ହାଇସ୍କୁଲରେ ପଶି ଭଙ୍ଗାରୁଜା ସହ ଚୋରି, ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର

ପୁରୁଷୋତ୍ତମପୁର/କବିସୂର୍ଯ୍ୟନଗର,୧୩ା୨(ସୀମାଞ୍ଚଳ ମିଶ୍ର/କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଖରିଡ଼ା କାଳେଶ୍ୱର ଉଚ୍ଚ ବିଦ୍ୟାଳୟରୁ ବାରମ୍ବାର ଚୋରି ହେବାରେ ଲାଗିଛି। ଫଳରେ ଏଥିଯୋଗୁ ପିଲାଙ୍କ ପାଠପଢ଼ାରେ ବ୍ୟାହତ ହେଉଥିବା ବେଳେ ଏଥିପ୍ରତି ପୋଲିସ ଗୁରୁତ୍ୱ ଦେଉ ନ ଥିବାର ପ୍ରତିବାଦରେ ଛାତ୍ରୀଛାତ୍ର ବୁଧବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାର ଖବରପାଇ ବଡ଼ଖରିଡ଼ା ସରପଞ୍ଚଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ଦଳେଇ ଘଟଣାସ୍ଥଳରେ ପହଞ୍ଚି ପିଲାଙ୍କୁ ବୁଝାସୁଝା କରି ଆନ୍ଦୋଳନକୁ ହଟାଇଥିଲେ। ଘଟଣାରୁ ଜାଣିବାକୁ ମିଳିଛି ଯେ, ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ବିଦ୍ୟାଳୟରେ ପଶି ସରକାରଙ୍କ ୫ଟି ଯୋଜନାରେ ନିର୍ମାଣ ହୋଇଥିବା କୋଠାର ଫାଟକ ଭାଙ୍ଗି ଟିଭି ଭଙ୍ଗାରୁଜା କରିବା ସହ ସିସି ଟିଭି, ଡିପିଆର, ଇନଭର୍ଟର ସହିତ ବିଭିନ୍ନ ସାମଗ୍ରୀ ଚୋରି କରିନେଇଯାଇଛନ୍ତି। ବୁଧବାର ସକାଳେ ଶିକ୍ଷୟିତ୍ରୀ/ଶିକ୍ଷକମାନେ ବିଦ୍ୟାଳୟ ଆସି ଚୋରି ଘଟଣା ଦେଖି କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଗତମାସ ୨୫ ତାରିଖଠାରୁ ଇତି ମଧ୍ୟରେ ବିଦ୍ୟାଳୟରେ ୫ଥର ଚୋରିଛି। ଏନେଇ ପୋଲିସରେ ବାରମ୍ବାରର ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାନେଇ ପ୍ରଧାନ ଶିକ୍ଷୟିତ୍ରୀ ବନ୍ଦନା ପଣ୍ଡା କହିଛନ୍ତି। ଅନ୍ୟ ପଟେ ପିଲାଙ୍କ ପରୀକ୍ଷା ଆଉ କମ୍‌ ଦିନ ରହିଥିବାବେଳେ ଏଭଳି ଚୋରି ଓ ଭଙ୍ଗାରୁଜା ଯୋଗୁ ପାଠପଢ଼ାରେ ବ୍ୟାହତ ଘଟୁଥିବାବେଳେ ପୋଲିସ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବାର ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରି ଏଥିପ୍ରତି ଗଞ୍ଜାମ ଏସ୍‌ପି ଓ ପୁରୁଷୋତ୍ତମପୁର ଏସ୍‌ଡିପିଓ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବା ଲାଗି ଦାବି କରିଛନ୍ତି। କବିସୂର୍ଯ୍ୟନଗର ପୋଲିସ ସ୍କୁଲକୁ ଆସି ତଦନ୍ତ କରିଛନ୍ତି। ଏଥିନେଇ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ସହ ଯୋଗାଯୋଗ କରାଯିବାରୁ ଏହାଚୋରି ନାହିଁ ଦୁଇ ଗୋଷ୍ଠୀ ହୋଇ ଏଭଳି କରିବାରେ ଲାଗିଛନ୍ତି। ଏହାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri