ମିଶନଶକ୍ତି ପାଇଁ ବିଧାନସଭାରେ ମୁହାଁମୁହିଁ, ଗୃହରେ ନବୀନଙ୍କ ଉପରେ ରାଗିଗଲେ ସୋଫିଆ, ଆଉ ତା’ପରେ…

ଭୁବନେଶ୍ୱର,୧୦।୧୨: ରାଜ୍ୟ ରାଜନୀତିରେ ଲାଗିଛି ନିଆଁ। ବକେୟା ଦରମା ସହ ଅନ୍ୟାନ୍ୟ ୯ ଦାବି ନେଇ ହଜାର ହଜାର ମିଶନଶକ୍ତି ମହିଳା ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଲୋୟର ପିଏମଜିର ଗାନ୍ଧୀମାର୍ଗରେ ସେମାନେ ଧାରଣାରେ ବସିଛନ୍ତି। ଏହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଯାହାକୁ ନେଇ ରାଜନୀତି ଜୋର ଧରିଛି।

ନବୀନ କହିଛନ୍ତି, ଭାଜପା ସରକାର ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି। ଏହାକୁ ବିଜେଡି ଦୃଢ ନିନ୍ଦା କରୁଛି। ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି। ବିଜେଡି ସବୁବେଳେ ମିଶନ ଶକ୍ତି ସହ ରହିଛି ବୋଲି ନବୀନ କହିଛନ୍ତି।

ନବୀନଙ୍କ ଏଭଳି ପ୍ରତିକ୍ରିୟା ପରେ ଚିହିଁକି ଉଠିଛି ଭାଜପା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି, ଭାଜପା ସରକାର ମହିଳାଙ୍କ ସ୍ବାର୍ଥକୁ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ବିଶେଷ କରି ରାଜ୍ୟରେ ମିଶନଶକ୍ତି ମହିଳାଙ୍କ ସ୍ବାର୍ଥ ଓ ଦାବିକୁ ନେଇ ଆଲୋଚନା ହୋଇଛି। ଯାହା ସେମାନଙ୍କ ହିତରେ ତାକୁ ନିଶ୍ଚିତଭାବେ ବିଚାର କରିବେ ସରକାର। ତେଣୁ କାହାରି କଥାରେ ବିଭ୍ରାନ୍ତ ନହୋଇ ରାସ୍ତାରେ ଗଡିବା ଦରକାର ନାହିଁ। ଧେର୍ଯ୍ୟ ଧରନ୍ତୁ ବୋଲି ଆନ୍ଦୋଳନରତ ମହିଳାଙ୍କୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ଅନ୍ୟପକ୍ଷେ ମିଶନଶକ୍ତି ମହିଳାଙ୍କ ଧାରଣାରେ ବିଜେଡି ସହ କଂଗ୍ରେସ ମଧ୍ୟ ସାମିଲ ହୋଇଛି। ହେଲେ ନବୀନଙ୍କ ଏହି ବୟାନ ପରେ କଂଗ୍ରେସ ମଧ୍ୟ ନବୀନଙ୍କୁ ଟାର୍ଗେଟ କରିଛି। ସୋଫିଆ କହିଛନ୍ତି, ଦୁଃଖ ଓ ଲଜ୍ଜାର ବିଷୟ ଯେ ମହିଳା ଆଜି ରାଜ ରାସ୍ତାରେ । ୨୪ ବର୍ଷ ଧରି ମିଶନ ଶକ୍ତି ନାଁ ବ୍ୟବହାର କରି ମହିଳାଙ୍କୁ ଭୋଟବ୍ୟାଙ୍କ ଭାବେ ଲଗାଉଥିଲେ । ମୋ ନିର୍ବାଚନମଣ୍ଡଳୀରେ ମଧ୍ୟ ମହିଳାଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରାଯାଇଥିଲା। ଏଥିପାଇଁ ମହିଳାମାନେ ଭୁଲିଯାଇଥିଲେ ସଶକ୍ତିକରଣ କଥା । ପୂର୍ବ ସରକାରର ଭୁଲ ପାଇଁ ଆଜି ମହିଳାମାନଙ୍କର ଏପରି ଅବସ୍ଥା । ମିଶନ ଶକ୍ତି ମହିଳାଙ୍କ ଦରମା ନେଇ କଣ ପାଇଁ ଚୁକ୍ତି ରେନ୍ୟୁ କରିନଥିଲେ ବିଜେଡି ସରକାର ବୋଲି ପ୍ରଶ୍ନ କରିଛନ୍ତି ସୋଫିଆ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ୫ କୁଇଣ୍ଟାଲ ଗଞ୍ଜେଇ: ଜଣେ ଗିରଫ

ମୋହନା,୨୨।୨( ମନ୍ମଥ ମିଶ୍ର ): ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପିଲିପାଯୁ…

ବିବାହ ପଞ୍ଜୀକରଣ ପୂର୍ବରୁ ମା’ବାପାଙ୍କୁ ଜଣାଇବେ ପିଲା

ଗାନ୍ଧୀନଗର,୨୨।୨: ବିବାହ ପଞ୍ଜୀକରଣ ପୂର୍ବରୁ ଦମ୍ପତି ସେମାନଙ୍କ ମା’ବାପାଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ। ଗୁଜରାଟ ସରକାର ବିବାହ ପଞ୍ଜୀକରଣ ନିୟମାବଳୀରେ ସଂଶୋଧନ ପାଇଁ ବିଧାନସଭାରେ ଶୁକ୍ରବାର ପ୍ରସ୍ତାବ…

ବର୍ଷାରେ ଭିଜିବ ଉପକୂଳ ଓଡିଶା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ…

ଭୁବନେଶ୍ୱର, ୨୨।୨: ବଦଳିପାରେ ରାଜ୍ୟର ପାଣିପାଗ। ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଲଘୁଚାପ ସୃଷ୍ଟି…

ଘରେ କେହି ନଥିବା ବେଳେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର, ପରିବାର ଲୋକେ ଆସିବାରୁ….

ଦେବଗଡ,୨୨।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳପୁର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ତେବେ ଦେବଗଡ ଥାନା ପୋଲିସ ଶନିବାର ଜଣେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ଯୌନ ନିର୍ଯାତନା: ଅଭିମୁକ୍ତେଶ୍ୱରାନନ୍ଦଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୨।୨: ଉତ୍ତରାଖଣ୍ଡ ବଦ୍ରିନାଥସ୍ଥିତ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଶିଶୁ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିବାକୁ ଆହ୍ଲାବାଦସ୍ଥିତ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଶନିବାର ନିର୍ଦ୍ଦେଶ…

ବର୍ଡରରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍‌, ସକାଳୁ ସକାଳୁ ଥରିଲା…

ଇସଲାମବାଦ,୨୨।୨: ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍‌। ଆଫଗାନିସ୍ତାନରେ ପାକିସ୍ତାନ ବଡ଼ ଷ୍ଟ୍ରାଇକ୍‌ କରିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକତିକା ପ୍ରଦେଶର…

ଜଳିଗଲା ବଡ଼ପଡ଼ିଆ ପରିବା ମାର୍କେଟ୍, ୬୫ ରୁ ଅଧିକ ଦୋକାନ ପୋଡ଼ି ପାଉଁଶ

ପାରାଦୀପ,୨୨।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ୬୫ ରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri