ବୈଶ୍ବିକ ସମସ୍ୟା, ଅଶୋଧିତ ତୈଳ ଦାମ୍ ବୃଦ୍ଧିର ପ୍ରଭାବ, ରେକର୍ଡ ନିମ୍ନ ସ୍ତରକୁ ଖସିଲା ଟଙ୍କା

ନୂଆଦିଲ୍ଲୀ, ୧୬।୧୦:(୧୦) ଭାରତୀୟ ଟଙ୍କାର ମୂଲ୍ୟ ସୋମବାର ଐତିହାସିକ ନିମ୍ନ ସ୍ତରକୁ ହ୍ରାସ ପାଇଛି। ବିଶ୍ୱ ବଜାରରେ ଅଶୋଧିତ ତେଲର ଦର ବୃଦ୍ଧି ପାଇ ବ୍ୟାରେଲ ପିଛା ୯୦ ଡଲାର ପାର କରିବା ଏବଂ ଡଲାର ତୁଳନାରେ ଅନ୍ୟ ଏସୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇବା ପରେ ଭାରତୀୟ ଟଙ୍କା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା। ଯାହାପରେ ସୋମବାର ଭାରତୀୟ ଟଙ୍କା ଡଲାର ତୁଳନାରେ ୮୩.୨୭ ରେ ବନ୍ଦ ହୋଇଥିଲା। ଏହା ପୂର୍ବରୁ ୧୮ ସେପ୍ଟେମ୍ବରରେ ଭାରତୀୟ ଟଙ୍କା ୮୩.୨୬ ରେ ପହଞ୍ଚିଥିଲା।

ରିଉଟର୍ସ ରିପୋର୍ଟ ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ କାରଣରୁ ଟଙ୍କାର ମୂଲ୍ୟରେ କୌଣସି ବଡ଼ ହ୍ରାସ ଦେଖିବାକୁ ମିଳିନାହିଁ। ଆରବିଆଇ ଆମେରିକା ଡଲାର ବିକ୍ରି କରୁଥିବାରୁ ଭାରତୀୟ ଟଙ୍କା ଉପରେ ବିଶେଷ ପ୍ରଭାବ ପଡୁନାହିଁ। ଆରବିଆଇ ସ୍ପଟ ଟ୍ରେଡିଂ ସେସନ ସମୟରେ ଦାଖଲ ଦେଇ ଡଲାର ବିକ୍ରି କରିଥିଲା। ତେବେ ଯେତେବେଳେ ଡଲାର ତୁଳନାରେ ଭାରତୀୟ ଟଙ୍କା ୮୩.୨୮ କୁ ହ୍ରାସ ପାଇଥିଲା ସେ ସମୟରେ ସରକାରୀ ବ୍ୟାଙ୍କ ଆରବିଆଇ ପକ୍ଷରୁ ଡଲାର ବିକ୍ରି କରିଥିଲେ।

ତେବେ ବର୍ତ୍ତମାନ ଇସ୍ରାଏଲ ଏବଂ ହାମସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି କାରଣରୁ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ୩ ପଇସା ହ୍ରାସ ପାଇବା ସହିତ ୮୩.୨୬ ସ୍ତରରେ ବନ୍ଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

ଏପ୍ରିଲ ୧ରୁ ବଢିବ ଏହି ସବୁ ଔଷଧର ମୂଲ୍ୟ: ପାରାସିଟାମଲଠାରୁ ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ….

ନୂଆଦିଲ୍ଲୀ,୨୬।୩: ୧ ଏପ୍ରିଲ, ୨୦୨୬ ଠାରୁ, ଯନ୍ତ୍ରଣା ନିବାରକ, ଆଣ୍ଟିବାୟୋଟିକ ଏବଂ ଜ୍ୱର ହ୍ରାସକାରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri