ନିୟମ ମାନୁନାହାନ୍ତି ବହୁତଳ ଅଟ୍ଟାଳିକା

ଭୁବନେଶ୍ୱର, ୮ା୬(ବ୍ୟୁରୋ): ରାଜ୍ୟର ସହରାଞ୍ଚଳରେ ଗଢ଼ି ଉଠୁଛି ମାଳ ମାଳ ବହୁତଳ ଅଟ୍ଟାଳିକା। ସେଥିରୁ ଅଧିକାଂଶ ଆପାର୍ଟମେଣ୍ଟ ଆଇନକାନୁନକୁ ନ ମାନି ପରିବେଶ ପାଇଁ ଘାତକ ସାଜୁଛନ୍ତି। ଆପାର୍ଟମେଣ୍ଟରୁ ବାହାରୁଥିବା ବର୍ଜ୍ୟବସ୍ତୁ, ବର୍ଜ୍ୟଜଳ ଓ ପାଇଖାନା ପାଣି ବିପଜ୍ଜନକ ହେଉଛି। ବହୁତଳ ଅଟ୍ଟାଳିକା ପାଇଁ ଅନୁମତି ଦେଉଥିବା ଡେଭଲପମେଣ୍ଟ ଅଥରଟି (ଉନ୍ନୟନ କର୍ତ୍ତୃପକ୍ଷ), ପରିବେଶ ସୁରକ୍ଷା ଦାୟିତ୍ୱରେ ଥିବା ରାଜ୍ୟ କିମ୍ବା କେନ୍ଦ୍ରୀୟ ସଂସ୍ଥା ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଫଳରେ ଆପାର୍ଟମେଣ୍ଟରୁ ବାହାରୁଥିବା ବର୍ଜ୍ୟଜଳ ଭୂତଳ ଜଳକୁ ମଧ୍ୟ ପ୍ରଭାବିତ କଲାଣି। ଗୃହ ନିର୍ମାଣ ପ୍ଲାନ୍‌ ଅନୁମୋଦନ ପୂର୍ବରୁ ବିଲ୍‌ଡିଂ ରେଗୁଲେଶନକୁ ଏଡ଼େଇ ଭିତିରିଆ ଅନୁମତି ଦିଆଯାଉଥିବା ଅନେକ ସମୟରେ ଅଭିଯୋଗ ହେଉଛିି। ତେବେ ଯାହା କିଛି ସର୍ତ୍ତ ରଖାଯାଉଛି ତାହାକୁ ଗୃହ ନିର୍ମାଣ ସଂସ୍ଥା ଅଣଦେଖା କରୁଛନ୍ତି। ଫଳରେ ପରିବେଶ ପ୍ରତିି ଏହା ବିପଜ୍ଜନକ ହେବା ସହ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି। ଏଥିଯୋଗୁ ପାନୀୟଜଳ ମଧ୍ୟ ଅସୁରକ୍ଷିତ ହୋଇପଡିଛି। ବର୍ଜ୍ୟ ଜଳକୁ ଏଣେ ତେଣେ ଛାଡ଼ିବା, ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଏସ୍‌ଟିପି) କାର୍ଯ୍ୟକାରୀ ନ କରିବା, ସୌରଶକ୍ତି ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନ କରିବା, ବର୍ଷା ଜଳ ସଂରକ୍ଷଣ ଆଦି ଉପରେ ଆଦୌ ଗୁରୁତ୍ୱ ନ ଦେବା ଘଟଣାରେ ଗ୍ରୀନ୍‌ ଟ୍ରିବ୍ୟୁନାଲ କ୍ଷୁବ୍ଧ ହୋଇଛନ୍ତି। ରାଜଧାନୀରେ ଥିବା ଏକ ପ୍ରତିଷ୍ଠିତ ଆପାର୍ଟମେଣ୍ଟରେ ଏଭଳି ଅବହେଳାକୁ ନେଇ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏନ୍‌ଜିଟି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଷ୍ଟେଟ୍‌ ଏନ୍‌ଭାଇରନମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି, କେନ୍ଦ୍ରୀୟ ଭୂତଳ ଜଳ କର୍ତ୍ତୃପକ୍ଷ, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡକୁ କଡ଼ା ଭର୍ତ୍ସନା କରିଛନ୍ତି। ଆପାର୍ଟମେଣ୍ଟଗୁଡ଼ିକ ପରିବେଶ ପାଳନ ନିୟମକୁ କିପରି କାର୍ଯ୍ୟକାରୀ କରୁଛନ୍ତି ସେସବୁକୁ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଏନ୍‌ଜିଟି ଗତ ୧ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନାନୁଯାୟୀ ରାଜ୍ୟରେ ଛୋଟ ବଡ଼ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଆପାର୍ଟମେଣ୍ଟ ରହିଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ଅନୁଯାୟୀ ଆପାର୍ଟମେଣ୍ଟରେ ବହୁ ସଂଖ୍ୟାରେ ଲୋକ ବସବାସ କରୁଥିବାରୁ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ସ୍ଥାପନ କରିବା ବାଧ୍ୟତାମୂଳକ। ଏଥିପାଇଁ ଷ୍ଟେଟ୍‌ ଏନ୍‌ଭାଇରନମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ଏନ୍‌ଓସି ଆଣିବାକୁ ହେବ। ଏସ୍‌ଟିପି ପାଇଁ ଏରିଏଶନ ଟ୍ୟାଙ୍କ, ମେବ୍ରେନ୍‌ ଟ୍ୟାଙ୍କ୍‌, ଆନୋକ୍ସି ଟ୍ୟାଙ୍କ, ସ୍ଲଜ ହୋଲ୍‌ଡିଂ ଟ୍ୟାଙ୍କ ଓ ଶେଷରେ ବର୍ଜ୍ୟ ବିଶୋଧନ ଜଳ ଟ୍ୟାଙ୍କ ସ୍ଥାପନ କରାଯିବ, ଆଧୁନିକ ଜ୍ଞନକୌଶଳ ଉପଯୋଗ କରି ସ୍ବେରେଜ ଜଳକୁ ବିଶୋଧନ କରାଯିବ, ଯାହାକି ଭୂତଳ କିମ୍ବା ଭୂପୃଷ୍ଠ ଜଳକୁ ଏହା ପ୍ରଭାବିତ କରିବ ନାହିଁ। ମାତ୍ର ଏହି ଗାଇଡ୍‌ଲାଇନକୁ ପାଳନ କରାଯାଉ ନାହିଁ। ଏପରି କି ଆପାର୍ଟମେଣ୍ଟ ଆସୋସିଏଶନ ମଧ୍ୟ ଏହାକୁ ସେତେଟା ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଅନେକ ଆପାର୍ଟମେଣ୍ଟ ନାମକୁମାତ୍ର ଏସ୍‌ଟିପି କରିଥିଲେ ମଧ୍ୟ ପାଇଖାନାର ସମସ୍ତ ବର୍ଜ୍ୟ ବିନା ବିଶୋଧନରେ ଭୂଗର୍ଭସ୍ଥ ଜଳରେ ମିଶୁଛି। ଆପାର୍ଟମେଣ୍ଟଗୁଡ଼ିକରେ ସ୍ବେରେଜ ଲାଇନ ନ ଥିବାରୁ ବର୍ଜ୍ୟଜଳକୁ ବାହାରକୁ କିମ୍ବା ଭୂଗର୍ଭକୁ ଛାଡ଼ି ଦିଆଯାଉଛି। ଫଳରେ ସମଗ୍ର ଭୂତଳ ଜଳ ବିଷାକ୍ତ ହେବାରେ ଲାଗିଛି। ସମାଜସେବୀ ତଥା ରେରା ଆକ୍ଟିଭିଷ୍ଟ ବିମଳେନ୍ଦୁ ପ୍ରଧାନ କହିଛନ୍ତି, ରାଜ୍ୟରେ ଥିବା ଆପାର୍ଟମେଣ୍ଟ ମଧ୍ୟରୁ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ପରିବେଶ ନିୟମ ଉଲ୍ଲଂଘନ କରୁଛନ୍ତି। ମାରାତ୍ମକ ସ୍ବେରେଜ ପାଣିକୁ ଟ୍ରିଟ୍‌ମେଣ୍ଟ କରାଯାଉନାହିଁ। ବର୍ଜ୍ୟଜଳକୁ ଖୋଲା ଛାଡ଼ି ଦିଆଯାଉଛି। କେହି ଏହା ଉପରେ ଦୃଷ୍ଟି ଦେଉନାହାନ୍ତି। ଫଳରେ ବେଳକୁ ବେଳ ପରିବେଶ ବିଷାକ୍ତ ହେବାରେ ଲାଗିଛି। ଆଇନ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର।
ବିଏମ୍‌ସି ଡେପୁଟି କମିଶନର ମନୋରଞ୍ଜନ ସାହୁ କହିଛନ୍ତି, ଆପାର୍ଟମେଣ୍ଟ ସ୍ବେରେଜ ଦେଖିବା କାମ ଓ୍ବାଟ୍‌କୋର। ବିଏମ୍‌ସିର ଏଥିରେ କିଛି ଭୂମିକା ନାହିଁ। ରାଜ୍ୟ ପରିବେଶ ନିର୍ଦ୍ଦେଶକ କେ. ମୁରୁଗେସେନ କହିଛନ୍ତି , ଆସନ୍ତା ସପ୍ତାହରୁ ଆପାର୍ଟମେଣ୍ଟଗୁଡ଼ିକରେ ପରିବେଶ ନିୟମ ପାଳନ ହେଉଛି କି ନାହିଁ ତାହା ମିଳିତ ଟିମ୍‌ ଜରିଆରେ ତଦାରଖ କରାଯିବ। ଆଇନ ଖିଲାପ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri