Categories: ବାଣିଜ୍ୟ

ଜିଏସ୍‌ଟିଦାତାଙ୍କ ଲାଗି ନିୟମ କୋହଳ

ନୂଆଦିଲ୍ଲୀ,୫।୪: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ତ୍ରୈମାସିକ ରିଟର୍ନ ଫାଇଲିଂ ଏବଂ ମାସିକ ଟିକସ ପ୍ରଦାନ (କ୍ୟୁଆର୍‌ଏମ୍‌ପି) ଯୋଜନାରେ ସରକାର ଟିକସ ଦାତାଙ୍କ ଲାଗି ନିୟମକୁ ପୁଣି କୋହଳ କରିଛନ୍ତି। ଟିକସଦାତାମାନେ ସେମାନଙ୍କ ସାମଗ୍ରୀ ଓ ସେବାର ପରିବହନ ସଂକ୍ରାନ୍ତ ଇନଭଏସକୁ ତ୍ରୈମାସ ରିଟର୍ନ ଫାଇଲ ବେଳେ ସେହି ତ୍ରୈମାସର ଶେଷ ମାସରେ କରିପାରିବେ। ଏ ନେଇ ସାମଗ୍ରୀ ଓ ସେବା ନେଟଓ୍ବର୍କ(ଜିଏସ୍‌ଟିଏନ୍‌) ପକ୍ଷରୁ ଏକ ଆଡ୍‌ଭାଇଜରୀ ଜାରି କରାଯାଇଛି।

Share