ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବେପରୁଆ ନୀତି : ବିଭାଗକୁ ସିଧା ସଳଖ ଦାୟୀ

ଗଞ୍ଜାମ,୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା ସମାପନ ହେବା ପରେ ଆରମ୍ଭ ହୋଇଛି ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା । ପ୍ରତି ବର୍ଷ ଭଳି ହୁମା ହାଟ ପଡିଆରେ ଏହି ଯାତ୍ରା କେଉଁ ଆବାହନ କାଳରୁ ଅନୁଷ୍ଠିତ ହୋଇ ଆସୁଛି।ଶନିବାର ସାହି ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମ୍ୟ ଉର୍ଣ୍ଣୟନ ଓ ଜଳ ଯୋଗାଣ ବିଭାଗ (ଆରଡବ୍ଲ୍ୟୁଏସ୍‌ଏସ୍‌)ର ବେପରୁଆ ନୀତି ଯୋଗୁ ଯାତ୍ରା ପଡିଆରେ କିମ୍ବା ବିଭିନ୍ନ ସାହି ଗୁଡ଼ିକରେ ଏଯାବତ ବ୍ଲିଚିଙ୍ଗ ପାଉଡର ଟିକେ ପଡି ନ ଥିବା ହୁମା ପଞ୍ଚାୟତ ସମିତି ସଭ୍ୟ ଧୃବଚରଣ ପଲାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଯାତ୍ରା ପଡିଆକୁ ହୁମା ଗ୍ରାମର ବିଭିନ୍ନ ସାହି ସହିତ କଣ୍ଟିଆ ଗଡ଼, ଖଟୁଆ କୁଦା, ଝାଡ଼କୁଦା, କଳାଯମୁନା, ଲୁଂଘୁରି, ଗଡ଼ ହୁମା, ବେଲପଡା ଆଦି ଗ୍ରାମର ଠାକୁର ବିଜେ କରିବା ପରେ ଯାତ୍ରା ଆରମ୍ଭ ହେବ । ହଜାର ହଜାର ଲୋକଙ୍କ ସମାଗମ ହେବ କିନ୍ତୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବେପରୁଆ ନୀତି ଯାତ୍ରା ପ୍ରଭାବିତ ହୋଇଥିବା ସମିତି ସଭ୍ୟ ପଲାଇ ଅଭିଯୋଗ କରିଛନ୍ତି।
ଏଥିସହ ପାନୀୟ ଜଳ ଯୋଗାଣରେ ମଧ୍ୟ ଉକ୍ତ ବିଭାଗ ଫେଲ ମାରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କନିଷ୍ଠ ଯନ୍ତ୍ରୀ ମହୋଦୟ ଜନପ୍ରତିନିଧିଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁ ନାହାନ୍ତି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ବିଭାଗର କନିଷ୍ଠ ଯନ୍ତ୍ରୀ ସପନ ପରିଡାଙ୍କୁ ପଚାରିବାରେ ୨୫ କେଜି ବ୍ଲିଚିଙ୍ଗ ୨୦୦୦ ଲିଟର ପାଣି ଟ୍ୟାଙ୍କ ଯୋଗାଇ ଦିଆଯାଇଥିବା କହିଛନ୍ତି । ଯାହା ସମୁଦ୍ରକୁ ଶଙ୍ଖେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।ଯାତ୍ରା ପଡିଆରେ ଷ୍ଟାଣ୍ଡ ପାଇପ ଗୁଡିକରେ ମଧ୍ୟ ପାଣି ଆସୁନି ବୋଲି ଅଭିଯୋଗ ହୋଇଛି। ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ସିଧା ସଳଖ ଦାୟୀ କରିଛନ୍ତି, ଛଅ ଖଣ୍ଡ ଗ୍ରାମବାସୀ।
<div style=”background-color: #eee; border: 1px solid #cccccc; padding: 5px 20px; margin: 0 Auto; border-radius: 22px;” align=”center”>
<h6>Dharitri – Odisha’s No.1 Odia Daily</h6>
</div>

Enter your email to get our daily news in your inbox.

All Right Reserved By Dharitri.Com

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

ଫାଇନାଲ ମ୍ୟାଚରେ ହେବ ବର୍ଷା! ଜାଣନ୍ତୁ କେମିତି ରହିଛି ପାଗ

ନୂଆଦିଲ୍ଲୀ,୮।୩: ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟିମ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ଭାରତ ରବିବାର, ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର…

ଫାଇନାଲ ମ୍ୟାଚ ପୂର୍ବରୁ ୨ ଦିନ ହେବ ଶୋଇ ପାରି ନାହାଁନ୍ତି ଏହି ଗାୟିକା, କାହିଁକି? କହିଲେ ଏହାର କାରଣ

ନୂଆଦିଲ୍ଲୀ,୮।୩: ରବିବାରି, ୮ ମାର୍ଚ୍ଚରେ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗାୟିକା ଫାଲଗୁନି ପାଠକ ସମାପନ ଉତ୍ସବରେ…

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଓଡ଼ିଶାର…

ବଲାଙ୍ଗୀର,୮ା୩(ସୁନିଲ କୁମାର ମହାନ୍ତି): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ବଲାଙ୍ଗୀର ଜିଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦ୍‌ଘାଟିତ ହୋଇଛି।…

‘ଓ୍ବାର୍ଲଡ କପ ଆମର’, କିଏ ଆଉ କାହିଁକି କହିଲେ ଏମିତି? ଫାଇନାଲ ମ୍ୟାଚ ପୂର୍ବରୁ ଚର୍ଚ୍ଚାରେ ଏହି ବୟାନ

ନୂଆଦିଲ୍ଲୀ,୮।୩: ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସା ୭ଟାରୁ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ…

ଅନ୍ତର୍ଜାତୀୟ ମହିଳା ଦିବସରେ ଏକାଠି ହେଲେ ମହିଳା, ନିଜେ ସ୍ବାବଲମ୍ବୀ ହେବା ସହ…

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଆମ୍ବ ବଗିଚାଠାରେ ରବିବାର ମଧ୍ୟାହ୍ନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ନାରୀ ମହାସଂଘର…

ପୁଅର ମୁଣ୍ଡନ ପୂଜା ପାଇଁ ଯାଉଥିଲେ ଘଟିଲା ଭୟଙ୍କର ଦୁର୍ଘଟଣା: ୫ ଜଣଙ୍କ ଅବସ୍ଥା ଗୁରୁତର

ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ପିଲିକାଢ଼ିଅ ଗ୍ରାମ ନିକଟ କେରାଣ୍ଡି ମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟି ରାସ୍ତାରେ ରବିବାର…

“ମୁଁ ଚାହୁଁଛି ଫାଇନାଲରେ ଭାରତ ହାରିଯାଉ” ବିସ୍ଫୋରକ ବୟାନ ଦେଲେ…

ନୂଆଦିଲ୍ଲୀ,୮।୩: ଦକ୍ଷିଣ ଆଫ୍ରିକାର କିମ୍ୱଦନ୍ତୀ ଦ୍ରୁତ ବୋଲର ଡେଲ ଷ୍ଟେନ, ଯିଏ ୪୦୦ ରୁ ଅଧିକ ଟେଷ୍ଟ ୱିକେଟ ନେଇଛନ୍ତି, ୨୦୨୬ ଟି-୨୦ ବିଶ୍ୱକପ ଫାଇନାଲ ପୂର୍ୱରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri