ଦାରିଙ୍ଗବାଡ଼ି,୯ା୮(ଅରୁଣ ସାହୁ): ଭଉଣୀ-ଭାଇଙ୍କ ପବିତ୍ର ବନ୍ଧନର ସାକ୍ଷୀ ହେଉଛି ରାଖୀ। ଶନିବାର ରକ୍ଷାବନ୍ଧନ ପାଇଁ ଚାରିଆଡ଼େ ଉତ୍ସବମୁଖର ହୋଇଥିବା ବେଳେ ଏଥିରୁ ବାଦ୍ ପଡ଼ିନାହିଁ ଦାରିଙ୍ଗବାଡ଼ି। ଏହି ଅଞ୍ଚଳରେ ଏହି ପବିତ୍ର ବନ୍ଧନ କାର୍ଯ୍ୟକ୍ରମକୁ ଧୂମ୍ଧାମରେ ପାଳନ କରାଯାଇଛି। ଦାରିଙ୍ଗବାଡ଼ି ଶିଶୁ ବିଦ୍ୟାମନ୍ଦିର ପରିସରରେ ଏହି ଦିବସ କୁନିକୁନି ଶିଶୁଙ୍କୁ ନେଇ ପାଳନ କରାଯାଇଛି। ଏଥିରେ ବିଦ୍ୟାମନ୍ଦିରର ଗୁରୁମା ଗୁରୁଜୀ କମିଟିର ସଦସ୍ୟମାନେ ଯୋଗଦାନ କରି ପାରମ୍ପରିକ ଭାବେ ଏହି ଦିବସ ପାଳନ କରାଯାଇଛି।
ସେହିପରି ସ୍ବୟଂ ସେବକ ସଂଘ ପକ୍ଷରୁ ଏହି ପବିତ୍ର ରକ୍ଷାବନ୍ଧନରେ ଭାଇଚାରାର ବାର୍ତ୍ତା ବଣ୍ଟନ କରାଯାଇଛି। ଏହି ଅବସରରେ ଭାଇ ଭାଇ ହାତରେ ରଖି ବାନ୍ଧି ଭାଇଚାରାର ସନ୍ଦେଶ ଦେବା ସହ ନିଜ ଦେଶକୁ ଏକ ଶାନ୍ତିପ୍ରିୟ ଦେଶ ଗଠନରେ ସମସ୍ତେ କାର୍ଯ୍ୟକାରିବାକୁ ଶପଥ ନେଇଥିଲେ। ଶାନ୍ତି ସଦ୍ଭାବନା ଓ ଭାଇଚାରାର ବାର୍ତ୍ତା ଗାଁ ଗାଁରେ ପହଞ୍ଚାଇବାକୁ ସମସ୍ତେ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ଭାଜପାର ମଣ୍ଡଳ ସଭାପତି ମିଟୁ ସାହୁଙ୍କ ସମେତ ରମେଶ ଚନ୍ଦ୍ର ସାହୁ, ପତିତପାବନ ରାଉତ, ଗୌରୀ ଶଙ୍କର ସାହୁ, ଦିଲ୍ଲୀପ ସାହୁଙ୍କ ସମେତ ବହୁ ସଂଘ ସଦସ୍ୟ ଉପସ୍ଥିତ ଥିଲେ।


