ନୀଳକଣ୍ଠ ମହାଦେବ ମନ୍ଦିରରେ ପହଞ୍ଚିବା ପାଇଁ ହେଲେ ରାଜ୍ୟ ପରିବହନ ନିଗମର ବସ୍‌ରେ ଋଷିକେଶ ପହଞ୍ଚି ସେଠାରୁ ରାମଝୁଲା ଦେଇ ଭଡ଼ା ଗାଡ଼ି ଧରି ଯିବାକୁ ହୁଏ। ସେହିପରି ଋଷିକେଶ ହେଉଛି ଏହାର ନିକଟତମ ରେଳଷ୍ଟେସନ, ଯାହା ଉକ୍ତ ମନ୍ଦିରଠାରୁ ପ୍ରାୟ ୩୦ କି.ମି ଦୂରରେ ଅବସ୍ଥିତ। ଅନ୍ୟପକ୍ଷେ ଏହାର ନିକଟତମ ଏୟାରପୋର୍ଟ ହେଉଛି ଡେରାଡୁନର ଜୋଲିଗ୍ରାଣ୍ଟ୍‌ ଏୟାରପୋର୍ଟ; ଯାହା ମନ୍ଦିରଠାରୁ ପ୍ରାୟ ୫୦ କି.ମି ଦୂରରେ ଅବସ୍ଥିତ।
-ସୁଷମା ପରିଜା
ଶାରଳା ଭବନ, ପୋତାପୋଖରୀ,
ନୂଆବଜାର, କଟକ
ମୋ: ୯୩୩୭୨୭୨୬୪୭


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri