Posted inଖେଳ

ରୁଡ୍‌ଙ୍କୁ ପ୍ରଥମ ମାଷ୍ଟର୍ସ ଟାଇଟଲ

ମାଡ୍ରିଡ୍‌, ୫ା୫: କାସ୍ପର ରୁଡ୍‌ ମାଡ୍ରିଡ୍‌ ଓପନ ଫାଇନାଲ ଜିତିଛନ୍ତି। ସେ ଜ୍ୟାକ୍‌ ଡ୍ରାପରଙ୍କୁ ୭-୫, ୩-୬, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ଏଥିସହିତ ସେ ନରଓ୍ବେର ପ୍ରଥମ ଖେଳାଳି ହିସାବରେ ମାଷ୍ଟର୍ସ ୧,୦୦୦ ଟାଇଟଲ ହାସଲ କରିଛନ୍ତି।

୧୫ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ୨୬ ବର୍ଷୀୟ ରୁଡ୍‌ ସୋମବାର ପ୍ରକାଶିତ ସଦ୍ୟତମ ର଼୍ୟାଙ୍କିଙ୍ଗ ତାଲିକାରେ ଟପ୍‌ ୧୦ରେ ପ୍ରବେଶ କରିବା ସହ ୭ମ ସ୍ଥାନ ଅଧିକାର କରି ନେଇଛନ୍ତି। ୧୯୯୦ରେ ମାଷ୍ଟର୍ସ ସିରିଜର ପ୍ରଚଳନ ହେବାପରଠାରୁ ୧୩ ଥର ଟୁର୍‌ ଚାମ୍ପିୟନ ନରଓ୍ବେର ପ୍ରଥମ ଖେଳାଳି ଭାବେ ଏକ ମାଷ୍ଟର୍ସ ୧୦୦୦ ଟ୍ରଫି ହାସଲ କରିଥିବା ଏଟିପି କହିଛି।

ଗତବର୍ଷ ମଣ୍ଟେ କାର୍ଲୋଠାରେ ଷ୍ଟିଫାନସ ସିତ୍‌ସିପାସ ଏବଂ ୨୦୨୨ରେ ମାୟାମିରେ କାର୍ଲୋସ ଅଲ୍‌କରାଜଙ୍କ ପରେ ରୁଡ୍‌ଙ୍କର ଏହାଥିଲା ତୃତୀୟ ଫାଇନାଲ। ଆହୁରି ମଧ୍ୟ ୨୦୨୦ ଆରମ୍ଭରୁ ଅନ୍ୟ ଯେକୌଣସି ଖେଳାଳିଙ୍କ ତୁଳନାରେ ରୁଡ୍‌ ସବୁଠାରୁ ଅଧିକ ୧୨ଟି କ୍ଲେ ଟାଇଟଲ ହାସଲ କରିଛନ୍ତି। ଡ୍ରାପର ମାର୍ଚ୍ଚରେ ଇଣ୍ଡିଆନ ଓ୍ବେଲ୍ସ ଚାମ୍ପିୟନ ହୋଇଥିଲେ। ମାଡ୍ରିଡ୍‌ରେ କ୍ୱାର୍ଟରଫାଇନାଲ ଜିତିବା ପରେ ର଼୍ୟାଙ୍କିଙ୍ଗ ତାଲିକାର ୫ମ ସ୍ଥାନ ଅଧିକାର କରିନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri