୪୦୬୬ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ:୨୫ ହଜାରଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୫ା୩(ଅନିଲ ଦାସ):ରାଜ୍ୟ ସରକାର ୧୨ଟି ଜିଲାରେ ହେବାକୁ ଥିବା ୪୦୬୬.୭୧ କୋଟି ଟଙ୍କାର ୨୨ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏଥିରେ ୨୫, ୫୨୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ଲୋକସେବା ଭବନଠାରେ ଅନୁଷ୍ଠିତ ସିଙ୍ଗଲ୍‌ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। ସବୁଜ ଶକ୍ତି, କେମିକାଲ, ବୟନ ଶିଳ୍ପ ଓ ପୋଷାକ, ଷ୍ଟିଲ, ଲୁହା ଓ ଫେରୋଆଲଏଜ, ଆଲୁମିନିୟମ, ଖାଦ୍ୟ ପ୍ରକ୍ରିୟାକରଣ, ଶକ୍ତି, ଆଇଟି ଇତ୍ୟାଦି କ୍ଷେତ୍ରରେ ଉକ୍ତ ପୁଞ୍ଜି ବିନିଯୋଗ ହେବ।
ଓ୍ବାରିକ୍ଲିନ ଏନର୍ଜି ସଲ୍ୟୁଶନ ଖୋର୍ଦ୍ଧାଠାରେ ୪୩୫ କୋଟି ପୁଞ୍ଜିନିବେଶରେ ଏକ ଇଲେକ୍ଟ୍ରୋଲାଇଜର ମାନୁଫାକ୍ଚରିଂ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ସେହିପରି ସାଲିମାର ପେଣ୍ଟସ ଲିମିଟେଡ ବାଲେଶ୍ୱର ଠାରେ ୧୩୫ କୋଟି ଟଙ୍କା ବ୍ୟୟରେ ଏକ ରଙ୍ଗ ଉତ୍ପାଦନ କାରଖାନା ସ୍ଥାପନ କରିବ। ଏଥିରେ ପ୍ରାୟ ୨୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବା ସମ୍ଭାବନା ରହିଛି। କଟକ ଓ ଢେଙ୍କାନାଳଠାରେ ରିଲାଏନ୍ସ ବାୟୋ ଏନର୍ଜି ୨୪୨.୪୨ କୋଟି ଟଙ୍କା ବ୍ୟୟରେ ଦୁଇଟି କମ୍ପ୍ରେସ୍‌ଡ ବାୟୋଗ୍ୟାସ ଓ ଫରମେଣ୍ଟେଡ ଅର୍ଗାନିକ ମାନ୍ୟୁଅର ପ୍ରକଳ୍ପ କରିବ। ଏଥିରେ ୧୩୮ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।
ସେହିପରି ଏଏସ୍‌ଆଇଏଲ୍‌ ପେଣ୍ଟସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଖୋର୍ଦ୍ଧାଠାରେ ୧୫୦ କୋଟି ଟଙ୍କା ବ୍ୟୟରେ ଏକ ରଙ୍ଗ ତିଆରି ଓ ଆନୁଷଙ୍ଗିକ କାରଖାନା ନିର୍ମାଣ କରାଯିବ। ଏଥିରେ ୨୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ଖୋର୍ଦ୍ଧାଠାରେ ବୟନ ଶିଳ୍ପ ଓ ପୋଷାକ କ୍ଷେତ୍ରରେ ଓଏଫ୍‌ବି ଟେକ୍‌ ପ୍ରାଇଭେଟ ଲିମିଟେଡ ୮୫୭ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ମହିଳା, ପୁରୁଷ ଓ ପିଲାମାନଙ୍କ ପାଇଁ ପୋଷାକ ଓ ଲେଦର ଉତ୍ପାଦ ତିଆରି ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ପ୍ରାୟ ୧୫ ହଜାର ଜଣଙ୍କୁ ନିଯୁକ୍ତି ମିଳିପାରିବ। ସେହିପରି ଏନ୍‌ରିଚ କ୍ଲଥିଂ ଇଙ୍କ୍‌ କଟକଠାରେ ୫୨.୫୦ କୋଟି ପୁଞ୍ଜିବିନିଯୋଗରେ ଏକ ରେଡିମେଡ ଗାର୍ମେଣ୍ଟ ପ୍ରସ୍ତୁତି ୟୁନିଟ ସ୍ଥାପନ କରିବ। ଏଥିରେ ପ୍ରାୟ ୧୦୨୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।
ସେହିପରି ବିଏମ୍‌ଡବ୍ଲ୍ୟୁ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ୭୧୩ କୋଟି ଟଙ୍କା ବ୍ୟୟରେ ଯାଜପୁରଠାରେ ଏକ ପ୍ଲେନ କଏଲ, କଲର କୋଟିଂ ଲାଇନ ଏବଂ କୋଲ୍‌ଡ ରୋଲିଂ ମିଲ୍‌ ସ୍ଥାପନ କରିବ। ଏଥିରେ ମୋଟ ୨୭୬ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ସେଗମା ପ୍ରୋଫାଇଲ୍‌ସ ଲିମିଟେଡ, ଶ୍ୟାମ ଷ୍ଟିଲ ଫେବ୍ରିକେଶନ ଭଳି ଅନେକ କମ୍ପାନୀ ପକ୍ଷରୁ ଦିଆଯାଇଥିବା ପୁଞ୍ଜିନିବେଶ ପ୍ରସ୍ତାବକୁ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri