ରଙ୍ଗିନ ରାତି ପାଇଁ ନିୟମ ଫୁ’

ଭୁବନେଶ୍ୱର,୧୬।୧୦(ସତ୍ୟଜିତ୍‌ ରାଉତ): କମିଶନରେଟ ପୋଲିସର କଡ଼ା ନିୟମ, ହେଲେ ଢିଲା ପାଳନ। ବାରମ୍ବାର ଚଢ଼ାଉ ଚାଲୁଛି, କିନ୍ତୁ ସବୁ ନିୟମ ଭାଙ୍ଗି ରାତି ସେମିତି ରଙ୍ଗିନ ହେଉଛି। ରାଜଧାନୀରେ ଥିବା ବାର୍‌, ନାଇଟ୍‌ କ୍ଲବ୍‌ ଓ ଡ୍ୟାନ୍ସବାର୍‌ଗୁଡ଼ିକ ବିଳମ୍ବିତ ରାତି ଯାଏ ଖୋଲା ରହୁଥିବାବେଳେ ମାଲିକମାନେ ସବୁ ନିୟମକୁ ଫୁ’ କରି ଉଡାଇ ଦେଉଛନ୍ତି। ରେଜିଷ୍ଟରକୁ ଠିକ୍‌ ଭାବେ ପରିଚାଳନା ନ କରି ନାନା ବେଆଇନ କାର୍ଯ୍ୟ ଚଳାଉଛନ୍ତି। ବେଆଇନ ଭାବେ ନାବାଳିକାଙ୍କୁ ନଚାଉଥିବାବେଳେ ମଦ ଓ ନିଷିଦ୍ଧ ନିଶା ସେବନ କରି ଗ୍ରାହକମାନେ ମତୁଆଲା ହେଉଛନ୍ତି। ଟଙ୍କା ଉଡାଇବା ସହ ନାନା ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ପୋଲିସ ଓ ଅବକାରୀ ବିଭାଗ କେବଳ ଚଢ଼ାଉ, ନୋଟିସ କରି ଭେଳିକି କରୁଥିବାରୁ ସହରର ରାତି ଅସୁରକ୍ଷିତ ହୋଇପଡୁଛି। ଏବେ ପାର୍ବଣକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ତତ୍ପରତା ଦେଖାଉଥିବା ଭଳି ସହରବାସୀ ମନେ କରୁଛନ୍ତି। ‘ସେଫ୍‌ ସିଟି ଡ୍ରାଇଭ୍‌’ ଜରିଆରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଶନିବାର ବିଳମ୍ବିତ ରାତିରେ କଟକ ରୋଡ୍‌, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଅଞ୍ଚଳରେ ଥିବା ନାଇଟ୍‌ କ୍ଲବ୍‌, ଡ୍ୟାନ୍ସ ବାର୍‌ଗୁଡ଼ିକ ଉପରେ ଚଢ଼ାଉ କରିଛି। ଏହି ସମୟରେ କିଛି ବାର୍‌ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଜଣାପଡ଼ିଥିଲା। ଚନ୍ଦ୍ରଶେଖରପୁରସ୍ଥିତ ଏମ୍ବାସି, ବିବିଆଇ, ମିଡିଲ୍‌ଟନ୍‌ ରାତି ପ୍ରାୟ ୨ଟା ୩୦ ପର୍ଯ୍ୟନ୍ତ ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ସେହିପରି କଟକ ରୋଡସ୍ଥିତ ପେଣ୍ଟାଗନ୍‌ ବାର୍‌ ମଧ୍ୟ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଖୋଲା ରହିଥିବାବେଳେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଏଭଳି ନିୟମ ଭଙ୍ଗ ନ କରିବାକୁ ଏସବୁ ବାର୍‌କୁ ପୋଲିସ ପକ୍ଷରୁ ତାଗିଦ୍‌ କରିଦିଆଯାଇଛି।
ନିୟମ ଭଙ୍ଗ କରିଥିବା କଟକ ରୋଡସ୍ଥିତ ୫ଟି ଡ୍ୟାନ୍ସ ବାର୍‌କୁ ଅବକାରୀ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ସେଗୁଡ଼ିକ ହେଲା ପେଣ୍ଟାଗନ୍‌, ଆଲିଶାନ୍‌, ମହାନ୍ତି, ଏକାମ୍ର ଓ ଦୀପାଳି ଡ୍ୟାନ୍ସ ବାର୍‌। ଏନେଇ ଭୁବନେଶ୍ୱର ଅବକାରୀ ଇନ୍‌ସ୍ପେକ୍ଚର ବିକାଶ ନାୟକ କହିଛନ୍ତି, ନିୟମ ଭଙ୍ଗ ନ ହେବା ପାଇଁ ନିୟମିତ ବାର୍‌ଗୁଡ଼ିକୁ ଯାଞ୍ଚ କରାଯାଉଛି। ୮ଟି ଟିମ୍‌ ଗଠନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଯାଞ୍ଚବେଳେ ୫ଟି ଡ୍ୟାନ୍ସ ବାର୍‌ ନିୟମ ଭଙ୍ଗ କରିଥିବା ଜଣାପଡ଼ିବାରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଉକ୍ତ ବାର୍‌ଗୁଡ଼ିକ ରେଜିଷ୍ଟର୍‌ ପରିଚାଳନା ଠିକ୍‌ ଭାବେ କରୁ ନ ଥିଲେ। କିଛି ସ୍ଥାନରେ ନକଲି ନୋଟ୍‌ ଉଡ଼ୁଥିବା ଦେଖିବାକୁ ମିଳିଥିଲା ବୋଲି ସେ କହିଛନ୍ତି।
ବାର୍‌ରେ ନାବାଳିକାଙ୍କୁ ଡ୍ୟାନ୍ସର ଭାବେ ନିୟୋଜିତ କରାଇ ନିୟମ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ଆସିବା ପରେ ଗତ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଅବକାରୀ ବିଭାଗ ପକ୍ଷରୁ କଟକ ରୋଡସ୍ଥିତ ୮ଟି ଡ୍ୟାନ୍ସ ବାର୍‌ରେ ମଧ୍ୟ ଚଢ଼ାଉ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri