ରାଉରକେଲା,୧୨।୯(ସଂଗୀତା ଜେନା): ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ତ୍ତୃପକ୍ଷ ଭଞ୍ଜ ଭବନ, ଆଦର୍ଶ ପାଠାଗାର ଏବଂ ଭଞ୍ଜ କଳା କେନ୍ଦ୍ର ସମେତ ସମଗ୍ର ପରିସରକୁ ଦଖଲ କରିଛନ୍ତି। ଏହା ବହୁ ଦିନ ଧରି ଲିଜରେ ଥିଲା। ପାଠାଗାର, ସାହିତ୍ୟ ଘର, ପ୍ରେଖ୍ୟାଳୟ ଆଦିକୁ ସିଲ କରି ଦିଆଯାଇଛି। ବିଜୁଳି ଲାଇନ କାଟିବା ପରେ ମୁଖ୍ୟ ଗେଟକୁ ସିଲ୍ କରାଯାଇଥିଲା। ୨୦୧୪ରୁ ଆଦର୍ଶ ପାଠାଗାର ଉପରେ ପ୍ରାୟ ୧.୪ କୋଟି ଟଙ୍କା ବକେୟା ଥିବା ଅଭିଯୋଗ ହୋଇଛି। ଆର୍ଏସପି ଆଇନ ବିଭାଗ ସିଜିଏମ ଚିନ୍ମୟ ସମଦଦାର, ଲୋକ ସମ୍ପର୍କ ଅଧିକାରୀ ଅର୍ଚ୍ଚନା ଶତପଥୀ,ସଞ୍ଜୟ ଦେଇ ସମେତ ବରିଷ୍ଠ ଅଧିକାରୀ,ସେକ୍ଟର ୭ ଥାନା ପୋଲିସ, ଲ୍ୟାଣ୍ଡ ବିଭାଗ କର୍ମୀଙ୍କ ଉପସ୍ଥିତିରେ ଏହି ଜବରଦାଖଲ କରାଯାଇଥିଲା।
ସୂଚନାଯୋଗ୍ୟ,ଆର୍ଏସପି କର୍ତ୍ତୃପକ୍ଷ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟମାନେ ଆଇନର ଦ୍ବାରସ୍ଥ ହୋଇଥିଲେ। ଶେଷରେ ଶୁକ୍ରବାର କୋର୍ଟ ନିର୍ଦ୍ଦେଶ ଆର୍ଏସପିକୁ ମିଳିବ ପରେ ଉଚ୍ଛେଦ ପ୍ରକ୍ରିୟା କରାଯାଇଥିଲା।

