Posted inଜାତୀୟ

ଆର୍‌ଏସ୍‌ଏସ୍‌ ଏକ ଆତଙ୍କବାଦୀ ସଂଗଠନ: କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ

ପୁଣେ,୧୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪କୁ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। କଂଗ୍ରେସ ଏବଂ ଏହାର ସହଯୋଗୀମାନେ କ୍ରମାଗତ ଭାବରେ ଭାଜପାି ଏବଂ ଆରଏସଏସକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ହୁସେନ ଡାଲୱାଇ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଆରଏସଏସକୁ ଆତଙ୍କବାଦୀ ସଂଗଠନ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଏହି ସଂଗଠନ ଲୋକଙ୍କୁ ହିଂସା ଶିକ୍ଷା ଦେଉଛନ୍ତି ବୋଲି କହିଛନ୍ତି।

କଂଗ୍ରେସ ନେତା ହୁସେନ କହିଛନ୍ତି, ଆରଏସଏସ ଏକ ଆତଙ୍କବାଦୀ ସଂଗଠନ। ସେମାନେ ଲୋକଙ୍କୁ ହିଂସା ଶିକ୍ଷା ଦିଅନ୍ତି। ଆରଏସଏସ ପିଲାମାନଙ୍କୁ ଚାରିଟି ଜିନିଷ ଶିଖାଏ। ପ୍ରଥମତଃ, ସେମାନେ ପିଲାମାନଙ୍କୁ ମିଛ କହିବା ଶିଖାନ୍ତି। ଦ୍ୱିତୀୟତଃ, ସେମାନେ ପିଲାମାନଙ୍କୁ ହିଂସା ଶିକ୍ଷା ଦିଅନ୍ତି। ଯାହା ସମ୍ପୂର୍ଣ୍ଣ ଭୁଲ ଅଟେ। ସେମାନେ କହନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ କାରଣରୁ ଦେଶ ବିଭାଜନ ହୋଇଛି। ଏହାଦ୍ୱାରା ଲୋକମାନେ ଭୟଭୀତ ହୁଅନ୍ତି।

ଆରଏସଏସ ଏକ ବିପଜ୍ଜନକ ସଂଗଠନ ଏବଂ ମୁଁ ଏହାର ପ୍ରମାଣ ଦେଉଛି ବୋଳି ହୁସେନ କହିଛନ୍ତି। ପ୍ରଥମ ପ୍ରମାଣ ହେଉଛି, ଜନ ସଂଗଠନର ପ୍ରତିଷ୍ଠାତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ଘଟଣାର ତଦନ୍ତ ପାଇଁ ବଲରାଜ ମାଧୋକଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ତିନିମାସ ଧରି ମାଧୋକ ସବୁଆଡେ ଯାତ୍ରା କରି ରିପୋର୍ଟ ପ୍ରସ୍ତୁତ କରିଥିଲେ। ସେ ବାରାଣସୀ ଏବଂ ଅନ୍ୟାନ୍ୟ ସ୍ଥାନକୁ ଯାଇଥିଲେ, କିନ୍ତୁ ରିପୋର୍ଟ ଲୁଚାଇ ରଖାଯାଇଥିଲା। ସେ ଏକ ପୁସ୍ତକ ମଧ୍ୟ ପ୍ରକାଶ କରିଥିଲେ ଯେଉଁଥିରେ ସେ ଏହି ରିପୋର୍ଟ ବିଷୟରେ ସବୁକିଛି ବୁଝାଇଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ଆରଏସଏସ ଦାୟୀ। ଆଜି ପର୍ଯ୍ୟନ୍ତ ସେମାନେ ଏଥିପାଇଁ କ୍ଷମା ମାଗି ନାହାଁନ୍ତି। ଆଜି ପର୍ଯ୍ୟନ୍ତ ସେମାନେ କହି ନାହାଁନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି ଏବଂ ଏହା ଆମର ଦୋଷ।


Enter your email to get our daily news in your inbox.

All Right Reserved By Dharitri.Com

‘କେରଳକୁ ନେଇ କିଛି କହିଲେ ନାହିଁ ଅର୍ଥମନ୍ତ୍ରୀ’, କାହିଁକି ନିର୍ମଳାଙ୍କୁ ଏମିତି କହିଲେ ଶଶି ଥରୁର? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୨: ଶଶି ଥରୁର, ବଜେଟ 2026 ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ଯେ ବହୁତ କମ ବିବରଣୀ ଉପଲବ୍ଧ ଥିଲା। ସେ କହିଥିଲେ ଯେ ୩-୪ଟି…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

ମହିଳାଙ୍କ ପାଇଁ ପେଡ଼ି ଖୋଲିଦେଲେ ନିର୍ମଳା, ଗର୍ଲସ ହଷ୍ଟେଲଠାରୁ ଲକ୍ଷପତି ଦିଦି ସମସ୍ତେ ହେବେ ଖୁସି

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ 2026-27 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସବୁଥର ପରି, ଅର୍ଥମନ୍ତ୍ରୀଙ୍କ ବଜେଟରେ ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର…

ପ୍ରତିରକ୍ଷା ବଜେଟ୍‌ରେ ରେକର୍ଡ ବୃଦ୍ଧି: ସେନା ଯେତିକି ମାଗିଥିଲା, ତାଠାରୁ ଅଧିକ ଦେଲେ ସରକାର

ନୂଆଦିଲ୍ଲୀ,୧।୨: ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବଡ଼ ଧରଣର ବ୍ୟୟବରାଦ ଘୋଷଣା କରିଛନ୍ତି ସରକାର। ‘ଅପରେସନ ସିନ୍ଦୂର’ ପରେ ସୀମାରେ ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି…

Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି। ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ…

Budget 2026: ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍; ୪୦,୦୦୦ କୋଟିର ବ୍ୟୟବରାଦ

ନୂଆଦିଲ୍ଲୀ,୧।୨: ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍। ସେମିକଣ୍ଡକ୍ଟର କ୍ଷେତ୍ରରେ ପାଲଟିବା ବିଶ୍ୱସ୍ତରୀୟ ଶକ୍ତି। ଭାରତର ବୈଷୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଜେଟରେ ଇଣ୍ଡିଆ ସେମିକଣ୍ଡକ୍ଟର…

Budget 2026: ସାଧାରଣ ଜନତାଙ୍କୁ କ’ଣ ମିଳିଲା? ଚାଷୀ, ଯୁବପିଢ଼ି ଓ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୨୦୨୬ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏଥିରେ ନିଆଯାଇଛି।…

ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri