‘୩୩,୦୦୦ କୋଟିରେ ପହଞ୍ଚତ୍ଛି ଗ୍ରାମୀଣ ବ୍ୟବସାୟ’

ଭୁବନେଶ୍ୱର,୨୬।୧୧ (ଅଭୟ ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ଉତ୍ପାଦ ସଙ୍ଗଠନ (ଏଫ୍‌ପିଓ) ଏବଂ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କ ମାଧ୍ୟମରେ ଦେଶର କୃଷକ, ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବାର ଦାୟିତ୍ୱ ନେଇଛନ୍ତି ବୋଲି ଶନିବାର ନାବାର୍ଡ ପକ୍ଷରୁ ଆୟୋଜିତ ‘ଷ୍ଟେଟ୍‌ ଲେଭଲ କନ୍‌କ୍ଲେଭ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଉଲ୍ଲେଖଯୋଗ୍ୟ, ନାବାର୍ଡ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ଏଫ୍‌ପିଓ ଓ ଏସ୍‌ଏଚ୍‌ଜିଙ୍କର ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ସଶକ୍ତୀକରଣ କରିବା ଲକ୍ଷ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନ ଏହା କହିଛନ୍ତି। ଆମ ଦେଶର ଗ୍ରାମୀଣ ବିକାଶ ଏବଂ ସଶକ୍ତୀକରଣରେ ନାବାର୍ଡର ବିଶେଷ ଭୂମିକା ରହିଆସିଛି। ଏପରିକି ଓଡ଼ିଶାର ଗ୍ରାମାଞ୍ଚଳରେ ଆର୍ଥିକ ବ୍ୟବସାୟ ପାଇଁ ୨୦୧୪ରେ ୧୩,୦୦୦ କୋଟି ଟଙ୍କା ବ୍ୟୟବରାଦ ହେଉଥିବା ବେଳେ ୨୦୨୩ରେ ଉକ୍ତ ଆର୍ଥିକ ପ୍ରବନ୍ଧନ ଅଢେଇ ଗୁଣା ବୃଦ୍ଧି ପାଇ ୩୩,୦୦୦କୋଟି ଟଙ୍କାରେ ପହଞ୍ଚତ୍ଛି। ବିଶେଷକରି ଏଫ୍‌ପିଓ ଏବଂ ଏସ୍‌ଏଚ୍‌ଜିଙ୍କୁ କମ୍‌ ସୁଧରେ ତଥା ନାମକୁ ମାତ୍ର ଋଣ ପ୍ରଦାନ କରିବା ବହୁତ ସହଜ ହୋଇଛି। କେନ୍ଦ୍ର ସରକାର ଏସ୍‌ଏଚ୍‌ଜିମାନଙ୍କୁ ୧୧% ସୁଧରେ ଋଣ ଦେଉଥିବା ବେଳେ ଉକ୍ତ ଋଣର ୭% କେନ୍ଦ୍ର ସରକାର ପରିଶୋଧ କରୁଥିବା ବେଳେ ରାଜ୍ୟ ସରକାର ୪% ସୁଧ ପରିଶୋଧ କରୁଛନ୍ତି। ଅପରପକ୍ଷରେ ଋଣ ନେଉଥିବା ଏସ୍‌ଏଚ୍‌ଜି ଗ୍ରୁପ୍‌ଗୁଡ଼ିକ ବ୍ୟବସାୟକୁ ବଢାଇ ସ୍ବାବଲମ୍ବୀ ହେବା ପାଇଁ ଋଣ ଅର୍ଥ ଉପଯୋଗ କରିବା ପାଇଁ ପ୍ରଧାନ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାରରେ ଗରିବ, ମହିଳା, ଚାଷୀ ପ୍ରାଥମିକତାରେ ଅଛନ୍ତି। ଓଡ଼ିଶାରେ ପ୍ରତି ବର୍ଷ ୩୩ଲକ୍ଷ ଚାଷୀଙ୍କ ପରିବାରକୁ ପିଏମ୍‌ କିଷାନ ସମ୍ମାନ ନିଧିରେ ୬ ହଜାର ଟଙ୍କା ଲେଖାଏ ଦିଆଯାଉଛି। ଫସଲ ବୀମା ବାବଦରେ ୫ହଜାର କୋଟି ମିଳୁଛି। ଓଡ଼ିଶାରେ ୪୦୦ଟି ଏଫ୍‌ପିଓ କାମ କରୁଛନ୍ତି। ଭାରତ ସରକାରଙ୍କ ନାବାର୍ଡ ପ୍ରତିବର୍ଷ ମାତ୍ର ୫ରୁ ୬% ସୁଧରେ ଓଡ଼ିଶା ସରକାରଙ୍କୁ ଗ୍ରାମାଞ୍ଚଳରେ ବିକାଶମୂଳକ କାମ ପାଇଁ ଋଣ ଦେଉଛି। ଗରିବ ଘରୁ ଆସୁଥିବା ଲୋକମାନଙ୍କ କମ୍ପାନୀ ତିଆରି କରିବାର ସ୍ବପ୍ନ ସାକାର ହେଉଛି। ୨କୋଟି ଲକ୍ଷପତି ଦିଦି ବନାଇବାର ଯୋଜନା ହୋଇଛି। ମୋଦିଜୀ ଆଜି ଗ୍ରାମାଞ୍ଚଳର ଲୋକଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ଭୋକାଲ ଫର୍‌ ଲୋକାଲର ବ୍ରାଣ୍ଡ୍‌ ଆମ୍ବାସାଡର ହୋଇଛନ୍ତି। ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ଅବସରରେ ଏଫ୍‌ପିଓ ତଥା ଏସ୍‌ଏଚ୍‌ଜିର ମାଆ ଭଉଣୀମାନଙ୍କୁ ସେମାନଙ୍କର ବ୍ୟବସାୟ ବଢ଼ାଇବା ପାଇଁ ପ୍ରଧାନ ନାବାର୍ଡ ପକ୍ଷରୁ ଋଣ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri