ଗ୍ରାମୀଣ ଉଦ୍ୟାନ ଯୋଜନା ବାଟବଣା: ଭିଜିଲାନ୍ସ ତଦନ୍ତ ଦାବି କଲେ ଅଞ୍ଚଳବାସୀ

ଥୁଆମୂଳ ରାମପୁର,୨୦ା୩ (ଦୁର୍ଗା କୀର୍ତ୍ତି): ସରକାର ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ଆମୋଦପ୍ରମୋଦ ପାଇଁ ବ୍ଲକ ତଥା ଗ୍ରାମ ପଞ୍ଚାୟତ ମୁଖ୍ୟାଳୟରେ ଗ୍ରାମୀଣ ଉଦ୍ୟାନ ନାମରେ ଯୋଜନା ପ୍ରସ୍ତୁତ କରିଛନ୍ତି। ହେଲେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତରେ ଏହି ଯୋଜନା ବାଟବଣା ହୋଇଛି। ସଦର ମହକୁମା ମୁଖ୍ୟ ରାସ୍ତାକଡ଼ ପୋଲିସ ଷ୍ଟେଶନ ନିକଟରେ ନିର୍ମିତ ଏହି ଉଦ୍ୟାନ ଏବେ ଗୋରୁଙ୍କ ଚୋରାଭୂଇଁ ପାଲଟି ମରୁଭୂମିରେ ପରିଣତ ହୋଇଛି। ୨୦୨୦-୨୧ ଆର୍ଥିକବର୍ଷରେ ୫ଲକ୍ଷ ଓ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୧୦ ଲକ୍ଷ ଟଙ୍କା ଅନୁଦାନରେ ଏକ ଗ୍ରାମୀଣ ଉଦ୍ୟାନ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ରାଜରାଜୁଡ଼ା ଅମଳର ଦୁଇ ପୋଖରୀ କଡରେ କାମ ଆରମ୍ଭ ହୋଇଥିଲା। ହେଲେ ଏହାର ୩ମାସ ନ ପୂରୁଣୁ ଲଗାଯାଇଥିବା ଗଛଗୁଡ଼ିକ ମରି ନଷ୍ଟ ହୋଇ ଏବେ ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇଛି। ଏପରି କି ଗତ କିଛିବର୍ଷ ହେବ ବନମହୋତ୍ସବ ପାଳନ ଅବସରରେ ଏଠାରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲେ ମଧ୍ୟ ତାହା ମୃତ ଅବସ୍ଥାରେ। ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବ ସହ ଠିକାଦାରଙ୍କ ମନମୁଖି କାମ ପାଇଁ ଏହି ଯୋଜନା ଦିଗହରା ହୋଇପଡିଛି। ତୁରନ୍ତ ଏହାର ତଦନ୍ତ କରି ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଛୁଟିରେ ଥିବାରୁ କୌଣସି ପ୍ରତିକ୍ରିୟା ମିଲିପାରି ନାହିଁ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କଧର ସାହୁଙ୍କୁ ପଚାରିବାରୁ ଏହା ପୂର୍ବ ଅଧିକାରୀଙ୍କ ସମୟର କାମ, ମୋ ପାଖରେ କୌଣସି ତଥ୍ୟ ନାହିଁ, ଏହି ଯୋଜନାର ଆଗାମୀ ଦିନରେ ପୁଣି କାମ ହେବ ବୋଲି କହିଥିଲେ। ସ୍ଥାନୀୟ ସରପଞ୍ଚ ବିଜୟା ମାଝୀଙ୍କୁ ପଚାରିବାରୁ ପୂର୍ବ ସରପଞ୍ଚଙ୍କ ସମୟରେ ହୋଇଥିବାରୁ ଏ ବିଷୟରେ କହିପାରିବି ନାହିଁ। ବର୍ତ୍ତମାନ ଅନ୍ୟ କୌଣସି ପାଣ୍ଠିରୁ ଅର୍ଥ ମଞ୍ଜୁର କରି କାମ କରାଯିବ ବୋଲି ଉତ୍ତର ରଖିଛନ୍ତି l

 


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri