ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର ବିଭିନ୍ନ ସ୍ଥାନ ସମେତ ଭଦ୍ରକ ଓ ଯାଜପୁର ଜିଲା ଏବଂ ଗାନ୍ଧି ଛକରୁ ଜିଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ସମେତ ମୟୂରଭଞ୍ଜ ଜିଲାକୁ ବିପୁଳ ପରିମାଣର ଦେଶୀ ମଦ ଚୋରା ଚାଲାଣ ହେଉଛି। ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ଅବକାରୀ ବିଭାଗ ପକ୍ଷରୁ ମାରାଥନ ଚଢାଉ ଆରମ୍ଭ ହୋଇଛି।
ଦେଶୀ ମଦ ପିଇ ଲୋକେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ସେମାନଙ୍କ ପରିବାର ନଷ୍ଟ ହୋଇଯାଉଛି। ଏହାକୁ ରୋକିବା ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ମଦ ବ୍ୟବସାୟ ବନ୍ଦ ପାଇଁ ଆନ୍ଦୋଳନ କରିଆସୁଛନ୍ତି। ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏକାଠି ହୋଇ ମଦ କାରବାର ବନ୍ଦ ଲାଗି ଥାନା, କୋର୍ଟ, କଚେରୀରେ ମାମଲାରେ ଲଢ଼େଇ ଜାରି ରଖିଛନ୍ତି। ଜିଲା ଅବକାରୀ ବିଭାଗ ପକ୍ଷରୁ ଗତ ବୁଧବାର ଗାନ୍ଧୀ ଛକସ୍ଥିତ ହୋଟେଲ ବସୁନ୍ଧରାରେ ଅତର୍କିତ ଚଢ଼ାଉ କରାଯାଇଥିଲା। ସେଠାରୁ ୧୫ଶହ ଲିଟର ଦେଶୀମଦ, ୮ଟି ବାଇକ୍‌, ନଗଦ ୮ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ୧୦ଜଣଙ୍କୁ ଗିରଫ କରାଯାଇଥିଲା। ଘଟଣାସ୍ଥଳରୁ ୩ଜଣ ଖସି ପଳାଇଥିଲେ। ପୁଣି ଗୁରୁବାର ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ପ୍ରକାଶ ମିଶ୍ରଙ୍କ ଉପସ୍ଥିତିରେ ୫୦ରୁ ଊର୍ଦ୍ଧ୍ୱ ପୋଲିସ ଓ ଅବକାରୀ କର୍ମଚାରୀ ମିଳିତ ଭାବେ ମଦ ବ୍ୟବସାୟୀ କୁଡ଼ିଆ ଗ୍ରାମର ପ୍ରତାପ ମହାପାତ୍ର ଓ ଭାଇ ପ୍ରହଲ୍ଲାଦ ମହାପାତ୍ରଙ୍କ ଘରେ ଚଢ଼ାଉ କରିଥିଲେ। ଘରେ କେହି ନ ଥିବା ବେଳେ ପୋଲିସ ଘର କବାଟ ଭାଙ୍ଗି ଭିତରେ ପଶି ଛାନଭିନ୍‌ କରିଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି। ଏନେଇ ଜିଲା ଅବକାରୀ ଥାନାରେ ମାମଲା (ନଂ.୪୧୭/୨୦୨୪) ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଚଢ଼ାଉରେ ଜିଲା ଅବକାରୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସିଏଚ୍‌ ତିରୁପତି, ବସ୍ତା ଥାନା ଆଇଆଇସି ଗୋବିନ୍ଦ ଚନ୍ଦ୍ର ବେହେରା, ମୋବାଇଲ ଆଇଆଇସି ସଞ୍ଜିତ ବାଲା, ନୀଳଗିରି ଅବକାରୀ ଥାନା ଇନ୍ସପେକ୍ଟର କେଶବ ଦାସ ଓ ସଦର ଅବକାରୀ ଥାନା ଇନ୍ସପେକ୍ଟର ଦୀପ୍ତିମୟୀ ସାହୁ ସାମିଲ ଥିଲେ। ସେହିପରି ଗତ କିଛିଦିନ ପୂର୍ବରୁ ପୁରୁଣାବାଲେଶ୍ୱର ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୭୦ହଜାର ଲିଟର ମହୁଲ ପୋଚ, ୧୨ ହଜାର ଲିଟର ଦେଶୀ ମଦ ଏବଂ ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇ ୨ଜଣଙ୍କୁ ଗିରଫ କରାଯାଇଥିଲା। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ୧୦ଟି ମାମଲା ରୁଜୁ କରାଯାଇଥିଲା।
ଜିଲା ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ସୁଶାନ୍ତ କୁମାର ପାଢ଼ୀ କହନ୍ତି, ଚୋରା ଦେଶୀ ମଦ କାରବାର ରୋକିବା ପାଇଁ ଭିନ୍ନ ଭିନ୍ନ ସମୟରେ ଚଢ଼ାଇ ଜାରି ରହିଛି। ନିର୍ବାଚନ ପାଇଁ ଜିଲାରେ ଏକ ସ୍କ୍ବାଡ୍‌ ଗଠନ କରାଯାଇ ପୂର୍ବ ପ୍ରସ୍ତୁତି ଅନୁସାରେ ଚିହ୍ନଟ କରାଯାଇଥିବା ଅଞ୍ଚଳଗୁଡ଼ିକରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଓ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ ମାମଲା ରୁଜୁ କରାଯାଉଛି। ଆସନ୍ତା ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri