Categories: ବାଣିଜ୍ୟ

ରୁଙ୍ଗ୍‌ଟା ମାଇନ୍ସର ଓୟାର ରଡ୍‌ ମିଲ୍‌ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ମାଇନିଂ କମ୍ପାନୀ ‘ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ୍‌’ ପକ୍ଷରୁ ନିକଟରେ ଏକ ବଡ଼ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ଝାଡ଼ଖଣ୍ଡସ୍ଥିତ ଚାଲିୟାମା ଷ୍ଟିଲ୍‌ ପ୍ଲାଣ୍ଟରେ ରୁଙ୍ଗ୍‌ଟା ଷ୍ଟିଲ୍‌ ଓୟାର ରଡସ୍‌ ମିଲ୍‌ର କାର୍ଯ୍ୟକ୍ଷମ କରାଯାଇଥିବା ଜଣାପଡ଼ିଛି। ବିଶେଷକରି କମ୍ପାନୀର ଓୟାର ରଡ୍‌ ମିଲ୍‌କୁ କାର୍ଯ୍ୟକ୍ଷମ କରାଯାଇଥିବାରୁ ଉପତ୍ାଦ ପୋର୍ଟଫୋଲିଓର ବିସ୍ତାର କରିବା ଏବଂ ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାର ସମାଧାନ ପ୍ରଦାନ କରିବାରେ ଏହା ରୁଙ୍ଗ୍‌ଟା ମାଇନ୍ସ ପାଇଁ ବେଶ୍‌ ସହାୟକ ହେବ। ସେହିଭଳି ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ୍‌ର ଓୟାର ରଡ୍‌ ସର୍ବଭାରତୀୟସ୍ତରରେ ଉପଲବ୍ଧ ହେବ। କେବଳ ଓୟାର ରଡ୍‌ ବିକ୍ରେତା ନୁହେଁ ବରଂ ଚୂଡ଼ାନ୍ତ ବ୍ୟବହାରକାରୀମାନଙ୍କ ଲାଗି ମଧ୍ୟ ଓୟାର ରଡ୍‌ ବିକ୍ରି ସୁବିଧା ଉପଲବ୍ଧ ହେବ। ସେହିପରି ରୁଙ୍ଗ୍‌ଟା ଓୟାର ରଡ୍‌ ବେଶ୍‌ ଉଜ୍ଜ୍ୱଳ ଏବଂ ଏକ କଏଲ୍‌ ବଣ୍ଡଲ ପ୍ୟାକେଜିଂରେ ତାହା ଆସୁଛି। ଏହା ସହିତ ଏହି ରଡ୍‌ଗୁଡ଼ିକର ଏକ ହଟ୍‌ ଚାର୍ଜିଂ ପ୍ଲାଣ୍ଟ ସହ ଏଲ୍‌ଆର୍‌ଏଫ୍‌ ଏବଂ ଇଣ୍ଡକ୍ସନ୍‌ ଫର୍ନାସ୍‌ ପାଇଁ ମଧ୍ୟ ବିକଳ୍ପ ରୁଟ୍‌ ରହିଛି। ରୁଙ୍ଗ୍‌ଟା ଷ୍ଟିଲ୍‌ ଓୟାର ରଡ୍‌ ପକ୍ଷରୁ ଏଚ୍‌ବି ଓୟାର ଶିଳ୍ପ, କେବୁଲ ଶିଳ୍ପ, ଇଲେକ୍ଟ୍ରୋଡ୍‌ ନିର୍ମାତା, ସ୍ବତନ୍ତ୍ର ମାନର ଚୂଡ଼ାନ୍ତ ବ୍ୟବହାରକାରୀଙ୍କୁ ଓୟାର ରଡ୍‌ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଉକ୍ତ ରଡ୍‌ଗୁଡ଼ିକୁ ଫାଷ୍ଟେନର ଶିଳ୍ପ ଏବଂ ଓୟାର ଡ୍ରଇଂ, ବାଇଣ୍ଡିଂ ଓୟାର, ବାର୍ବେଡ୍‌ ଓୟାର ଆଦି ପାଇଁ ବ୍ୟବହାର କରାଯାଇପାରିବ।

Share