Posted inଜାତୀୟ

୧୫୦ କୋଟି ଟଙ୍କାରେ ନିର୍ମିତ RSSର ନୂତନ କାର୍ଯ୍ୟାଳୟ, ଜାଣନ୍ତୁ କ’ଣ ରହିଛି ଖାସ୍

ନୂଆଦିଲ୍ଲୀ,୧୨ା୨: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ) ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିଜର ନୂତନ ଏବଂ ଭବ୍ୟ କାର୍ଯ୍ୟାଳୟ ନିର୍ମାଣ କରିଛି। ଆଧୁନିକ ସୁବିଧାରେ ପରିପୂର୍ଣ୍ଣ ଏହି ଆରଏସଏସ କାର୍ଯ୍ୟାଳୟ ପ୍ରାୟ ୪ ଏକର ଜମିରେ ବିସ୍ତୃତ। ସଂଘର ନୂତନ କୋଠାଟି ଏକ ବିଶାଳ ୧୩ ମହଲା ବିଶିଷ୍ଟ କୋଠା ଏବଂ ଏଥିରେ ମୋଟ ୩୦୦ଟି କୋଠରୀ ଏବଂ କାର୍ଯ୍ୟାଳୟ ଅଛି।

ସଂଘ ଏହାର କାର୍ଯ୍ୟାଳୟ ପୁନଃନିର୍ମାଣ କରୁଥିଲା। ଏହି ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପରେ, ସଂଘ ଏହାର କାର୍ଯ୍ୟାଳୟକୁ ପୁରୁଣା ଠିକଣାକୁ ସ୍ଥାନାନ୍ତରିତ କରିଛି।

ସୂତ୍ର ଅନୁସାରେ ଦିଲ୍ଲୀର ଝଣ୍ଡେୱାଲାନରେ ଅବସ୍ଥିତ ଆରଏସଏସ କାର୍ଯ୍ୟାଳୟ ‘କେଶବ କୁଞ୍ଜ’ର ପୁନଃନିର୍ମାଣ ପାଇଁ ପ୍ରାୟ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହିନ୍ଦୁତ୍ୱ ସଂଗଠନର ବିଚାରଧାରା ପ୍ରତି ସହାନୁଭୂତିଶୀଳ ୭୫,୦୦୦ ରୁ ଅଧିକ ଲୋକଙ୍କ ଅବଦାନ ମାଧ୍ୟମରେ ଏହି ଖର୍ଚ୍ଚ ସଂଗ୍ରହ କରାଯାଇଛି। ଏଥିରେ ଆଠ ବର୍ଷରୁ ଅଧିକ ସମୟ ଲାଗିଛି। ଏହି ସମୟ ମଧ୍ୟରେ, କରୋନା ସଂକ୍ରମଣ ଯୋଗୁଁ ନିର୍ମାଣ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏବଂ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ ଫେବୃଆରୀ ୧୯  ତାରିଖରେ ଝାଣ୍ଡେୱାଲାନ କାର୍ଯ୍ୟାଳୟରୁ ସଂଗଠନର କାର୍ଯ୍ୟ ଆରମ୍ଭ କରିବା ପାଇଁ ସଂଗଠନର ଦିଲ୍ଲୀ ୟୁନିଟର “କାର୍ଯ୍ୟକର୍ତ୍ତା ସମ୍ମିଳନୀ”ରେ ଯୋଗ ଦେବେ।

କହି ରଖୁଛୁ ଯେ, ୧୯୬୨ ମସିହାରୁ ଝଣ୍ଡେୱାଲାନରେ ସଂଘର ଏକ କାର୍ଯ୍ୟାଳୟ ଅଛି। ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ, ଆରଏସଏସ ୨୦୧୬ ଠାରୁ ଏକ ଭଡା ଘରରୁ ଏହାର କାର୍ଯ୍ୟକଳାପ ପରିଚାଳନା କରୁଥିଲା।

ସୂତ୍ର ଅନୁଯାୟୀ, ନୂତନ କମ୍ପ୍ଲେକ୍ସଟି ପୂର୍ବ ଦୁଇ ମହଲା ବିଶିଷ୍ଟ କୋଠାଠାରୁ ବହୁତ ଭିନ୍ନ। ଏହାକୁ ଆଧୁନିକ ନିର୍ମାଣ କୌଶଳ ଏବଂ ପ୍ରାଚୀନ ସ୍ଥାପତ୍ୟ ଡିଜାଇନକୁ ମିଶ୍ରଣ କରି ପ୍ରସ୍ତୁତ କରାଯାଇଛି। ଯାହା ଦ୍ଵାରା ଏହି କୋଠା ସୂର୍ଯ୍ୟକିରଣରେ ଝଲସିବ। କୋଠାର ବିଭିନ୍ନ ସ୍ଥାନରେ ସ୍ୱସ୍ତିକ ଚିହ୍ନ ରଖାଯାଇଛି। ଏହି ଭବନର ଅଡିଟୋରିୟମରେ ଆରଏସଏସ ପ୍ରତିଷ୍ଠାତା କେଶବ ବଳିରାମ ହେଡଗେୱାରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ସୂଚନା ଅନୁଯାୟୀ ଗୁଜରାଟର ଜଣେ ବାସ୍ତୁଶିଳ୍ପି ଏହାର ଡିଜାଇନ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri