୪୦୬୬ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ:୨୫ ହଜାରଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୫ା୩(ଅନିଲ ଦାସ):ରାଜ୍ୟ ସରକାର ୧୨ଟି ଜିଲାରେ ହେବାକୁ ଥିବା ୪୦୬୬.୭୧ କୋଟି ଟଙ୍କାର ୨୨ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏଥିରେ ୨୫, ୫୨୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ଲୋକସେବା ଭବନଠାରେ ଅନୁଷ୍ଠିତ ସିଙ୍ଗଲ୍‌ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। ସବୁଜ ଶକ୍ତି, କେମିକାଲ, ବୟନ ଶିଳ୍ପ ଓ ପୋଷାକ, ଷ୍ଟିଲ, ଲୁହା ଓ ଫେରୋଆଲଏଜ, ଆଲୁମିନିୟମ, ଖାଦ୍ୟ ପ୍ରକ୍ରିୟାକରଣ, ଶକ୍ତି, ଆଇଟି ଇତ୍ୟାଦି କ୍ଷେତ୍ରରେ ଉକ୍ତ ପୁଞ୍ଜି ବିନିଯୋଗ ହେବ।
ଓ୍ବାରିକ୍ଲିନ ଏନର୍ଜି ସଲ୍ୟୁଶନ ଖୋର୍ଦ୍ଧାଠାରେ ୪୩୫ କୋଟି ପୁଞ୍ଜିନିବେଶରେ ଏକ ଇଲେକ୍ଟ୍ରୋଲାଇଜର ମାନୁଫାକ୍ଚରିଂ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ସେହିପରି ସାଲିମାର ପେଣ୍ଟସ ଲିମିଟେଡ ବାଲେଶ୍ୱର ଠାରେ ୧୩୫ କୋଟି ଟଙ୍କା ବ୍ୟୟରେ ଏକ ରଙ୍ଗ ଉତ୍ପାଦନ କାରଖାନା ସ୍ଥାପନ କରିବ। ଏଥିରେ ପ୍ରାୟ ୨୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବା ସମ୍ଭାବନା ରହିଛି। କଟକ ଓ ଢେଙ୍କାନାଳଠାରେ ରିଲାଏନ୍ସ ବାୟୋ ଏନର୍ଜି ୨୪୨.୪୨ କୋଟି ଟଙ୍କା ବ୍ୟୟରେ ଦୁଇଟି କମ୍ପ୍ରେସ୍‌ଡ ବାୟୋଗ୍ୟାସ ଓ ଫରମେଣ୍ଟେଡ ଅର୍ଗାନିକ ମାନ୍ୟୁଅର ପ୍ରକଳ୍ପ କରିବ। ଏଥିରେ ୧୩୮ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।
ସେହିପରି ଏଏସ୍‌ଆଇଏଲ୍‌ ପେଣ୍ଟସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଖୋର୍ଦ୍ଧାଠାରେ ୧୫୦ କୋଟି ଟଙ୍କା ବ୍ୟୟରେ ଏକ ରଙ୍ଗ ତିଆରି ଓ ଆନୁଷଙ୍ଗିକ କାରଖାନା ନିର୍ମାଣ କରାଯିବ। ଏଥିରେ ୨୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ଖୋର୍ଦ୍ଧାଠାରେ ବୟନ ଶିଳ୍ପ ଓ ପୋଷାକ କ୍ଷେତ୍ରରେ ଓଏଫ୍‌ବି ଟେକ୍‌ ପ୍ରାଇଭେଟ ଲିମିଟେଡ ୮୫୭ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ମହିଳା, ପୁରୁଷ ଓ ପିଲାମାନଙ୍କ ପାଇଁ ପୋଷାକ ଓ ଲେଦର ଉତ୍ପାଦ ତିଆରି ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ପ୍ରାୟ ୧୫ ହଜାର ଜଣଙ୍କୁ ନିଯୁକ୍ତି ମିଳିପାରିବ। ସେହିପରି ଏନ୍‌ରିଚ କ୍ଲଥିଂ ଇଙ୍କ୍‌ କଟକଠାରେ ୫୨.୫୦ କୋଟି ପୁଞ୍ଜିବିନିଯୋଗରେ ଏକ ରେଡିମେଡ ଗାର୍ମେଣ୍ଟ ପ୍ରସ୍ତୁତି ୟୁନିଟ ସ୍ଥାପନ କରିବ। ଏଥିରେ ପ୍ରାୟ ୧୦୨୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।
ସେହିପରି ବିଏମ୍‌ଡବ୍ଲ୍ୟୁ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ୭୧୩ କୋଟି ଟଙ୍କା ବ୍ୟୟରେ ଯାଜପୁରଠାରେ ଏକ ପ୍ଲେନ କଏଲ, କଲର କୋଟିଂ ଲାଇନ ଏବଂ କୋଲ୍‌ଡ ରୋଲିଂ ମିଲ୍‌ ସ୍ଥାପନ କରିବ। ଏଥିରେ ମୋଟ ୨୭୬ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ସେଗମା ପ୍ରୋଫାଇଲ୍‌ସ ଲିମିଟେଡ, ଶ୍ୟାମ ଷ୍ଟିଲ ଫେବ୍ରିକେଶନ ଭଳି ଅନେକ କମ୍ପାନୀ ପକ୍ଷରୁ ଦିଆଯାଇଥିବା ପୁଞ୍ଜିନିବେଶ ପ୍ରସ୍ତାବକୁ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri