Categories: ବାଣିଜ୍ୟ

ମେଟ୍ରୋରେ ଟମାଟୋ କିଲୋ ୭୨

ନୂଆଦିଲ୍ଲୀ,୧୪।୧୦: ଦେଶର ମେଟ୍ରୋ ସହରଗୁଡ଼ିକରେ ଟମାଟୋର ରିଟେଲ ଦର ୭୨ଟଙ୍କା ଛୁଇଁଛି। ଅଦିନିଆ ବର୍ଷା ଯୋଗୁ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକରେ ଫସଲ ଉତ୍ପାଦନ ପ୍ରଭାବିତ ହୋଇଛି। ଯୋଗାଣରେ ସମସ୍ୟା ଯୋଗୁ ଟମାଟୋ ଦର ବଢ଼ିଥିବା ଜଣାପଡ଼ିଛି। କୋଲକାତାରେ ଦର ଗତ ମାସ ୩୮ ଟଙ୍କା ଥିବା ବେଳେ ଏହା ଏବେ ୭୨ ଟଙ୍କା ଛୁଇଁଛି। ପୂର୍ବରୁ ଦିଲ୍ଲୀ ଏବଂ ଚେନ୍ନାଇରେ ଦର ଯଥାକ୍ରମେ ୩୦ ଟଙ୍କା ଏବଂ ୨୦ ଟଙ୍କା ଥିବା ବେଳେ ଏହା ବର୍ତ୍ତମାନ ୫୭ ଟଙ୍କାରୁ ଉର୍ଦ୍ଧ୍ୱ ଟପିଛି। ସେହିଭଳି ପୂର୍ବ ମାସରେ ମୁମ୍ବାଇରେ ଏହା ୧୫ ଟଙ୍କା ଥିବା ବେଳେ ଏବେ ଏହା ୫୩ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟରେ ବିକ୍ରି ହେଉଥିବା ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

Share