ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୧୦(ଅସମାପିକା ସାହୁ): ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଗୁରୁବାର ଭୁବନେଶ୍ବରରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଚତୁର୍ଥ ଦିନରେ କଟକ ଓ କେନ୍ଦ୍ରାପଡ଼ା ଜିଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ୫୦ ଲକ୍ଷ ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିପାଇଁ କଟକ ଜିଲା ୮ଟି ନିର୍ବାଚନମଣ୍ଡଳୀକୁ ୧୮୬ କୋଟି ୫୦ ଲକ୍ଷ ଟଙ୍କା ମିଳିଛି । ଏହି ନିର୍ବାଚନମଣ୍ଡଳୀଗୁଡ଼ିକ ହେଲା ବଡ଼ମ୍ବା, ଚୌଦ୍ୱାର-କଟକ, ବାଙ୍କୀ, ଆଠଗଡ଼, ନିଆଳି, କଟକସଦର, ସାଲେପୁର ଓ ମାହାଙ୍ଗା। ଏହିସବୁ ନିର୍ବାଚନମଣ୍ଡଳୀର ୩୭୩ଟି ପଞ୍ଚାୟତରେ ୫୩୫୧ଟି ପ୍ରକଳ୍ପ ହେବ।

ସେହିପରି କେନ୍ଦ୍ରାପଡ଼ା ଜିଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହିସବୁ ନିର୍ବାଚନମଣ୍ଡଳୀଗୁଡିକ ହେଲା ମହାକାଳପଡ଼ା, କେନ୍ଦ୍ରାପଡ଼ା, ପାଟକୁରା, ରାଜନଗର ଓ ଆଳି। ଏଥିରେ ୨୪୯ଟି ପଞ୍ଚାୟତରେ ୩୩୫୩ଟି ପ୍ରକଳ୍ପ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri