ରାଉରକେଲା ଅଫିସ,୧୨।୬: ରାଉରକେଲା ଛେଣ୍ଡ ସ୍ଥିତ ଏଲ୍. ବ୍ଲକର ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଥିଲେ। ଏ ନେଇ ରାଉରକେଲା ସାଇବର ଥାନାରେ ଅଭିଯୋଗ ହୋଇଥିଲା। ସାଇବର ପୋଲିସ ତଦନ୍ତ କରିବା ପରେ ଉକ୍ତ ବ୍ୟକ୍ତି ଜଣକ ୮ଲକ୍ଷ ୬୦ ହଜାର ଟଙ୍କା ଫେରିପାଇଛନ୍ତି। ଅବଶିଷ୍ଟ ୨୪ ହଜାର ୯୯୯ ଟଙ୍କା ମିଳି ନ ଥିବା ଜଣାପଡିଛି।
ଗତ ୧ ତାରିଖରେ ଛେଣ୍ଡ ସ୍ଥିତ ଏଲ ବ୍ଲକ୍ର ପରେଶ ଚନ୍ଦ୍ର ପ୍ରଧାନ (୫୮) ମୋବାଇଲର ୟେନୋ ଆପ୍ରେ କିଛି ସାମଗ୍ରୀ କିଣିବା ପାଇଁ ଓଟିପି ମେସେଜ ଆସିଥିଲା। ପରେଶ ଉକ୍ତ ଓଟିପିକୁ ମୋବାଇଲରେ ଦେବା ପରେ ତାଙ୍କ ଏସ୍ବିଆଇ ଆକାଉଣ୍ଟରୁ ପ୍ରଥମେ ୨୪ହଜାର ୯୯୯ ଟଙ୍କା କଟିଯାଇଥିଲା। ପରେ ୨ଲକ୍ଷ ୬୦ ହଜାର ଟଙ୍କା ଏବଂ ଅଳ୍ପ କିଛି ସମୟରେ ୬୦ ହଜାର ଟଙ୍କା ଏଭଳି ସମୁଦାୟ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ତାଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଥିଲା। ଫଳରେ ପରେଶ ଉଦିତନଗର ସ୍ଥିତ ରାଉରକେଲା ସାଇବର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ସାଇବର ପୋଲିସ ଏକ ମାମଲା (ନଂ.୧୧।୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ସାଇବର ପୋଲିସ ପ୍ରଥମେ ପରେଶଙ୍କ ୟେନୋ ୱେଲେଟ ଆକାଉଣ୍ଟକୁ ବନ୍ଦ କରି ଦେଇଥିଲା। ଯେଉଁ ମୋବାଇଲରୁ ୟେନୋ ମେସଜ୍ ଆସିଥିଲା ଉକ୍ତ ମେସେଜ୍କୁ ଫଲୋ କରି ତାଙ୍କ ଏସ୍ବିଆଇ ଆକାଉଣ୍ଟରୁ କଟିଥିବା ୮ଲକ୍ଷ ୮୪ହଜାର ୯୯୯ ଟଙ୍କାରୁ ପୋଲିସ ୮ଲକ୍ଷ ୬୦ ହଜାର ଟଙ୍କା ଉକ୍ତ ବ୍ୟକ୍ତିଙ୍କୁ ଫେରସ୍ତ କରାଇଥିଲା। ଅବଶିଷ୍ଟ ୨୪ହଜାର ୯୯୯ଟଙ୍କା ଫେରି ପାଇବା ପାଇଁ ପୋଲିସ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ସିରୋଫେନା ଖେସ୍ ସୂଚନା ଦେଇଛନ୍ତି।
Posted inHome Left, ଆମ ଜିଲା ଖବର, ସୁନ୍ଦରଗଡ଼ View All
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…
ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...
ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...
ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…
ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...
ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ
୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...
ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...
ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…
ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...
ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି
ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍ରେ ସ୍ଥାନୀୟ ଏମ୍ପି ପ୍ରଦୀପ କୁମାର...
Archives


