ଭୁବନେଶ୍ୱର,୨୭।୨: ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସମନ୍ବିତ ଇସ୍ପାତ ଏବଂ ଟିଏମ୍ଟି ବାର୍ ଉତ୍ପାଦନକାରୀ ରୁଙ୍ଗ୍ଟା ଷ୍ଟିଲ୍ ପକ୍ଷରୁ ଦିନିକିଆ କର୍ମଶାଳା ଓ ଡିଲର୍ସ ମିଟ୍ର ଆୟୋଜନ କରାଯାଇଥିଲା। ବିଶେଷକରି ପଶ୍ଚିମବଙ୍ଗର ପ୍ରମୁଖ ବିତରକ ଏସ୍ଭିଏନ୍ ଏଣ୍ଟରପ୍ରାଇଜେସ୍ର ମିଳିତ ସହଯୋଗରେ ଆସାନସୋଲ୍ର ପାନୋରମା ୱାଟର ପାର୍କଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏପରିକି ଉଭୟ ସଂସ୍ଥା ମଧ୍ୟରେ ଥିବା ସମ୍ପର୍କରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଦର୍ଶାଉଥିବାବେଳେ ସମ୍ପୃକ୍ତ ଅଞ୍ଚଳରେ ଡିଲରମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ରୁଙ୍ଗ୍ଟା ଷ୍ଟିଲ୍ର ଏଭିପି ତଥା ସେଲ୍ସ ଆଣ୍ଡ ମାର୍କେଟିଂ (ଟିଏମ୍ଟି ଆଣ୍ଡ ୱୟାର ରଡ୍) ମୁଖ୍ୟ ଅରବିନ୍ଦ କୁମାର କହିଛନ୍ତି, ଆମେ ନିୟମିତ ବ୍ୟବଧାନରେ ଆୟୋଜନ କରୁଥିବା ସମ୍ମିଳନୀକୁ ଉତ୍ସାହର ସହ ଅପେକ୍ଷା କରିଥାଉ,କାରଣ ତାହା ଆମକୁ ଆସାନସୋଲରେ ରୁଙ୍ଗ୍ଟା ଷ୍ଟିଲ୍ର ଉପସ୍ଥିତିକୁ ସୁଦୃଢ଼ କରିବା ଏବଂ ଆମର ଗୁରୁତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗ ବଜାରରେ ସମ୍ପ୍ରସାରଣ ପାଇଁ ମୂଲ୍ୟବାନ୍ ସୁଯୋଗ ପ୍ରଦାନ କରିଥିବା ବେଳେ ପାରସ୍ପରିକ ସଫଳତାକୁ ଆଗକୁ ବଢ଼ାଇବା ଲାଗି ଆମ ମୂଲ୍ୟବାନ୍ ସହଯୋଗୀଙ୍କ ସହ ମିଶି କାମ କରିବାର ସୁଯୋଗ ପ୍ରଦାନ କରିଛି। ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଡିଲର ଯୋଗଦେଇଥିଲେ, ଯେଉଁଥିରେ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ବିକାଶ ଓ ପାରସ୍ପରିକ ଅଭିବୃଦ୍ଧି ରଣନୀତି ଉପରେ ଆଲୋଚନା ପାଇଁ ଭାବର ଆଦାନପ୍ରଦାନ ହୋଇଥିଲା।
ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…
ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…
ନଦୀକୁ ଖସିଲା ବସ୍: ୨୪ ମୃତ, ଏବେ ବି ଅନେକ ନିଖୋଜ
ଢାକା,୨୬ା୩: ବାଂଲାଦେଶରେ ଏକ ବସ୍ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…
ବସଷ୍ଟାଣ୍ଡରେ OSRTC ବସ୍ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO
କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍ରେ ହଠାତ ନିଆଁ ଲାଗିଯିବା…
ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍
ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…
ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…
ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…
ଚକ୍ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ
ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…
ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…
କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…
ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍ର ଗଞ୍ଜେଇ ଜବତ, ମୂଲ୍ୟ…
ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…
Archives

