ରୁଙ୍ଗ୍‌ଟା ଷ୍ଟିଲ୍‌ର ଡିଲର୍ସ ମିଟ୍‌

ଭୁବନେଶ୍ୱର,୨୭।୨: ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସମନ୍ବିତ ଇସ୍ପାତ ଏବଂ ଟିଏମ୍‌ଟି ବାର୍‌ ଉତ୍ପାଦନକାରୀ ରୁଙ୍ଗ୍‌ଟା ଷ୍ଟିଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା ଓ ଡିଲର୍ସ ମିଟ୍‌ର ଆୟୋଜନ କରାଯାଇଥିଲା। ବିଶେଷକରି ପଶ୍ଚିମବଙ୍ଗର ପ୍ରମୁଖ ବିତରକ ଏସ୍‌ଭିଏନ୍‌ ଏଣ୍ଟରପ୍ରାଇଜେସ୍‌ର ମିଳିତ ସହଯୋଗରେ ଆସାନସୋଲ୍‌ର ପାନୋରମା ୱାଟର ପାର୍କଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏପରିକି ଉଭୟ ସଂସ୍ଥା ମଧ୍ୟରେ ଥିବା ସମ୍ପର୍କରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଦର୍ଶାଉଥିବାବେଳେ ସମ୍ପୃକ୍ତ ଅଞ୍ଚଳରେ ଡିଲରମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ରୁଙ୍ଗ୍‌ଟା ଷ୍ଟିଲ୍‌ର ଏଭିପି ତଥା ସେଲ୍ସ ଆଣ୍ଡ ମାର୍କେଟିଂ (ଟିଏମ୍‌ଟି ଆଣ୍ଡ ୱୟାର ରଡ୍‌) ମୁଖ୍ୟ ଅରବିନ୍ଦ କୁମାର କହିଛନ୍ତି, ଆମେ ନିୟମିତ ବ୍ୟବଧାନରେ ଆୟୋଜନ କରୁଥିବା ସମ୍ମିଳନୀକୁ ଉତ୍ସାହର ସହ ଅପେକ୍ଷା କରିଥାଉ,କାରଣ ତାହା ଆମକୁ ଆସାନସୋଲରେ ରୁଙ୍ଗ୍‌ଟା ଷ୍ଟିଲ୍‌ର ଉପସ୍ଥିତିକୁ ସୁଦୃଢ଼ କରିବା ଏବଂ ଆମର ଗୁରୁତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗ ବଜାରରେ ସମ୍ପ୍ରସାରଣ ପାଇଁ ମୂଲ୍ୟବାନ୍‌ ସୁଯୋଗ ପ୍ରଦାନ କରିଥିବା ବେଳେ ପାରସ୍ପରିକ ସଫଳତାକୁ ଆଗକୁ ବଢ଼ାଇବା ଲାଗି ଆମ ମୂଲ୍ୟବାନ୍‌ ସହଯୋଗୀଙ୍କ ସହ ମିଶି କାମ କରିବାର ସୁଯୋଗ ପ୍ରଦାନ କରିଛି। ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଡିଲର ଯୋଗଦେଇଥିଲେ, ଯେଉଁଥିରେ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ବିକାଶ ଓ ପାରସ୍ପରିକ ଅଭିବୃଦ୍ଧି ରଣନୀତି ଉପରେ ଆଲୋଚନା ପାଇଁ ଭାବର ଆଦାନପ୍ରଦାନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?