Posted inଜାତୀୟ

୧୫୦ କୋଟି ଟଙ୍କାରେ ନିର୍ମିତ RSSର ନୂତନ କାର୍ଯ୍ୟାଳୟ, ଜାଣନ୍ତୁ କ’ଣ ରହିଛି ଖାସ୍

ନୂଆଦିଲ୍ଲୀ,୧୨ା୨: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ) ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିଜର ନୂତନ ଏବଂ ଭବ୍ୟ କାର୍ଯ୍ୟାଳୟ ନିର୍ମାଣ କରିଛି। ଆଧୁନିକ ସୁବିଧାରେ ପରିପୂର୍ଣ୍ଣ ଏହି ଆରଏସଏସ କାର୍ଯ୍ୟାଳୟ ପ୍ରାୟ ୪ ଏକର ଜମିରେ ବିସ୍ତୃତ। ସଂଘର ନୂତନ କୋଠାଟି ଏକ ବିଶାଳ ୧୩ ମହଲା ବିଶିଷ୍ଟ କୋଠା ଏବଂ ଏଥିରେ ମୋଟ ୩୦୦ଟି କୋଠରୀ ଏବଂ କାର୍ଯ୍ୟାଳୟ ଅଛି।

ସଂଘ ଏହାର କାର୍ଯ୍ୟାଳୟ ପୁନଃନିର୍ମାଣ କରୁଥିଲା। ଏହି ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପରେ, ସଂଘ ଏହାର କାର୍ଯ୍ୟାଳୟକୁ ପୁରୁଣା ଠିକଣାକୁ ସ୍ଥାନାନ୍ତରିତ କରିଛି।

ସୂତ୍ର ଅନୁସାରେ ଦିଲ୍ଲୀର ଝଣ୍ଡେୱାଲାନରେ ଅବସ୍ଥିତ ଆରଏସଏସ କାର୍ଯ୍ୟାଳୟ ‘କେଶବ କୁଞ୍ଜ’ର ପୁନଃନିର୍ମାଣ ପାଇଁ ପ୍ରାୟ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହିନ୍ଦୁତ୍ୱ ସଂଗଠନର ବିଚାରଧାରା ପ୍ରତି ସହାନୁଭୂତିଶୀଳ ୭୫,୦୦୦ ରୁ ଅଧିକ ଲୋକଙ୍କ ଅବଦାନ ମାଧ୍ୟମରେ ଏହି ଖର୍ଚ୍ଚ ସଂଗ୍ରହ କରାଯାଇଛି। ଏଥିରେ ଆଠ ବର୍ଷରୁ ଅଧିକ ସମୟ ଲାଗିଛି। ଏହି ସମୟ ମଧ୍ୟରେ, କରୋନା ସଂକ୍ରମଣ ଯୋଗୁଁ ନିର୍ମାଣ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏବଂ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ ଫେବୃଆରୀ ୧୯  ତାରିଖରେ ଝାଣ୍ଡେୱାଲାନ କାର୍ଯ୍ୟାଳୟରୁ ସଂଗଠନର କାର୍ଯ୍ୟ ଆରମ୍ଭ କରିବା ପାଇଁ ସଂଗଠନର ଦିଲ୍ଲୀ ୟୁନିଟର “କାର୍ଯ୍ୟକର୍ତ୍ତା ସମ୍ମିଳନୀ”ରେ ଯୋଗ ଦେବେ।

କହି ରଖୁଛୁ ଯେ, ୧୯୬୨ ମସିହାରୁ ଝଣ୍ଡେୱାଲାନରେ ସଂଘର ଏକ କାର୍ଯ୍ୟାଳୟ ଅଛି। ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ, ଆରଏସଏସ ୨୦୧୬ ଠାରୁ ଏକ ଭଡା ଘରରୁ ଏହାର କାର୍ଯ୍ୟକଳାପ ପରିଚାଳନା କରୁଥିଲା।

ସୂତ୍ର ଅନୁଯାୟୀ, ନୂତନ କମ୍ପ୍ଲେକ୍ସଟି ପୂର୍ବ ଦୁଇ ମହଲା ବିଶିଷ୍ଟ କୋଠାଠାରୁ ବହୁତ ଭିନ୍ନ। ଏହାକୁ ଆଧୁନିକ ନିର୍ମାଣ କୌଶଳ ଏବଂ ପ୍ରାଚୀନ ସ୍ଥାପତ୍ୟ ଡିଜାଇନକୁ ମିଶ୍ରଣ କରି ପ୍ରସ୍ତୁତ କରାଯାଇଛି। ଯାହା ଦ୍ଵାରା ଏହି କୋଠା ସୂର୍ଯ୍ୟକିରଣରେ ଝଲସିବ। କୋଠାର ବିଭିନ୍ନ ସ୍ଥାନରେ ସ୍ୱସ୍ତିକ ଚିହ୍ନ ରଖାଯାଇଛି। ଏହି ଭବନର ଅଡିଟୋରିୟମରେ ଆରଏସଏସ ପ୍ରତିଷ୍ଠାତା କେଶବ ବଳିରାମ ହେଡଗେୱାରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ସୂଚନା ଅନୁଯାୟୀ ଗୁଜରାଟର ଜଣେ ବାସ୍ତୁଶିଳ୍ପି ଏହାର ଡିଜାଇନ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri